28.1 C
Bhubaneswar
Saturday, April 27, 2024
Homeଓଡିଶାବାତ୍ୟା ମୁକାବିଲା ପାଇଁ ସଜାଗ ରହିଛି ଯାଜପୁର ଜିଲ୍ଲା ପ୍ରଶାସନ

ବାତ୍ୟା ମୁକାବିଲା ପାଇଁ ସଜାଗ ରହିଛି ଯାଜପୁର ଜିଲ୍ଲା ପ୍ରଶାସନ

ଯାଜପୁର : ସମ୍ବାବ୍ୟ ବାତ୍ୟା ‘ୟସ’ ର ମୁକାବିଲା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।ଏ ନେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଜୁମ ମୋଡ଼ ରେ ଅନୁଷ୍ଠିତ ହୋଇଯାଇଛି।କରୋନା ମହାମାରୀ ର ଭୟବହତା ସାଙ୍ଗକୁ ଏ ବାତ୍ୟା ର ଆଗମନ ର ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ସମୟରେ ଅସୁବିଧାରେ ପଡିଥିବା ଲୋକମାନଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ୦୬୭୨୮-୨୨୨୬୪୮,୧୦୭୭ରେ ଯୋଗାଯୋଗ କରିପାରିବେ।ବାତ୍ୟା ର ମୁକାବିଲା ପାଇଁ ଗ୍ରାମ ସ୍ତର ରୁ ପ୍ରସ୍ତୁତି ଆରମ୍ଭ କରାଯାଉଛି । ବିଶେଷ କରି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଗୁଡ଼ିକ ଅନୁଧ୍ୟାନ କରିବା ସହିତ ଆବଶ୍ୟକ ସ୍ଥଳେ ମରାମତି,ଆବଶ୍ୟକ ଦ୍ରବ୍ୟ,ଲାଇଟ,ବୋଟ ଇତ୍ୟାଦି ସହିତ ଆବଶ୍ୟକୀୟ ସମସ୍ତ ଜିନିଷ କୁ ମହଜୁଦ ରଖିବା ସହିତ ସ୍ଥିତି ଅନୁଧ୍ୟାନ କରିବା କୁ ଜିଲ୍ଲାପାଳ ଶ୍ରୀ ରାଠୋର ସମସ୍ତ ବିଭାଗ କୁ ନିର୍ଦେଶ ଦେଇଛନ୍ତି।

ଜିଲ୍ଲା ର ନଅ ଟି ବ୍ଲକ ରେ ୨୬ ଟି ବହୁମୁଖୀ ଆଶ୍ରୟ ସ୍ଥଳୀ ରହିଛି। ଏହି ଆଶ୍ରୟ ସ୍ଥଳ ମାନଙ୍କ ରେ ପାନୀୟ ଜଳ, ଲାଇଟ, ଓ ଖାଦ୍ୟ ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।ଜିଲ୍ଲା ଓ ବ୍ଲକ ସ୍ତରରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବା, ଆବଶ୍ୟକ ସ୍ଥଳେ ଅଧିକା ଆଶ୍ରୟସ୍ଥଳୀ ଖୋଲିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ଜିଲ୍ଲା ରେ ରହିଥିବା ସ୍ୱେଚ୍ଛାସେବୀ ସଂଗଠନ ଓ ପଂଚାୟତ ଜନ ପ୍ରତିନିଧି ମାନେ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ଆହ୍ୱାନ କରିଛି।ଜିଲ୍ଲା ର ଅଗ୍ନିଶମ ବିଭାଗ ପକ୍ଷରୁ ନିଜର ଯନ୍ତ୍ରପାତି ସହ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ନିଯୁକ୍ତି କରାଯିବ।ବାତ୍ୟା ପାଇଁ ସମଗ୍ର ଅଧିକାରୀ ଓ କର୍ମଚାରୀ ମାନଙ୍କ ଛୁଟି ବାତିଲ କରାଯାଇଛି। ଜିଲ୍ଲାପାଳ ଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଅକ୍ଷୟ କୁମାର ମଲ୍ଲିକ(ରେଭିନୁ), କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ମୁଖ୍ୟ ଚିକିତ୍ସା ଅଧିକାରୀ ସୁଧାଂଶୁ ଶେଖର ବଳ ସମେତ ଜିଲ୍ଲା ର ସବୁ ବିଭାଗ ଅଧିକାରୀ ମାନେ ଜୁମ ମିଟିଂ ରେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking