40.1 C
Bhubaneswar
Thursday, April 25, 2024
Homeଓଡିଶାଜାତୀୟ ରାଜପଥ ଲୁଟେରା ଗ୍ୟାଙ୍ଗକୁ ଠାବ କଲା ଧର୍ମଶାଳା ପୋଲିସ, ୫ ଗିରଫ

ଜାତୀୟ ରାଜପଥ ଲୁଟେରା ଗ୍ୟାଙ୍ଗକୁ ଠାବ କଲା ଧର୍ମଶାଳା ପୋଲିସ, ୫ ଗିରଫ

ଯାଜପୁର(ଓଏନଏ) : .ଜାତୀୟ ରାଜପଥରେ ଯାତ୍ରୀ ମାନଂକୁ ଲୁଟ କରି ଖସି ଯାଉଥିବା ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ଧର୍ମଶାଳା ପୋଲିସ l ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି l ଧର୍ମଶାଳା ପୋଲିସ ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସହ ୫ଜଣକୁ ଗିରଫ କରିଛି l ସେମାନଙ୍କ ନିକଟରୁ ୪ଟି ସୁନା ଚେନ, ୨ଟି ବାଇକ୍‌, ୮ଟି ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ବିଶେଷ କରି ଏହି ଗ୍ୟାଙ୍ଗ ଜାତୀୟ ରାଜପଥରେ ଯାଉଥିବା ମହିଳାମାନ ଓ ଅନ୍ୟମାନଙ୍କୁ ଟାର୍ଗେଟ କରି ସୁନା ଗହଣା ଲୁଟ କରିଥାନ୍ତି । ଏମାନଙ୍କ ନାମରେ ଜିଲ୍ଲା ତଥା ଜିଲା ବାହାରର ବିଭିନ୍ନ ଥାନାରେ ୧୦ରୁ ଅଧିକ ଲୁଟୁ ମାମଲା ରହିଥିବା ପୋଲିସ ସୂଚନା ଦେଇଛି l

ଏହି ଘଟଣାର ମାଷ୍ଟରମାଇଣ୍ଡ କଟକ ସଦର ଥାନା ବ୍ରାହ୍ମଣୀଝରିଲୋ ଗ୍ରାମର କୁଦୁଶ ଖାନ୍‌କୁ ପୋଲିସ ଗିରଫ କରିବା ସହ ଲୁଟୁ କରିବାରେ ସଂପୃକ୍ତ ଥିବା ଅନ୍ୟ ୪ଜଣଙ୍କୁ ଗିରଫ କରିଛି । ଲୁଟେରାମାନେ ହେଲେ ସଦର ଥାନା ଅଂଚଳର ୟୁନୁସ ଖାନ୍‌, ଜଗତସିଂହପୁର ଥାନା କେନ୍ଦଳା ଅଂଚଳର ଜ୍ଞାନ ରଂଜନ ସାହୁ, ବାଲେଶ୍ୱର ଥାନା ଖନ୍ତପଡା ଅଂଚଳର ସୁଶାନ୍ତ କୁମାର ଜେନା, ବ୍ରହ୍ମବରଦା ଅଂଚଳର ମହେଶ୍ୱର ସାହୁ । ବିଭିନ୍ନ ସ୍ଥାନରେ ଚଢଉ କରି ଏମାନଙ୍କୁ ଗିରଫ କରିଥିବା ଧର୍ମଶାଳା ପୋଲିସ ସୂଚନା ଦେଇଛି । ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking