38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଗୁଜୁରାଟରେ ନାଇଟ କର୍ଫ୍ୟୁ

ଗୁଜୁରାଟରେ ନାଇଟ କର୍ଫ୍ୟୁ

ଅହମଦାବାଦ : କୋରନା ମହାମାରୀର ସଂକ୍ରମଣ ବ୍ୟାପୁଥିବା ଯୋଗୁଁ ଗୁଜୁରାଟରେ ନାଇଟ କର୍ଫ୍ୟୁକୁ ପୁଣି ଥରେ ଲାଗୁ କରାଯାଇଛି । ରାଜ୍ୟର ମୋଟ ୪ଟି ସହରରେ ଏହି କଟକଣା ଲାଗୁ କରାଯାଇଛି । କଟକଣାକୁ ବଢାଇ ଫେବୃଆରୀ ୨୮ ତାରିଖ ଯାଏଁ କରାଯାଇଛି  ଅହମଦାବାଦ,ସୁରତ,ଭଦୋଦରା ଓ ରାଜକୋଟ ରେ ଏହି କର୍ଫ୍ୟୁ ରାତି ୧୧ ଟାରୁ ସକାଳ ୬ଯାଏଁ ରହିବ । ଏହି ସମୟରେ ଜରୁରୀ କାଳୀନ ସେବା ଗୁଡିକୁ ବାଦ ଦିଆଯାଇଛି ।
ପ୍ରକାଶଥାଉକି, ଗତ ନଭେମ୍ବର ମାସରେ ଏହି କର୍ଫ୍ୟୁ ଲାଗୁ କରାଯାଇଥିଲା । ଦୀପାବଳି ଉତ୍ସବ ପରେ ଗୁଜୁରାଟରେ କୋରନା ସଂକ୍ରମଣ ସଂଖ୍ୟା ବଢିଯାଇଛି । ଏଠାରେ ବିଗତ ମାସ ଗୁଡିକରେ ପ୍ରତିଦିନ ୧୫୦୦ରୁ ଉର୍ଦ୍ଧ କୋରନା ଚିହ୍ନଟ ହେଉଥିବା ବେଳେ ଏହା ଏବେ ୨୫୦ରେ ପହଞ୍ଚିଛି । ଏହି ସଂଖ୍ୟାକୁ ଅଧିକ ନିୟନ୍ତ୍ରଣ କରିବା ପାଇଁ ଏହି ପଦକ୍ଷପ ନିଆଯାଇଛି ବୋଲି ରାଜ୍ୟ ସୂଚନା ଲୋକ ସମ୍ପର୍କ ବିଭାଗ ତରଫରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking