28.1 C
Bhubaneswar
Saturday, April 27, 2024
Homeଓଡିଶାଆଇଟିଆଇ ପରିସର ହେଲା କଣ୍ଟେନ୍‌ମେଣ୍ଟ ଜୋନ୍ : ୨୬ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି କରୋନା ଆକ୍ରାନ୍ତ ପରିବାର

ଆଇଟିଆଇ ପରିସର ହେଲା କଣ୍ଟେନ୍‌ମେଣ୍ଟ ଜୋନ୍ : ୨୬ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି କରୋନା ଆକ୍ରାନ୍ତ ପରିବାର

ଝାରସୁଗୁଡ଼ା : ଝାରସୁଗୁଡା ଜିଲା୍ଲ ବଢ଼େଇମୁଣ୍ଡାସ୍ଥିତ ସରକାରୀ ଆଟିଆଇ ଇନ୍‌ଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ ସେଣ୍ଟରରେ ଗତକାଲି ଗୋଟିଏ ପରିବାର ୪ ଜଣ ସଦସ୍ୟଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିଲା ପରେ ଉକ୍ତ ଇନଷ୍ଟିଚ୍ୟୁଟ୍ ପରିସରକୁ କଣ୍ଟେନମେଣ୍ଟ୍ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏହାସହ ସେମାନଙ୍କୁ ରାଉକେଲାସ୍ଥିତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରି ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରେ ଏହି ପରିବାର ୨୬ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଟ୍ରେସିଂ କରି ପ୍ରଶାସନ ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦେବାସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛି । କରୋନା ସଂକ୍ରମିତ ହୋଇଥିବା ଏହି ପରିବାର ବାପା(୩୫), ମା (୨୫) ଓ ଦୁଇ ଝିଅ ୯ ବର୍ଷ ଓ ୩ ବର୍ଷ ପଶ୍ଚିମବଙ୍ଗ ବାସିନ୍ଦା ହୋଇଥିବାବେଳେ ବାପା ଭୂଷଣରେ କାମ କରନ୍ତି । ସେମାନେ ମାର୍ଚ୍ଚ ମାସରେ ସେମାନଙ୍କ ଘରକୁ ଯାଇଥିଲେ । ପରେ ଟ୍ରେନ ଚଳାଚଳ ଆରମ୍ଭ ହେବାପରେ ଗତ ୨ ତାରିଖ ପଶ୍ଚିମବଙ୍ଗରୁ ଝାରସୁଗୁଡା ଆସିଥିଲେ । ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ବଢେଇମୁଣ୍ଡାସ୍ଥିତ ଆଇଟିଆଇ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇ ଗତ ୬ ତାରିଖ ସ୍ୱାବ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା । ଗତକାଲି ସେମାନଙ୍କର ରିପୋର୍ଟ ପଜିଟିଭ ଆସିଲା ପରେ ତାଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି । ତେବେ ଝାରସୁଗୁଡାରେ କୋଭିଡ ହସ୍ପିଟାଲ ଥିଲେ ମଧ୍ୟ ବାରମ୍ବାର ରୋଗୀଙ୍କୁ କାହିଁକି ରାଉରକେଲା ସ୍ଥାନାନ୍ତର କରାଯାଉଛି ବୋଲି ପଚାରିବାରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି ଝାରସୁଗୁଡା କୋଭିଡ୍ ହସ୍ପିଟାଲ ଶତ ପ୍ରତିଶତ କାର୍ଯ୍ୟକ୍ଷମ ରହିଛି । ହେଲେ ରାଉରକେଲା କୋଭିଡ ହସ୍ପିଟାଲରେ ଶଯ୍ୟା ଖାଲି ରହିଛି । ସେଠାରେ ଡାକ୍ତର, ପିପିଇ କିଟ, ଆବଶ୍ୟକୀୟ ଯନ୍ତ୍ରପାତି ସବୁ ରୋଗୀ ସେବାରେ ନିୟୋଜିତ ଅଛି । ଝାରସୁଗୁଡାରେ ପୁଣି ଚିକିତ୍ସା ଆରମ୍ଭ କଲେ ପିପିଇ କିଟ, ଯନ୍ତ୍ରପାତି, ଡାକ୍ତର ସମସ୍ତେ ନିୟୋଜିତ ହେବେ । ରୋଗୀଙ୍କୁ ୧୫ ଦିନ ଚିକିତ୍ସା ପ୍ରଦାନ କଲାପରେ ଡାକ୍ତର ଓ ସମସ୍ତ ଷ୍ଟାଫ ୧୫ ଦିନ କ୍ୱାରେଣ୍ଟାଇନରେ ରହିବେ । ତେଣୁ କରୋନା ମୁକାବିଲା ସାମଗ୍ରୀ ଓ ସରକାରୀ ଅର୍ଥ ଅଧିକମାତ୍ରାରେ ବ୍ୟୟ ନ କରିବା ସହ ଏହି କରୋନା ମହାମାରୀର ବିପତ୍ତି ସମୟରେ ଯେମିତି ଅଧିକା ଡାକ୍ତର ଓ ଷ୍ଟାଫ କ୍ୱାରେଣ୍ଟାଇନରେ ନ ରହି ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିପାରିବେ ତାକୁ ଦୃଷ୍ଟିରେ ରଖି ରୋଗୀଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଉଛି ବୋଲି ଶ୍ରୀ ସାହୁ କହିଛନ୍ତି । ପ୍ରକାଶଯୋଗ୍ୟ ଯେ, ଏହି ପରିବାର ସଦସ୍ୟଙ୍କୁ ମିଶାଇ ଝାରସୁଗୁଡା ଜିଲ୍ଲାରେ ମୋଟ ୧୩ ଜଣ ପଜିଟିଭ ଚିହ୍ନଟ ହୋଇ ସାରିଲେଣି । ସେମାନଙ୍କ ମଧ୍ୟରୁ ୮ ଜଣ ସୁସ୍ଥ ହୋଇ ସାରିଥିବାବେଳେ ୫ ଜଣଙ୍କ ଏବେ ଚିକିତ୍ସା ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking