30.1 C
Bhubaneswar
Wednesday, May 1, 2024
Homeବ୍ରେକୀଙ୍ଗଜମ୍ମୁକଶ୍ମୀର: ସୋପିୟାଂରେ ‘ଲସ୍କର’ର ୩ ଆତଙ୍କବାଦୀ ନିପାତ

ଜମ୍ମୁକଶ୍ମୀର: ସୋପିୟାଂରେ ‘ଲସ୍କର’ର ୩ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ସୋପିୟାଂର ବଡିଗାମରେ ସୁରକ୍ଷା କର୍ମୀ, ‘ଲସ୍କର-ଏ-ତୋଏବା’ ର ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ସେମାନଙ୍କ ନିକଟରୁ ଦୁଇଟି ଏକେ ୪୭ ଓ ଗୋଟିଏ ବନ୍ଧୁକ ଜବତ ହୋଇଛି । ସୁରକ୍ଷା କର୍ମୀଙ୍କୁ ଗତକାଲି ସୂଚନା ମିଳିଥିଲା କି, ସେହି ଅଂଚଳରେ ଆତଙ୍କବାଦୀମାନେ ଲୁଚି ରହିଛନ୍ତି । ଏହାପରେ ସମଗ୍ର ଅଂଚଳକୁ ଚାରିପଟୁ ଘେରି ସୁରକ୍ଷା କର୍ମୀମାନେ ସେମାନଙ୍କ ସନ୍ଧାନରେ ଲାଗିପଡିଥିଲେ । ପରେ ରାତିରେ ଚାରିପଟୁ ଘେରାବନ୍ଦୀ ହୋଇଥିବା ଦେଖିବା ପରେ ଆତଙ୍କବାଦୀମାନେ ଗୁଳି ଚାଳନା କରିବା ଆରମ୍ଭ କରିଦେଇଥିଲେ । ଆଉ ସୁରକ୍ଷା କର୍ମୀ ଏହାର କଡା ଜବାବ ଦେଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୁଇପଟୁ ଗୁଳି ଚାଳନା କରାଯାଇଥିଲା । ଫଳରେ ସୁରକ୍ଷା କର୍ମୀଙ୍କ ଗୁଳିରେ ତିନି ଆତଙ୍କବାଦୀ ଟଳି ପଡିଥିଲେ । ଅନ୍ୟପଟେ ଗୁଳିଚାଳନା ମଧ୍ୟରେ ଜମ୍ମୁକଶ୍ମୀର ପୋଲିସର ଏସପିଓ ମୋହମ୍ମଦ ଉଲତାଫ ସହିଦ ହୋଇଛନ୍ତି । ଅନ୍ୟ ଜଣେ ପୁଲିସ କନେଷ୍ଟବଳ ମଂଜୁର ଅହମ୍ମଦ ଗୁରୁତର ଭାବରେ ଆହତ ହୋଇଛନ୍ତି । ବର୍ତମାନ ସଂପୃକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking