31.1 C
Bhubaneswar
Friday, March 29, 2024
HomeUncategorizedଅବିବାହିତ ଯୁବକକୁ ବିବାହିତ ଦର୍ଶାଇ ପ୍ରଧାନମନ୍ତ୍ରୀ ଆବାସ ହଡପ

ଅବିବାହିତ ଯୁବକକୁ ବିବାହିତ ଦର୍ଶାଇ ପ୍ରଧାନମନ୍ତ୍ରୀ ଆବାସ ହଡପ

ଯାଜପୁର:ଅବିବାହିତ ଯୁବକକୁ ବିବାହିତ ଦର୍ଶାଇ ପ୍ରଧାନମନ୍ତ୍ରୀ ଆବାସ ହଡପ ଅଭିଯୋଗ । ଯାଜପୁର ବ୍ଲକ ଭୁଇଁପୁର ପଂଚାୟତରୁ ଆସିଛି ଏମିତି ଅଭିଯୋଗ । ପଂଚାୟତର ଧରଣୀଧର ରାଉତ ଜଣେ ଅବିବାହିତ ଯୁବକ । ତାଙ୍କ ନାଁରେ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଇଥିବା ଦର୍ଶାଇ ଟଙ୍କା ହଡପ କରାଯାଇଥିବା ଜଣାପଡିଛି । ପୂର୍ବରୁ ଧରଣୀ ଙ୍କ ନାଁକୁ କାଟି ଦିଆଯାଇଥିବା ବେଳେ ଏବେ କିଏ ଏଭଳି ଚଂଚକତା କରି ଟଙ୍କା ହଡପ କରିଛି ତାର ତଦନ୍ତ କରିବାକୁ ଦାବୀ ହୋଇଛି । ଏ ନେଇ ଯାଜପୁର ଡିଆରଡିଏର ପ୍ରକଳ୍ପ ନିର୍ଦ୍ଧେଶକଙ୍କ ଉଦ୍ଧେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ତୁରନ୍ତ ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି କିମ୍ବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଛି ।

ଆତ୍ମ  ନିର୍ଭର ଭାରତ  ସ୍ପେସିଆଲ ପ୍ୟାକେଜ ଉପରେ ଆଲୋଚନା

ଯାଜପୁର  କୋଭିଡ 19 ମହାମାରୀ ରେ ପ୍ରଭାବିତ ହୋଇଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ସଂସ୍ଥା ଶିଳ୍ପ  ଉଦ୍ୟୋଗୀ କେନ୍ଦ୍ର ସରକାର ଙ୍କ  ଘୋଷଣା ଆତ୍ମନିର୍ଭର ଭାରତ ପେକେଜ  ଉପରେ  କିପରି ଆର୍ଥିକ ସ୍ଥିତି କୁ ସୁଧାରି ପାରିବେ  ଜିଲ୍ଲା ଡ଼ି.ଆର.ଡ଼ି.ଏ  ରେ ଏକ ବୈଠକ ଆଜି ଅପରାହ୍ନ ରେ  ହୋଇ ଯାଇଛି !ଏହି  ବୈଠକ ରେ ଜିଲ୍ଲା  କଳିଙ୍ଗନଗର  ରିଜୋନାଲ  କେନ୍ଦ୍ର ଜିଏମ ପି ପ୍ରଭାକର ରାଓ ଅଣୁ, କ୍ଷୁଦ୍ର ଓ ମଧ୍ୟମ   ସଂସ୍ଥା ଋଣ ଉପରେ ରେ ଆଲୋଚନା କରିବା ସହ ଏମ. ଏସ ଏମୀ  ଡ଼ି. ଆଇ ଦୟାନିଧି ନାୟକ ଆତ୍ମନିର୍ଭାର  ଭାରତ ପ୍ୟକେଜ ଓ ଭାରତ ସରକାର ଙ୍କ ଚାମ୍ପିୟନ ପୋର୍ଟାଲ ଉପରେ ଆଲୋକପାତ କରିଥିଲେ !ଏସ ବି ଆଇ ବ୍ୟାଙ୍କ ଆର ବିଓ, ଜିଲ୍ଲା ସମସ୍ତ ଶିଳ୍ପ ଉନ୍ନୟ ଅଧିକାରୀ ବୈଠକ ଯୋଗ ଦେଇଥିଲେ ଜିଲ୍ଲା ର  ଅଣୁ, କ୍ଷୁଦ୍ର ମାଧ୍ୟମ ଯୁବ ଉଦ୍ୟୋଗୀ ମାନେ ଅଂଶ ଗ୍ରହଣ କରିଥିଲି !

ଜିଲ୍ଲା ଅଣସଂଗଠିତ ଶ୍ରମିକ ସଂଗଠନ ପକ୍ଷ ରୁ  କରୋନା ଯୋଦ୍ଧା ରୂପ  ସମ୍ବର୍ଦ୍ଧନା


 
 
ଯାଜପୁର : ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ଚାନ୍ଦୋଳ ସ୍ଥିତ  ଯୁବ ତାଲିମ କେନ୍ଦ୍ର ପରିସରରେ ଜିଲ୍ଲା ଅଣସଂଗଠିତ ଶ୍ରମିକ ସଙ୍ଘ ସମନ୍ୱୟ କମିଟି ପକ୍ଷ ରୁ  ଏକ  ସମ୍ବର୍ଦ୍ଧନା ସଭା ଗତ ମଂଗଳବାର ଦିନ ୯ତାରିଖ ଦିନ ରେ ହୋଇଯାଇଛି !ଏହି ବିଶ୍ୱ ମହାମାରୀ କରୋନା ସମୟ ରେ ନିଜ ଜୀବନ ପାଣି ରେ ପକାଇ ଲୋକମାନଙ୍କ ସେବା ଦେବା ରେ  ଆଗେଇ ଆସିଥିବା ଯେଉଁ ସ୍ୱେଚ୍ଛାସେବୀ ରମେଶ ଜେନା,  ପ୍ରଫୁଲ୍ଲ ସାହୁ, ଧିରେନ ନାୟକ ଗୋଲକ ପଲେଇ ଆଶା କର୍ମୀ ସ୍ଵପ୍ନେଶ୍ଵର ଜେନା , ବାସନ୍ତୀ ଜେନା  , ବଡ଼ଚଣା ଥାନା ଅଧିକାରୀ  ପିଇଓ  ଧନଞ୍ଜୟ ସ୍ୱାଇଁ, ମାନସୀ ସାମଲ      ଏଏନ ଏମ ପ୍ରଵାତସାହୁ  ସଫାଇ କର୍ମଚାରୀ ମାଳତୀ ସାମଲ , ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ମାଲିକ ହୋମ ଗାର୍ଡ  ପିତାମ୍ବର ମହାନ୍ତି  ଓ ସାମ୍ବାଦିକ ମହେଶ୍ୱର ବଳ , ବିମଲ ପତି, କାର୍ତ୍ତିକ ରାଉତ ଜୟ ଶଙ୍କର ଦାସ  ମାନଙ୍କୁ ଜଣେ ଜଣେ ଯୋଦ୍ଧା ରୂପେ ସମ୍ବର୍ଦ୍ଧନା କରାଯାଇ ଥିଲା !ଏହି ସଭା ରେ ସଂଘ ର ସଭାପତି ନୃସିଂହ ମିଶ୍ର ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ମାନସ ଜେନା ମୁଖ୍ୟ ବକ୍ତା ଭାବେ ଶ୍ରମିକ ନେତା ଭାବେ ରମେଶ ବେହେରା ସମ୍ମାନିତ ଅତିଥି ଭାବେ  ସଂଗଠନ ସମ୍ପାଦକ ରମେଶ ଜେନା, ବଂଶୀଧର ପରିଡା, ପବନଶ୍ୱର ଜେନା, ପ୍ରଶାନ୍ତ ମଲ୍ଲିକପ୍ରମୁଖ ଉପସ୍ଥିତ ରହି କରୋନା ଯୋଦ୍ଧା ମାନଙ୍କୁ ପୁଷ୍ପ ଗୁଚ୍ଛ ସହ ମାନ ପାତ୍ର ଦିଆଯାଇ ସମ୍ବର୍ଦ୍ଧନା କରାଯାଇ ଥିଲା !

-ରିପୋର୍ଟ ଅଭିମନ୍ୟୁ ମିଶ୍ର
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking