29.1 C
Bhubaneswar
Sunday, May 5, 2024
Homeଓଡିଶାଗାଧୋଇବାକୁ ଯାଇ ନାଳରେ ବୁଡି ଜଣେ ମୃତ 

ଗାଧୋଇବାକୁ ଯାଇ ନାଳରେ ବୁଡି ଜଣେ ମୃତ 

ଯାଜପୁର : ଗାଧୋଇବାକୁ ଯାଇ ନାଳରେ ବୁଡି ଜଣେ ମୃତ ଜଣେ ଉଦ୍ଧାର । ଏଭଳି ଅଭାବନିୟ ଘଟଣା ଘଟିଛି ଯାଜପୁର ମଙ୍ଗଳପୁର ଥାନା ତଥା ଦଶରଥପୁର ବ୍ଲକ ଅନ୍ତର୍ଗତ ଥାଲକୁଡି ପଂଚାୟତ ଦକ୍ଷିଣବନ୍ଧ ଗ୍ରାମରେ । ମୃତ ଯୁବକ ହେଲେ ଉକ୍ତଗ୍ରାମର ରାଜେନ୍ଦ୍ର ପଲାଇଙ୍କ ପୁଅ ଜ୍ୟୋତି ପ୍ରକାଶ ପଲାଇ । ଦକ୍ଷିଣବନ୍ଧ ଗ୍ରାମର ଦୁଇ ଯୁବକ ଜ୍ୟୋତି ଏବଂ ପ୍ରକାଶ ନିକଟସ୍ଥ ଜିନ୍ଦୁପୁର ଜୁହାରିଆ ନାଳକୁ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ । ଖବରପାଇ ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରିବା ପରେ ଦୁଇଜଣଙ୍କୁୁ ଉଦ୍ଦାର କରି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିଲେ । ସେଠାରେ ଡାକ୍ତର ଜ୍ୟୋତିର ଅବସ୍ଥା ଗୁରୁତର ଥିବାରୁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପ୍ରକାଶ ଏବେ ସୁସ୍ଥଥିବା ଜଣା ପଡିଛି । ମଙ୍ଗଳପୁର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking