32.1 C
Bhubaneswar
Friday, April 26, 2024
Homeଓଡିଶାଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶିବାନନ୍ଦ କ୍ଳବ ପକ୍ଷରୁ କମ୍ବଳ ବଣ୍ଟନ

ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶିବାନନ୍ଦ କ୍ଳବ ପକ୍ଷରୁ କମ୍ବଳ ବଣ୍ଟନ

ଯାଜପୁର : ଶୀତ ଅନୁଭୂତ ହେଲାଣି । ସମସ୍ତେ ଆମେମାନେ ନିଜ ନିଜର ଘରେ ରାତିରେ କେତେ ଆରାମରେ କମ୍ବଳ ଘୋଡେ଼ଇ ହେଇ ଶୋଉଛନ୍ତି। କିନ୍ତୁ ଏ ହାଡ଼ଭଙ୍ଗା ଶୀତରେ ଖୋଲା ଆକାଶ ତଳେ ଅଜସ୍ର ମଶା ଉପଦ୍ରବରେ ଲୋକମାନେ ଶୋଉଛନ୍ତି କିପରି? କେବେ ଭାବିଛନ୍ତି ସେମାନଙ୍କ କଷ୍ଟ କେତେ? ତାଙ୍କରି ସେଇ କଷ୍ଟକୁ ଟିକେ ଲାଘବ କରିବା ପାଇଁ ଗତକାଲି ରାତିରେ ଯାଜପୁର ରୋଡର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶିବାନନ୍ଦ କ୍ଲବ ତରଫରୁ ଧବଳଗିରି ସାଇ ମନ୍ଦିର ଠାରୁ ଯାଜପୁର ରୋଡ ରେଳ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତାକଡ଼ରେ ଶୋଇଥିବା ଅସହାୟ ଲୋକମାନଙ୍କୁ ୩୫ଟି କମ୍ବଳ ବଣ୍ଟନ କରାଯାଇଥିଲା । ଆଗକୁ ମଧ୍ୟ ଶିବାନନ୍ଦ କ୍ଲବ ତରଫରୁ ଆଶ୍ରମ ଓ ଅନ୍ୟାନ୍ୟ ସ୍ଥାନରେ କମ୍ବଳ ବାଣ୍ଟିବା ପାଇଁ ଯୋଜନା ରହିଥିବା କଥା କ୍ଲବ ତରଫରୁ ସୂଚନା ଦିଆଯାଇଛି। କ୍ଲବ୍ ସଭାପତି ଓ କୋଷାଧ୍ୟକ୍ଷଙ୍କ ସହ ଅନ୍ୟ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ । ରାସ୍ତା କଡ଼ରେ ଶୋଇଥିବା ଲୋକମାନେ ମଶା ଦାଉରୁ ଅତିଷ୍ଠ ହେଉଥିବାର ଦେଖି ବ୍ୟାସନଗର ପୌରପରିଷଦକୁ ରାସ୍ତା କଡ଼ରେ ମଶା ଔଷଧ ସିଞ୍ଚନ କରିବା ପାଇଁ କ୍ଲବ ତରଫରୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking