29.1 C
Bhubaneswar
Saturday, April 27, 2024
Homeଅପରାଧଲକଡାଉନ ହେଲା କାଳ : ନାବାଳିକା ସହ ପୁରୁଷ ସାଙ୍ଗ ଯାହାକଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଲକଡାଉନ ହେଲା କାଳ : ନାବାଳିକା ସହ ପୁରୁଷ ସାଙ୍ଗ ଯାହାକଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଝାଡଖଣ୍ଡ : ଲକଡାଉନ ହେଲା କାଳ | ସୁଯୋଗର ଫାଇଦା ନେଇ ଲୁଟି ନେଲେ ଜଣେ ନାବାଳିକାର ଇଜ୍ଜତ | ବିପଦ ସମୟରେ ବନ୍ଧୁର ସହାୟତା ନିଆଯାଇଥାଏ | ବନ୍ଧୁ ହିଁ ବିପଦରେ ସହାୟତା କରିଥାଏ | ହେଲେ ସାଙ୍ଗ ଯେ ବୈରୀ ସାଜି ଅନ୍ୟମାନଙ୍କ ସହ ମିଶି ଦୁଷ୍କର୍ମ କରିବ ତାହା କିପରି ବା ଜଣେ ଭାବିବ | ହେଲେ ଏପରି ଏକ ଲୋମହର୍ଷଣ କରି ଘଟଣା ଘଟିଛି ଯାହା ଜାଣିଲେ ଲାଜରେ ମୁଣ୍ଡ ତଳକୁ ହୋଇଯିବ,ଆଉ କେହି କାହାକୁ ବିଶ୍ୱାସ କରିବେ ନାହିଁ | ଝାଡ଼ଖଣ୍ଡରେ ଜଣେ ନାବାଳିକାକୁ ତାର ସାଙ୍ଗ ଓ ଅନ୍ୟ ୮ ଜଣ ମିଶି ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି | ଲକଡାଉନ ହେତୁ ହଷ୍ଟେଲ ବନ୍ଦ ଥିବାରୁ ଝିଅଟି ତାଙ୍କର ଜଣେ ବନ୍ଧୁଙ୍କୁ ତାଙ୍କୁ ଛାଡି ଦେବା ପାଇଁ ଅନୁରୋଧ କରିଥିଲେ | ସାଙ୍ଗ ଅନ୍ୟମାନଂକ ସହ ମିଶି ଏହି ଘଟଣା କରିଛି |
ମିଳିଥିବା ଖବର ଅନୁଯାୟୀ ଶୁକ୍ରବାର ଦିନ ୧୬ ବର୍ଷର ଝିଅକୁ ନଅ ଜଣଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି | କରୋନା ଭାଇରସ ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକଡାଉନ ଘୋଷଣା ପରେ ସ୍କୁଲ,କଲେଜ ବନ୍ଦକରିଦିଆଗଲା | ଏଥିରେ କତୃପକ୍ଷ ହଷ୍ଟେଲ ମଧ୍ୟ ବନ୍ଦ କରିଦେଲେ | ଝିଅଟି ଏନେଇ ତାକୁ ଆସିନେଇଯିବାକୁ ଘରକୁ ଜଣାଇଥିଲେ | ଘରୁ ବାପା ଆସିବାରେ ବିଳମ୍ବ କରିବାରୁ ଝିଅଟି ଅନ୍ୟ ବାଟ ନ ପାଇ ତାଙ୍କର ଜଣେ ବନ୍ଧୁଙ୍କ ସହାୟତା ନେଇଥିଲେ | ସାଙ୍ଗକୁ ଫୋନ କରି କହିଥିଲେ କରୋନା ପାଇଁ ହଷ୍ଟେଲ ବନ୍ଦ ହୋଇଯିବାରୁ ତାଙ୍କୁ ଟିକେ ନେଇ ତାଙ୍କ ଗାଁ କରୁଡିହରେ ଛାଡିଦେବାକୁ |
ସାଙ୍ଗ ଜଣକ ଏଥିରେ ରାଜି ହୋଇଯିବାରୁ ଝିଅଟି ବେଶ ଖୁଶି ହୋଇଯାଇଥିଲେ | ହେଲେ ସେ କଣ ଜାଣିଥିଲେଯେ ତାଙ୍କ ଅସହାୟତାର ସୁଯୋଗ ନେଇ ସାଙ୍ଗ ଜଣଙ୍କ ଏପରି ଜଘନ୍ୟ କାର୍ଯ୍ୟ କରିବ | ସୈତାନ ବୁଦ୍ଧି ଖେଳୁଥିବା ସାଙ୍ଗ ଲକଡାଉନ ସୁଯୋଗର ଫାଇଦା ନେବାକୁ ଚାହିଁଲେ | ଲକ ଡାଉନ ଯୋଗୁ ମୁଖ୍ୟ ରାସ୍ତା ବନ୍ଦ ଥିବାରୁ ତାଙ୍କୁ ଜଙ୍ଗଲ ରାସ୍ତା ଦେଇ ଯିବାକୁ ହେବ | ଝାଡଖଣ୍ଡର ଡୁମକାସ୍ଥିତ ଏକ ଜଙ୍ଗଲ ଦେଇ ସର୍ଟକଟ୍ ରାସ୍ତା ଦେଇ ନେବାକୁ ଭୁଲ୍ ମାର୍ଗଦର୍ଶନ କରିଥିଲେ । ଝିଅଟି ରଜିହୋଇ ସାଥିରେ ଯାଇଥିଲେ | କିଛି ବାଟ ଜଙ୍ଗଲ ରାସ୍ତା ଦେଇ ଯିବାପରେ ତା’ର ସାଙ୍ଗ ଜଙ୍ଗଲର ଗାଦିଆପାନି ନିକଟରେ ଅଟକି ଗଲା | ଯେତେବେଳେ ଝିଅଟି ପଚାରିଲା ସେ କାହିଁକି ଅଟକିଲା, ପୁଅଟି ତାଙ୍କୁ କହିଲା ଯେ ସେ ପରିଶ୍ରା କରିବାକୁ ଯିବ | ଏହି ବାହାନାରେ ଯାଇ ସେ ତାର ସାଙ୍ଗମାନଙ୍କୁ ଡାକିଆଣିଥିଲା | ଏହି ସାଙ୍ଗ ସହ ଆଉ ୮ ଜଣ ମିଶି ତାଙ୍କୁ ଗଣବଲାତ୍କାର କରିଥିଲେ | ତା’ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଜଙ୍ଗଲରେ ଛାଡି ପଳାଇଥିଲେ |
ଯେତେବେଳେ ଝିଅଟିର ଚେତନା ଫେରିଲା, ସେ କଷ୍ଟେମଷ୍ଟେ କୌଣସି ଉପାୟରେ ଆସି ମୁଖ୍ୟ ରାସ୍ତାରେ ପହଞ୍ଚିବାରେ ସଫଳ ହୋଇଥିଲେ | ଜଣେ ପୋଲିସ ଅଧିକାରୀ କହିଛନ୍ତି, “ ଝିଅଟି ଏକ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି ଓ ସେଠାରେ ତାଙ୍କର ବୟାନ ରେକଡ଼ କରାଯାଇଛି | ଗୋପିକନ୍ଦର ପୋଲିସ ଷ୍ଟେସନରେ ଏକ ଏଫ୍ଆଇଆର୍ ରୁଜୁ କରାଯାଛି । ଏହି ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଗଠନ କରାଯାଇଛି।”

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking