28.1 C
Bhubaneswar
Saturday, April 27, 2024
Homeଓଡିଶାସଟଡାଉନ୍ ସଫଳ : ରାସ୍ତାଘାଟ ଖାଁ ଖାଁ

ସଟଡାଉନ୍ ସଫଳ : ରାସ୍ତାଘାଟ ଖାଁ ଖାଁ

ଯାଜପୁର : ଯାଜପୁର ଜିଲ୍ଲା ବ୍ରହ୍ମବରଦା ଠାରେ କରୋନାର ପରୀଖ୍ୟାରେ ଜଣେ ବ୍ୟକ୍ତିଙ୍କ ଦେହରୁ ପଜିଟିଭ୍ ବାହାରିଛି । ସମଗ୍ର ଜିଲ୍ଲାରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଶନିବାର ରାତି ୮ଘଟିକା ଠାରୁ ସୋମବାର ରାତ୍ର ୮ ଘଟିକା ପର୍ଯ୍ୟନ୍ତ ଜିଲ୍ଲାର କେତେକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସଟଡାଉନ ଘୋଷଣା କରିଛନ୍ତି । ଏହି ସଟଡାଉନ୍ କଡାକଡି ଭାବେ ପାଳନ କରାଯାଉଛି । ଲୋକମାନେ ଏହାକୁ ମସମର୍ଥନ ଜଣାଇଛନ୍ତି । ଯାଜପୁରରୋଡ ସହରର ରାସ୍ତାଘାଟ ଖାଁ ଖାଁ ଦେଖାଯାଉଛି । ସମସ୍ତ ଦୋକାନବଜାର ବନ୍ଦରହିଛି । ପୋଲିସ ଗାଡି ସମଗ୍ର ସହରରେ ପଇଁତରା ମାରୁଛି । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, କଳିଙ୍ଗନଗର ଅତିରିକ୍ତ ଏସ.ପି ରାଜକିଶୋର ଦୋରା, ଯାଜପୁରରୋଡ ଥାନା ଅଧିକାରି ଅନିଲ କୁମାର ମହାନ୍ତି ସମସ୍ତ ବରିଷ୍ଠ ପୋଲିସ ଅଫିସର ଉପସ୍ଥିତ ହୋଇ ସଟଡାଉନକୁ କାର‌୍ୟ୍ୟକାରି କରିବାପାଇଁ ବିଭିନ୍ନ ନିର୍ଦ୍ଧେଶମାନ ଦେଉଛନ୍ତି । ସେହିପରି ଯାଜପୁର ସଦର ମହକୁମାଠାରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଏଡିଏମ୍ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ତଦାରଖ କରୁଛନ୍ତି । ରାସ୍ତାଘାଟ ଶୂନଶାନ୍ ହୋଇଛି । ସହରବାସୀ ସଟଡାଉନକୁ ଆକୁଣ୍ଠ ସମର୍ଥନ ଜଣାଇଛନ୍ତି । ସେହିପରି କୋରେଇର ସାଦକପୁର, ପାଣିକୋଇଲି, ଚଣ୍ଡିଖୋଲ, ବ୍ରହ୍ମବରଦା ଓ ବିଭିନ୍ନ ସ୍ଥାନରେ ସଟଡାଉନ ସଫଳହୋଇଛି । ପୋଲିସ ଗାଡି ପଇଁତରା ମାରୁଛନ୍ତି । ଯାଜପୁର ଏସ.ପି ଚରଣସିଂ ମିନା ବିଭିନ୍ନ ସଟଡାଉନ ଅଞ୍ଚଳ ପରିଦର୍ଶନ କରି ଅନୁଧ୍ୟାନ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking