28.1 C
Bhubaneswar
Wednesday, May 22, 2024
Homeଓଡିଶାନରସିଂହଙ୍କ ପକ୍ଷରୁ ସମ୍ବିତଙ୍କ ନାମରେ ମାନହାନି ମକଦ୍ଦମା

ନରସିଂହଙ୍କ ପକ୍ଷରୁ ସମ୍ବିତଙ୍କ ନାମରେ ମାନହାନି ମକଦ୍ଦମା

ଭୁବନେଶ୍ୱର : ସମ୍ବେଦନଶୀଳ ପରୀ ହତ୍ୟାକାଣ୍ଡ ପ୍ରସଙ୍ଗରେ କଂଗ୍ରେସ ନେତାମାନଙ୍କ ଉପରେ ମିଥ୍ୟା ଆରୋପ ଆଣିଥିବା ଅଭିଯୋଗରେ ବିଜେପି ନେତା ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନି ମକଦ୍ଦମା କରାଯାଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ୫କୋଟି ଟଙ୍କାର ମାନହାନି ମକଦ୍ଦମା ବାବଦରେ ଏକ ହଜାର ଟଙ୍କା ଟୋକନ ରାଶି ଜରିମାନା ଦାଖଲ ପାଇଁ ଆବେଦନ ହୋଇଥିବା ଜଣାପଡ଼ିଛି । ବଲାଙ୍ଗୀର ଜିଲ୍ଲା ସିଭିଲ୍ କୋର୍ଟ ଜର୍ଜ( ଜୁନିୟର ଡିଭିଜନ୍‌)ଙ୍କ ନିକଟରେ ଏହି ମାମଲା ନଂ୧୧/୨୦୧୧ ଆବେଦନ କରାଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ନୟାଗଡ଼ ଜିଲ୍ଲା ପରୀ ଘଟଣାରେ ଏସ୍‌ଆଇଟି ତଦନ୍ତ ଜାରି ରହିଛି । ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏହି ତଦନ୍ତର ଅନୁସନ୍ଧାନ କରାଯାଇଛି ।

ହେଲେ ତଦନ୍ତ ଗତିଶୀଳ ଥିବା ସମୟରେ ସମ୍ବିତ ପାତ୍ର କଂଗ୍ରେସ ଦଳ ଏବଂ ଏହାର ନେତାମାନେ ଶାସକ ଦଳ ନିକଟରେ ‘ମ୍ୟାନେଜ୍‌’ ହୋଇଥିବା ଅଭିଯୋଗ କରିଥିଲେ । ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାପରେ କଂଗ୍ରେସ ପକ୍ଷରୁ ଉକ୍ତ ଅଭିଯୋଗ ପ୍ରମାଣ କରିବା ପାଇଁ ସମ୍ବିତଙ୍କୁ ଖୋଲା ଚ୍ୟାଲେଞ୍ଜ ଦିଆଯାଇଥିଲା । ହେଲେ ସମ୍ବିତ୍ ଆରୋପ ଲଗାଇ ଚୁପ୍ ହୋଇଯାଇଥିଲେ । ହେଲେ ସମ୍ବିତ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ । ଯଦି ସମ୍ବିତ କ୍ଷମା ନମାଗନ୍ତି, ତେବେ ଆଇନ୍‌ର ଆଶ୍ରୟ ନିଆଯିବ ବୋଲି ନିରସିଂହ ଚେତାବନୀ ଦେଇଥିଲେ । ଘଟଣାରକ୍ରମରେ ପରୀ ହତ୍ୟାକାଣ୍ଡର ତଦନ୍ତ ରିପୋର୍ଟ ବିଜେପି ଆଣିଥିବା ଅଭିଯୋଗ ସହ ତାଳମେଳ ଖାଉନାହିଁ । ତେଣୁ ସମ୍ବିତଙ୍କ ବିରୋଧରେ ନରସିଂହଙ୍କ ପକ୍ଷରୁ ମାନହାନି ମକଦ୍ଦମା କରାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking