33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆଜି ସୁପ୍ରିମକୋର୍ଟରେ ହେବ ସିଏଏ ଶୁଣାଣି

ଆଜି ସୁପ୍ରିମକୋର୍ଟରେ ହେବ ସିଏଏ ଶୁଣାଣି

ନୂଆଦିଲ୍ଲୀ : ସିଏଏ ବିରୁଦ୍ଧରେ ସର୍ବୋଚ୍ଚ ଅଦାଲତରେ ୨୦୦ରୁ ଅଧିକ ଆବେଦନ ହୋଇଛି। ଆଜି କୋର୍ଟ ଏ ଉପରେ ଶୁଣାଣି କରିବେ। କଂଗ୍ରେସ ଏବଂ ଆପ୍ ସମେତ ଅନେକ ବିରୋଧୀ ଦଳ ନାଗରିକତା ଆଇନକୁ ବିରୋଧ କରୁଛନ୍ତି। ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ, ସିଏଏ ସମ୍ବିଧାନର ବିରୋଧୀ ଏବଂ ଧର୍ମ ଆଧାରରେ ଭେଦଭାବ ସୃଷ୍ଟି କରୁଛି। ୧୧ ନଭେମ୍ବର ୨୦୧୯ରେ ସଂସଦରେ ସିଟିଜନ ଆମେଣ୍ଟମେଣ୍ଟ ଆକ୍ଟ ବା ସିଏଏ ବିଲ୍ ପାରିତ ହୋଇଥିଲା। ଏହାପରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ବିଲ୍ ଆଇନରେ ପରିଣତ ହୋଇଥିଲା। କିନ୍ତୁ ସେବେଠାରୁ ଏହାକୁ କାର୍ଯ୍ୟକାରୀ କରାଯାଇ ନଥିଲା। ଏହି ବିଲ୍ ଆଇନରେ ପରିଣତ ହେବା ପରେ ଅନେକ ରାଜନୈତିକ ସଂଗଠନ ଏହାକୁ ବିରୁଦ୍ଧ କରିଥିଲେ। ସେତେବେଳେ ଆଇନ ବିରୁଦ୍ଧରେ ଅନେକ ଆବେଦନ ଦାଖଲ କରାଯାଇଥିଲା।ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ୧୧ ନଭେମ୍ବର ୨୦୧୯ରେ ସଂସଦରେ ସିଏଏ ବିଲ୍ ପାରିତ ହୋଇ ଆଇନରେ ପରିଣତ ହୋଇଥିଲା। କିନ୍ତୁ ସେବେଠାରୁ ଏହାକୁ କାର୍ଯ୍ୟକାରୀ କରାଯାଇ ନଥିଲା। ଏହି ବିଲ୍ ଆଇନରେ ପରିଣତ ହେବା ପରେ ଅନେକ ରାଜନୈତିକ ସଂଗଠନ ଏହାକୁ ବିରୁଦ୍ଧ କରିଥିଲେ। ସେତେବେଳେ ଆଇନ ବିରୁଦ୍ଧରେ ଅନେକ ଆବେଦନ ଦାଖଲ କରାଯାଇଥିଲା।ସିଏଏ ଆଇନ ଅନୁସାରେ, ପଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଭାରତ ଆସିଥିବା ଅଣ ମୁସଲିମ ଅର୍ଥାତ୍ ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ, ଖ୍ରୀଷ୍ଟିଆନ ଧର୍ମାବଲମ୍ବୀମାନଙ୍କୁ ଦେଶର ନାଗରିକତା ପ୍ରଦାନ କରାଯିବ। ସେହିପରି ଗତ ୧୪ ବର୍ଷ ମଧ୍ୟରେ ୫ ବର୍ଷ ଭାରତରେ ଜୀବନ କାଟିଥିବା ଲୋକଙ୍କୁ ମଧ୍ୟ ନାଗରିକତା ଦିଆଯିବ। ଏଥିରେ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଆଦିବାସୀ ଅଞ୍ଚଳକୁ ବାଦ ଦିଆଯାଇଛି। ତେବେ ଏହି ଆଇନରେ ନିର୍ଦ୍ଦିଷ୍ଟ କିଛି ଧର୍ମ ଏବଂ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ଭାରତର ନାଗରିକତା ପାଇଁ ଅନୁମତି ମିଳିନଥିବାରୁ କେତେକ ରାଜନୈତିକ ଏବଂ ଅଣରାଜନୈତିକ ସଂଗଠନ ଏହାକୁ ବିରୋଧ କରୁଛନ୍ତି, ଯାହା ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାପାଇଁ ଯାଉଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking