33.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟ ସଂଗିତ ପ୍ରତ୍ୟାହାର ଦାବୀ : କିହୁଳୁଛି କୋଶଳ, ଜଳିଲେ ରାଜ୍ୟ ସରକାର ଦାୟୀ ହେବେ

ରାଜ୍ୟ ସଂଗିତ ପ୍ରତ୍ୟାହାର ଦାବୀ : କିହୁଳୁଛି କୋଶଳ, ଜଳିଲେ ରାଜ୍ୟ ସରକାର ଦାୟୀ ହେବେ

 
ବଲାଙ୍ଗିର – ସ୍ତାନିୟ ସାମ୍ବାଦିକ ସଂଘଠାରେ ଏକ ସମ୍ବାଦିକ ସମ୍ମିଳନିରେ ଆଜି କୋସଲ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର ବନ୍ଦେ ଉତ୍କଳ ଜନନୀଖୁ ରାଜ୍ୟ ସଂଗିତ ମାନ୍ୟତା ଦେଇଥିବା ରାଜ୍ୟ ସରକାର ଉପରେ ପୁଣି ବର୍ଷିଛନ୍ତି । ସେ କହିଛନ୍ତି ଯେ, ସାରା ବିଶ୍ୱ ଯେତେବେଳେ ବୈଶ୍ନିକ ସଂକ୍ରାମକ ବ୍ୟାଧୀ କବଳରେ ଜର୍ଜରିତ ସେତେବେଳେ ଓଡିଶା ରାଜ୍ୟ ସରକାର କରୋନା ବିରୁଦ୍ଧରେ ସାମୁହିକ ଲଢେଇ କରିବା ପରିବର୍ତ୍ତେ ତାଙ୍କର ଆଂଚଳିକ ବୈଷମ୍ୟ ଜନିତ ଚେହେରା ଦେଖାଇବା ଅତୀବ ଲଜ୍ଜ୍ୟାଜନକ । ରାଜ୍ୟ ସରକାରଙ୍କ ଭୁଲ ପରିଚାଳନା ନୀତି ଯୋଗୁଁ କରୋନାଶୂନ୍ୟ କୋଶଲାଂଚଳ ଆଜି କରୋନା ପ୍ରବଣ ହୋଇଯାଇଛି । ଯେତେବେଳେ ରାଜ୍ୟ ଓ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନଗଣ୍ୟ ଥିଲା ସେତେବେଳେ କୋଶଲାଂଚଳର ପ୍ରବାସୀ ଶ୍ରମିକମାନଙ୍କୁ ଆଣି ଯଦି କ୍ୱାରେଣ୍ଟାଇନ କରି ପ୍ରତିଷେଧକ ବ୍ୟବସ୍ଥା ତଥା ଆବଶ୍ୟକୀୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥାନ୍ତା । ତେବେ ଆଜି ଯେଉଁ ଭଳି ଭୟାନକ ଅବସ୍ତା ହେଉଛି ତାହା ହେଇ ନ ଥାନ୍ତା । କିନ୍ତୁ ରାଜ୍ୟ ସରକାର ପ୍ରବାସୀ ଶ୍ରମିକମାନଙ୍କୁ ଆଣିବା କ୍ଷେତ୍ରରେ ମଧ୍ୟ ଆଂଚଳିକ ବୈଷମ୍ୟ ଜନିତ ମନୋଭାବ ପୋଷଣ କରି ପ୍ରଥମେ ଉପକୂଳ ଓଡିଶାର ଶ୍ରମିକଙ୍କୁ ପ୍ରାଧାନ୍ୟ ଦେଲେ ଓ ସଂକ୍ରମଣ ବଢିଲା ପରେ ଯାଇ କୋଶଳାଂଚଳ ର ଶ୍ରମିକମାନଙ୍କୁ ଆଣିବାର ଯୋଜନା କଲେ । ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଭ୍ରମାତ୍ମକ ରିପୋର୍ଟ ଦାଖଲ କରିଥିବାରୁ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାନଯାଇଥିବାରୁ କ୍ୱାରେଣ୍ଟାଇନ କେନ୍ଦ୍ରମାନଙ୍କରେ ଅଚଳାବସ୍ଥା ସୃଷ୍ଟି ହୋଇ ବହୁ ପ୍ରବାସୀ ଶ୍ରମିକମାନଙ୍କୁ ସେମିତି ମେଲାରେ ଛାଡି ଦେଲେ । ଏହା ଛଡା ନାମକୁ ମାତ୍ର ପ୍ରତିଷ୍ଠିତ କୋଭିଡ୍‌-୧୯ ଡାକ୍ତରଖାନା ଓ ଟେଷ୍ଟ କିଟ୍ ର ଅଭାବ ଯୋଗୁଁ ବହୁ ପ୍ରବାସୀ ଶ୍ରମିକଙ୍କ ପରୀକ୍ଷା ନ କରି ଜନ ଜୀବନକୁ ବିପଦାପନ୍ନ କରି ଦେଇଛନ୍ତି । ଅନ୍ୟ ପକ୍ଷରେ କରୋନା ମହାଦୁର୍ନିତିର ଅଭିଯୋଗ ଆସିଲା ପରେ ସେଥିରୁ ଜନ ସାଧାରଣଙ୍କ ଦୃଷ୍ଟିଭଙ୍ଗୀ ଦୂରେଇବା ପାଇଁ ରାଜ୍ୟ ସରକାର ପ୍ରଥମେ ଗତ ମେ ୨୯ ତାରିଖରେ ସାରା ଓଡିଶାରେ “ବନ୍ଦେ ଉତ୍କଳ ଜନନୀ” ଗାଇବାକୁ ନିଷ୍ପତ୍ତି କଲେ । କରୋନା ପାଇଁ ପ୍ରବର୍ତ୍ତିତ ନିୟମକୁ ଉଲଂଘନ କରି ବିଭିନ୍ନ ସ୍ଥାନରେ ସରକାରୀ ଭାବରେ ଜନ ସମାଗମ କଲେ । କିନ୍ତୁ କୋଶଲାଂଳର ଜନ ସାଧାରଣ ବନ୍ଦେ ଉତ୍କଳ ଜନନୀ ପରିବର୍ତ୍ତେ ରାଷ୍ଟ୍ରଗାନ କରିବା ସହ ଜୟ କୋଶଲ ସ୍ଲୋଗାନ ଦେବାରୁ ଏଥିରେ ଉତକ୍ଷିପ୍ତ ହୋଇ ରାଜ୍ୟ ସରକାର ତରବରରେ ରାଜ୍ୟ କେବିନେଟ ବୈଠକ କରି ବନ୍ଦେ ଉତ୍କଳ ଜନନୀ କୁ ରାଜ୍ୟ ସଂଗୀତର ମର୍ଯ୍ୟାଦା ଦେବାକୁ ନିଷ୍ପତ୍ତି କଲେ । ସରକାରଙ୍କ ଏତାଦୃଶ ସଂବିଧାନ ବିରୋଧୀ ତଥା ବେଆଇନ ନିଷ୍ପତ୍ତି ସାରା କୋଶଳାଂଚଳ ରେ ପ୍ରବଳ ଜନ ପ୍ରତିକ୍ରିୟା ସୃଷ୍ଟି କରିଛି । ପ୍ରଥମତଃ ଏଭଳି ବୈତ୍ତିକ ସଂକ୍ରମଣ ସମୟରେ ଏତାଦୃଶ ଚଞ୍ଚକତା ଅତୀବ ନିନ୍ଦନୀୟ । ଦ୍ୱିତୀୟରେ କୋଶଳ, କଳିଙ୍ଗ ଓ ଉତ୍କଳ କୁ ନେଇ ଗଠିତ ଓଡିଶା ପ୍ରଦେଶରେ ବନ୍ଦେ ଉତ୍କଳ ଜନନୀ କାହିଁକି ରାଜ୍ୟ ସଂଗୀତର ମର୍ଯ୍ୟାଦ ପାଇବ ? ଏହା ଛଡା ଏକ ରାଷ୍ଟ୍ର, ଏକ ପତାକା, ଏକ ସଂବିଧାନ ଓ ଏକ ରାଷ୍ଟ୍ରଗାନର ବ୍ୟବସ୍ଥା ଥିବା ସମ୍ବିଧାନିକ ରାଷ୍ଟ୍ରରେ ରାଜ୍ୟ ସରକାରଙ୍କ ଏତାଦୃଶ ନୀତି ନିହାତି ମାତ୍ରାରେ ନିନ୍ଦନୀୟ ଅଟେ । ଏଣୁ କୋସଲ ରାଜ୍ୟ ସମନ୍ୱୟ ସମିତି ରାଜ୍ୟ ସରକାରଙ୍କ ଏତାଦୃଶ କାର୍ଯ୍ୟକଳାପର ଦୃଢ ନିନ୍ଦା କରିବା ସହ ଜାତି, ଧର୍ମ, ଦଳ, ମତ ନିର୍ବିଶେଷରେ କୋଶଲାଂଚଳର ୨ କୋଟି ଜନ ସାଧାରଣ ଏହାକୁ ବିରୋଧ କରିବାକୁ ଆହ୍ୱାନ କରେ । ଏଥି ପାଇଁ କୋଶଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ବାର ଏସୋସିଏସନ, ଚାଷୀ ସଂଗଠନ, ଟ୍ରେଡ ୟୁନିୟନ, ବଣିକ ସଂଘ, ଯୁବ ଛାତ୍ର ସଂଗଠନ, ମହିଳା ସଂଗଠନ, ଜାତି ସମାଜ, ସାମାଜିକ ସାଂସ୍କୃତିକ ସଂଗଠନ, ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କୁ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତରେ ମର୍ଯ୍ୟାଦା ଦେବା ନିଷ୍ପତ୍ତି କୁ ବିରୋଧ କରିବାକୁ ବିନମ୍ର ଅନୁରୋଧ କରେ । ଏହା ଛଡା ଏହି ଘଟଣାରେ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ରାଜ୍ୟପାଳ ହସ୍ତକ୍ଷେପ କରି ରାଜ୍ୟ ସରକାରଙ୍କୁ ସତାଦୃଶ ମନୋମୁଖୀ ଓ ବେଆଇନ କାର୍ଯ୍ୟରୁ ବିରତ ରହନ୍ତୁ ବୋଲି ସଂଗଠନ ଅନୁରୋଧ କରେ । କୋସଳ ଏବେ କୁହୁଳୁଛି , ରାଜ୍ୟ ସରକାର ତୁରନ୍ତ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ନଚେତ କୋଶଳାଂଚଳରେ ନିଆଁ ଜଳିଲେ ତାହା ସରକାର ଖୋଦ ଦାୟୀ ରହିବେ ବୋଲ କୋସଲ ସମିତି କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking