33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଇସ୍ତଫା ଦେଲେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟିକା ସୀତା ସୋରେନ

ଇସ୍ତଫା ଦେଲେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟିକା ସୀତା ସୋରେନ

ଝାଡଖଣ୍ଡ : ଇସ୍ତଫା ଦେଲେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟିକା ତଥା ହେମନ୍ତ ସୋରେନଙ୍କ ଭେଉଜ ସୀତା ସୋରେନ। ଏନେଇ ସେ ଚିଠି ଲେଖି ଦଳର ଅଧ୍ୟକ୍ଷ ତଥା ନିଜ ଶ୍ୱଶୁର ଶିବୁ ସୋରେନଙ୍କୁ ପଠାଇଛନ୍ତି। ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଗଭୀର ଷଡ଼ଯନ୍ତ୍ର ରଚା ଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ସୀତା ସୋରେନ କହିଛନ୍ତି, ମୁଁ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସକ୍ରିୟ ସଦସ୍ୟ। ବର୍ତ୍ତମାନ ମୁଁ ଦଳର ବିଧାୟକ ଅଛି। ଅତ୍ୟନ୍ତ ଦୁଃଖ ମନରେ ମୁଁ ମୋର ଇସ୍ତଫା ପତ୍ର ଦାଖଲ କରୁଛି। ମୋର ସ୍ୱାମୀ ସ୍ୱର୍ଗତ ଦୁର୍ଗା ସୋରେନ୍ ଝାଡଖଣ୍ଡ ଆନ୍ଦୋଳନର ଜଣେ ଅଗ୍ରଣୀ ଯୋଦ୍ଧା ତଥା ଜଣେ ମହାନ ବିପ୍ଳବୀ ଥିଲେ। ତାଙ୍କ ମୃତ୍ୟୁ ପରଠାରୁ ମୁଁ ଏବଂ ମୋ ପରିବାର କ୍ରମାଗତ ଅବହେଳାର ଶିକାର ହୋଇଛୁ। ଦଳ ଏବଂ ପରିବାର ସଦସ୍ୟଙ୍କ ଦ୍ୱାରା ଆମକୁ ଅଲଗା କରାଯାଇଛି, ଯାହା ମୋ ପାଇଁ ଅତ୍ୟନ୍ତ କଷ୍ଟଦାୟକ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking