29.1 C
Bhubaneswar
Wednesday, April 24, 2024
Homeଅପରାଧବ୍ୟବସାୟୀଙ୍କଠୁ ୧କୋଟି ୧୨ଲକ୍ଷ ୯୯ହଜାର ଟଙ୍କା ଜବତ

ବ୍ୟବସାୟୀଙ୍କଠୁ ୧କୋଟି ୧୨ଲକ୍ଷ ୯୯ହଜାର ଟଙ୍କା ଜବତ

ବରଗଡ଼ : ଆଜି ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଛତିଶଗଡ଼ ରାଜ୍ୟ ମହସମୁନ୍ଦ ପୁଲିସ ବରଗଡ଼ର ଜଣେ ପ୍ରତିଷ୍ଠିତ ଗହଣା ବ୍ୟବସାୟୀଙ୍କ ପୁଅ ଠାରୁ କୋଟିଏରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ଜବତ କରିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ସେଠାକାର ସାମ୍ବାଦିକଙ୍କୁ ସୂଚନା ଦେଇ ମହସମୁନ୍ଦର ଆରକ୍ଷୀ ଅଧିକ୍ଷକ ପ୍ରଫୁଲ୍ଲ ଠାକୁର କହିଛନ୍ତି ଯେ କୋଟିଏରୁ ଊର୍ଦ୍ଧ୍ୱ ବେନାମୀ ଟଙ୍କା ଜବତ କରିବାରେ ତାଙ୍କ ପୁଲିସ ବିଭାଗ ସଫଳ ହୋଇଛି ।
ସୂଚନା ଅନୁଯାୟୀ, ଲକଡାଉନ୍ ସମୟରେ ବରଗଡ଼ର ଜଣେ ବ୍ୟବସାୟୀ ପ୍ରତୀକ ଛପଡିଆ ଓ ସୁରେନ୍ଦ୍ର ସୁନା ଏକ କାର ଯୋଗେ ରାୟପୁର ଆଡ଼କୁ ଅଗ୍ରସର ହେଉଥିବା ବେଳେ ସିଂଘୋଡା ପୁଲିସ ରେହେଟିଖୋଲ୍ ତନଖି ପଏଣ୍ଟ ପାଖରେ ଯାଞ୍ଚ୍ ସମୟରେ କାର ଡିକିରେ ଏକ ନିର୍ମାଣ କରାଯାଇଥିବା ଚାମ୍ବର୍ ରୁ ନଗଦ ଏକ କୋଟି ୧୨ ଲକ୍ଷ ୯୯ ହଜାର ଟଙ୍କା ଜବତ କରି ଆରକ୍ଷୀ ଅଧିକ୍ଷକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରାଥମିକ ତଦନ୍ତରୁ ଏହା କରୋନା ସମୟର ହବାଲା ଟଙ୍କା ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ଠାକୁର ସାମ୍ବାଦିକମାନଙ୍କୁ ସୂଚନା ଦେବା ସହ ଏହି ତଦନ୍ତ ଆୟକର ବିଭାଗକୁ ହସ୍ତାନ୍ତର କରିଥିବାର ଓ ଉଭୟ ଛାପଡିଆ ଓ ସୁନାକୁ ପୁଲିସ ହିରାସତ୍ ରେ ରଖିଥିବା ଓ କାର ଓ ଟଙ୍କାକୁ ଜବତ କରିଥିବ ସୂଚନା ଦିଆଯାଇଛି । ଅନ୍ୟ ପକ୍ଷରେ ବିଭାଗୀୟ ନିର୍ଦ୍ଧେଶନାମା ପରେ ବରଗଡ଼ ଆୟକର ବିଭାଗର ଅଧିକାରୀ ମାନେ ଶ୍ରୀ ଛପଡ଼ିଆଙ୍କ ହରି ଅଳଙ୍କାର ଦୋକାନରେ ଚଢ଼ଉ କରିଥିବା ଜଣାପଡ଼ିଛି । ହେଲେ ତଦନ୍ତରେ ବ୍ୟାଘାତ ଆଶଙ୍କାରେ ଆୟକର ବିଭାଗର କୌଣସି ଅଧିକାରୀ ଚଢ଼ଉ ଓ ଘଟଣା ସମ୍ପର୍କରେ ମୁହଁ ଖୋଲି ନାହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking