29.1 C
Bhubaneswar
Saturday, April 27, 2024
Homeଓଡିଶାରକ୍ଷକ ହୋଇ ଭକ୍ଷକ ସାଜିଲେ ପୋଲିସ କର୍ମଚାରୀ

ରକ୍ଷକ ହୋଇ ଭକ୍ଷକ ସାଜିଲେ ପୋଲିସ କର୍ମଚାରୀ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ଘଟିଛି ପୋଲିସ ନାମରେ ସେକ୍ସ ଅଭିଯୋଗ l ପୋଲିସ ରକ୍ଷକ ହୋଇ ଭକ୍ଷକ ହୋଇ ମହିଳା ଜଣଙ୍କୁ ପ୍ରତରଣା କରିବାରୁ ସେ ପୋଲିସ କର୍ମଚାରୀଙ୍କ ନାଁରେ ଥାନାରେ ସେକ୍ସ ଅଭିଯୋଗ ଆଣିଛନ୍ତି । ଏସମ୍ପର୍କରେ ଧର୍ମଶାଳା ଥାନାରେ ଏକ ମାମଲା ରୁଜୁ ହୋଇଛି l ପୋଲିସ କର୍ମଚାରୀ ଜଣେ ବିଧବା ମହିଳାଙ୍କୁ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖି ପରେ ମହିଳାଙ୍କୁ ଧୋକା ଦେବାରୁ ଏହି ଗୁରୁତର ଘଟଣା ପଦକୁ ଆସିଲା l ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଖବରରୁ ପ୍ରକାଶ ଯେ, ଧର୍ମଶାଳା ଥାନା ଅନ୍ତର୍ଗତ ଦିଗାମ୍ବରପୁର ଗ୍ରାମର ଜଣେ ବିଧବା ମହିଳାଙ୍କ ସହିତ ଓଏପିଏଫ କର୍ମଚାରୀ ଶ୍ୟାମସୁନ୍ଦର କିସ୍କୋଙ୍କ ପ୍ରେମ କରୁ ଥିଲେ ମହିଳାଙ୍କୁ ବିବାହ କରିବା ବାକୁ କହି ଶାରୀରିକ ସମ୍ପର୍କ
ରଖି ଥିଲେ l

ହେଲେ ପରବର୍ତ୍ତୀ ସମୟରେ ବିବାହ କରିବାକୁ ମନା କରିଦେଇଥିଲେ । ଏପରିକି ଗର୍ଭ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି ଉକ୍ତ ମହିଳା l ଏସମ୍ପକରେ ମହିଳା ଜଣକ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଧର୍ମଶାଳା ପୋଲିସ ଅଭିଯୋଗକୁ ଗୁରୁତ୍ୱ ଦେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ୟାମ ସୁନ୍ଦରଙ୍କୁ ଗିରଫ କରି ଉଭୟଙ୍କୁ ଡାକ୍ତରୀମାଇନା କରିଥିଲେ l ପରେ ପୀଡିତାର ମାଜିଷ୍ଟ୍ରେଟଙ୍କ ନିକଟରେ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଥିଲା l ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି । ଗିରଫ ଓଏପିଏଫ କର୍ମଚାରୀ ଶ୍ୟାମସୁନ୍ଦର କିସ୍କୋ । ଏବେ ସେ ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ଓଏପିଏଏଫ ଭାବେ କାର୍ଯ୍ୟ କରୁଥିଲେ । ଧର୍ମଶାଳ ଥାନାରେ ଥିଲାବେଳ ଦୁଇଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking