28.1 C
Bhubaneswar
Saturday, April 27, 2024
Homeଓଡିଶାଜଳେଶ୍ୱର ପୌରାଞ୍ଚଳ ପୁଣି ହେବ ସଟଡାଉନ

ଜଳେଶ୍ୱର ପୌରାଞ୍ଚଳ ପୁଣି ହେବ ସଟଡାଉନ

ବାଲେଶ୍ୱର : ଜଳେଶ୍ୱର ପୌରାଞ୍ଚଳ ପୁଣି ହେବ ସଟଡାଉନ । ଆସନ୍ତା ୭ଦିନ ଅର୍ଥାତ ସୋମବାରଠାରୁ ପୁଣି ଆଉ ୭ଦିନ ପାଇଁ ସଟଡାଉନ ରହିବ । ଏହି ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପାଳ ସଟଡାଉନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଗତ ୧୩ ତାରିଖଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ଅଞ୍ଚକୁ ସଟଡାଉନ କରାଯାଇଥିଲା । ଜଳେଶ୍ୱର ମୁନିସପାଲ ଅଞ୍ଚଳର ୬ନଂ ୱାର୍ଡ଼କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଆଜି ବାଲେଶ୍ୱର ଜିଲ୍ଲାରୁ ୩୩ଟି ନୂଆ କରୋନା ସଂକ୍ରମିତ କେସ୍ ଚିହ୍ନଟ ହୋଇଛି । ଜିଲ୍ଲାରୁ ଏଯାବତ ୬୯୧ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୪୭୫ ଜଣ ସୁସ୍ଥ ହୋଇଛନ୍ତି । ୨୧୪ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଏବେ ରାଜ୍ୟରେ ମୋଟ ୧୭୪୩୭ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୫୩୮୧ ଜଣ ଆକ୍ଟିଭ କେସ୍ ଭାବେ ଚିକିତ୍ସିତ ହେଉଛନ୍ତି । ୯୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୧୯୩୭ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking