39.2 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗବିନା ଶ୍ରଦ୍ଧାଳୁରେ ଚନ୍ଦ୍ରଭାଗା ବୁଡ ସଂପୂର୍ଣ୍ଣ

ବିନା ଶ୍ରଦ୍ଧାଳୁରେ ଚନ୍ଦ୍ରଭାଗା ବୁଡ ସଂପୂର୍ଣ୍ଣ

ଭୁବନେଶ୍ୱର : ମାଘ ସପ୍ତମୀ ଅବସରରେ ବିନା ଶ୍ରଦ୍ଧାଳୁରେ ଶାନ୍ତିଶୃଙ୍ଖଳା ମଧ୍ୟରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ ଶେଷ ହୋଇଛି  । ପରମ୍ପରା ଅନୁସାରେ,  ରାତିରେ ତ୍ରିବେଣୀଶ୍ୱର, ଐଶାନେଶ୍ୱର ଓ ଦକ୍ଷିଣେଶ୍ୱର ମହାଦେବ ରାତିରେ ବିମାନ ବିଜେ କରି ଭୋଗ ମଣ୍ଡପରେ ଭୋଗ ଖାଇଥିଲେ। ପରେ ସେମାନଙ୍କୁ ଏକ ଭବ୍ୟ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପ ନିଆଯାଇଥିଲା ଏବଂ ଭୋରରେ ତିନି ଠାକୁରଙ୍କ ମହାସ୍ନାନ କରିଥିଲେ। ଠାକୁରମାନଙ୍କର ମହାସ୍ନାନ ପରେ ଶ୍ରଦ୍ଧାଳୁମାନେ ମାଘବୁଡ଼ ପକାଇଥିଲେ। ଭୋର ସାଢେ ୪ଟା ସମୟରେ ମହାପ୍ରଭୁଙ୍କ ମହାସ୍ନାମ ପରେ ସାଧୁସନ୍ଥ ଓ ମହାପ୍ରଭୁଙ୍କ ସେବାୟତ ବୁଡ ପକାଇଥିଲେ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏଠାକୁ ପ୍ରତିବର୍ଷ  ଶ୍ରଦ୍ଧାଳୁମାନଙ୍କର ଆଗମନ ହୋଇଥାଏ ।  ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଚଳିତ ବର୍ଷ ମହାମାରୀ କରୋନା ପାଇଁ ଜନଗହଳି ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking