30.1 C
Bhubaneswar
Monday, May 6, 2024
Homeଓଡିଶାଖୋସଲାପୁର ଲେବଲ କ୍ରସିଂ ନିକଟରେ ନିଆଁ

ଖୋସଲାପୁର ଲେବଲ କ୍ରସିଂ ନିକଟରେ ନିଆଁ

ଯାଜପୁର  : ଯାଜପୁର ଜିଲ୍ଲା ହରିଦାସପୁର ଧାନମଣ୍ଡଳ ଷ୍ଟେସନ ମଝିରେ ଖୋସଲାପୁର ଲେବଲ କ୍ରସିଂ ନିକଟରେ ନିଆଁ ଲଗାଇ ଦେଇଥିଲେ l ଏହା ବିପଦ ମରଣ କାର୍ଯ୍ୟ ରେଳବାଇ କର୍ମଚାରୀ ସବୁ ଦେଖି ନିରବ ରହିବା କେତେ ଦୁର ସମୀଚିନ ତାହା ପ୍ରଶ୍ନବାଚି ସୃଷ୍ଟି କରିଛି l ସୋମବାର ଅପରାହ୍ନ ପ୍ରାୟ ୧.୪୫ ହେବ, ପୂର୍ବ ତଟ ରେଳପଥରେ ହରିଦାସପୁର ଧାନମଣ୍ଡଳ ରେଳଷ୍ଟେସନ ମଧ୍ୟରେ ଥିବା ଖୋସାଲିପୁର ଲେବଲକ୍ରସିଂ ନିକଟରେ ଠିକ୍ ରେଳଧାରଣା କଡ଼କୁ ଲାଗି ରହିଥିବା ଶୁଖିଲା ଗଛ ବୁଦାରେ ନିଆଁ ଲଗାଇ ଦେଇଥିଲା l ନିଆଁ ହୁତହୁତ୍ ହୋଇ ଜଳୁଥିବା ସମୟରେ ସେହି ନିଆଁ ଧାସ ସହିତ ନେଶି ହୋଇ ଏକ ଏକ୍ସପ୍ରେସ ଟ୍ରେନ ଖୁବ୍ ଦୃତ ଗତିରେ କଟକ ଅଭିମୁଖେ ଗଲା l

ଧୂଆଁ ଉଠୁଥିବା ସ୍ଥାନକୁ ନଜର ପକାନ୍ତୁ, ଟ୍ରେନ୍ ହାୱାରେ ନିଆଁର ତୀବ୍ରତା କିଭଳି ଆହୁରି ବଢ଼ି ଯାଇଥିଲେ ବି ମଧ୍ୟ ସୌଭାଗ୍ୟବଶତ ଟ୍ରେନରେ ନିଆଁ ସ୍ପର୍ଶ କରି ନ ଥିଲା l ତେବେ ସେହି ଲେବଲକ୍ରସିଂର ଗାର୍ଡ ରୁମ୍ ନିକଟରେ ହିଁ ଏହି ନିଆଁ ଲାଗିଥିଲେ ମଧ୍ୟ ତାହା ସେଠାରେ ଡ଼୍ୟୁଟିରେ ଥିବା ଗାର୍ଡ ନ ଦେଖିବା କିମ୍ୱା ଦେଖି ଅଣଦେଖା କରୁଥିଲେ ବା ନିଆଁକୁ ଆୟତ୍ତ କରିବା ପାଇଁ ସେ କୌଣସି ପଦକ୍ଷେପ ନେଇଥିଲେ କି ନାହିଁ ରେଳବାଇ କର୍ତ୍ତୃପକ୍ଷ ତାହାର ତଦନ୍ତ କରିବା ଆବଶ୍ୟକ l କାରଣ ଆଜି ସିନା ସେଥିଯୋଗୁଁ କୌଣସି ଅଘଟଣ ଘଟିଲା ନାହିଁ କିନ୍ତୁ ସେ ଟ୍ରେନଟି ଯଦି ପେଟ୍ରୋଲ ବା ସେଭଳି ଅନ୍ୟ କୌଣସି ଅତି ଦହନଶୀଳ ପଦାର୍ଥ ବୋଝେଇ ମାଲବାହୀ ଟ୍ରେନ ହୋଇଥାନ୍ତା ତେବେ ପରିସ୍ଥିତି କଣ ହୋଇଥାନ୍ତା ? ତାହା ବିଚାର କରନ୍ତୁ ବୋଲି ବରିଷ୍ଠ ଆଇନଜୀବି ଉଦୟ ନାଥ ସାହୁ କହିଛନ୍ତି l ଏପରି କାର୍ଯ୍ୟ ନକରିବା ପାଇଁ ପରାମର୍ଶ ଦେବା ସହ ଏହାର ତଦନ୍ତ ଦାବୀ କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking