39.4 C
Bhubaneswar
Thursday, April 18, 2024
Homeଦେଶ ବିଦେଶବଲିଉଡର ସୁପରଷ୍ଟାର ଦିଲୀପ କୁମାରଙ୍କ ପରଲୋକ

ବଲିଉଡର ସୁପରଷ୍ଟାର ଦିଲୀପ କୁମାରଙ୍କ ପରଲୋକ

ମୁମ୍ବାଇ : ବଲିଉଡ ପାଇଁ ଏକ ଦୁଃଖଦ ଖବର । ଭେଟେରାନ୍ ଅଭିନେତା ଦିଲୀପ କୁମାରଙ୍କ ପରଲୋକ ଘଟିଛି। ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ମୁମ୍ଵାଇର ହିନ୍ଦୁଜା ହସ୍ପିଟାଲରେ ବୁଧବାର ଦିନ ସକାଳ ୭ଟା ୩୦ରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଦିଲ୍ଲୀପ କୁମାର ନିଧନରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି। ଦୀର୍ଘ ଦିନର ଅସୁସ୍ଥତା କାରଣରୁ ତାଙ୍କୁ ଗତ ଜୁନ୍ ୨୯ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡକ୍ଟର ପାର୍କର ଜୋ ତାଙ୍କର ଚିକିତ୍ସା କରୁଥିଲେ। ପାର୍କର ଜୋ ବଲିଉଡର ଏହି ଟ୍ରାଜେଡି କିଙ୍ଗ୍‌ଙ୍କ ପରଲୋକ ବିଷୟରେ ସୂଚନା ଦେଇଛନ୍ତି। ଦିଲ୍ଲୀପ କୁମାର ମୃତ୍ୟୁ ଖବର ଶୁଣି ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି। ତାଙ୍କ ପତ୍ନୀ ସାଇରା ବାନୋ ଗତକାଲି ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ଦେଇଥିଲେ। ଏଥିସହ ସେ ତାଙ୍କୁ ଘରକୁ ଖୁବଶୀଘ୍ର ଧରି ଫେରିବେ ବୋଲି କହିଥିଲେ। କିନ୍ତୁ ଆଜି ସକାଳ ୭.୩୦ରେ ତାଙ୍କର ଦେହାନ୍ତ ହୋଇଛି। ଏହା ପୂର୍ବରୁ ଜୁନ୍‌ ୬ରେ ମଧ୍ୟ ଶ୍ୱାସ ଜନିତ ସମସ୍ୟା ଯୋଗୁ ଦିଲୀପ କୁମାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ କିଛି ଦିନର ଚିକିତ୍ସା ପରେ ସେ ଘରକୁ ଫେରିଥିଲେ।

୧୯୨୨ ମସିହା ଡିସେମ୍ବର ୧୧ ତାରିଖରେ ସେ ପରାଧୀନ ଭାରତର ପେଶାୱାରରେ ଜନ୍ମଗ୍ରହଣ କରିଥିଲେ । ବିଗତ ୫ ଦଶନ୍ଧି ଧରି ସେ ଦର୍ଶକଙ୍କ ହୃଦୟର ରାଜ କରିବା ସହ ପ୍ରାୟ ୬୫ଟି ଫିଲ୍ମରେ ଅଭିନୟ କରିଥିଲେ । ସେ ନିଜ ଅଭିନୟ ଜୀବନରେ ଅନେକ ଫିଲ୍ମ ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ, କାରଣ ସେ ବାସ୍ତବ ଅଭିନୟକୁ ଅଧିକ ଗୁରୁତ୍ୱ ଦେଉଥିଲେ । ୧୯୪୪ ମସିହାରେ ‘ଜ୍ୱାର୍ ଭଟ୍ଟା’ ଚଳଚ୍ଚିତ୍ରରୁ ସେ କ୍ୟାରିୟର ଆରମ୍ଭ କରିଥିଲେ । ଦିଲ୍ଲୀପଙ୍କ ମୃତ୍ୟୁରେ ଭାରତୀୟ ଚଳଚ୍ଚିତ୍ର ଜଗତ ଏକ ଉଜ୍ଜ୍ୱଳ ତାରକାଙ୍କୁ ହରାଇଲା, ଯେଉଁ ସ୍ଥାନ ଯୁଗ ଯୁଗ ପାଇଁ ଅପୂରଣୀୟ ହୋଇ ରହିବ । ତାଙ୍କର ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବହୁ ରାଜନେତା, ଅଭିନେତା, କ୍ରୀଡ଼ାବିତ ତଥା ବିଶିଷ୍ଟ ବ୍ୟକ୍ତିମାନେ ଅମର ଆତ୍ମାର ଆତ୍ମାର ସଦଗତି ନିମନ୍ତେ ଶୋକବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking