28.1 C
Bhubaneswar
Saturday, April 27, 2024
Homeଓଡିଶାକରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

ଯାଜପୁର : ଗତ ୨୨ମାର୍ଚ୍ଚ ୨୦୨୦ ମସିହାଠାରୁ ଆଜକୁ ଦୀର୍ଘ ୪୨୪ଦିନ ଧରି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ଼୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଦେଶର ବିଭିନ୍ନ ଅଞ୍ଚଳରେ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଚାଲୁରଖିଥିବା ବେଳେ ଲକଡାଉନ ଅବଧିକୁ ଆଖିଆଗରେ ରଖି ଗୃହ ନଥିବା ଗୃହବନ୍ଦୀ ପ୍ରବାସୀ ମାନଙ୍କୁ ଫାଉଣ୍ଡେସନ ପକ୍ଷରୁ ମାକ୍ସ,ସାବୁନ, ସାନିଟାଇଜର,ଓ.ଆର.ଏସ,ହ୍ୟାଣ୍ଡ ଗ୍ଲୋବସ୍ ସହ ବସ୍ତ୍ର ଓ ଶୁଖିଲା ଖାଦ୍ୟ ଆଦି ଯୋଗାଇ ଦିଆଯାଉଥିବାର ଦେଖିବାକୁ ମିଳିଛି। ଫାଉଣ୍ଡେସନଦ୍ୱାରା ପରିଚାଳିତ ଦେଶର ବିଭିନ୍ନ ଶାଖା ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଚାଲିଥିବାବେଳେ ଆଜି ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ପରାମର୍ଶକ୍ରମେ ଫାଉଣ୍ଡେସନର ଅନ୍ୟତମ ସଦସ୍ୟା ତଥା ବର୍ଷିୟାନ ସମାଜସେବୀ ଶ୍ରୀମତୀ ମଧୁସ୍ମିତା ନାୟକ,ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର,ସମାଜସେବୀ ଶଶିକାନ୍ତ ନାୟକ ଓ ସୁରେନ୍ଦ୍ର କୁମାର ପାଣ୍ଡବଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନ ମାନଙ୍କରେ ସାଧାରଣ ଜନତାଙ୍କୁ କରୋନା ସମ୍ପର୍କରେ ସଚେତନ ସହ ପ୍ରବାସୀ ଓ ଅସହାୟ ମାନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି।ଏହି କାର୍ଯ୍ୟକ୍ରମ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିରବଛିନ୍ନ ଭାବରେ ଚାଲୁ ରହିବ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking