31.1 C
Bhubaneswar
Tuesday, April 30, 2024
Homeଓଡିଶାଯାଜପୁର ଜିଲ୍ଲା ପତଞ୍ଜଳି ଭାରତ ସ୍ବାଭିମାନ ଟ୍ରଷ୍ଟ ଦ୍ଵାରା ମହାସମାରୋହରେ ରାମନବମୀ ପାଳିତ

ଯାଜପୁର ଜିଲ୍ଲା ପତଞ୍ଜଳି ଭାରତ ସ୍ବାଭିମାନ ଟ୍ରଷ୍ଟ ଦ୍ଵାରା ମହାସମାରୋହରେ ରାମନବମୀ ପାଳିତ

ଯାଜପୁର : ବୁଧବାର ଯାଜପୁର ଜିଲ୍ଲା ପତଞ୍ଜଳି ଭାରତ ସ୍ବାଭିମାନ ଟ୍ରଷ୍ଟ ଓ ବ୍ଯାସନଗର ତହସିଲ ପତଞ୍ଜଳି ଭାରତ ସ୍ବାଭିମାନ ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ରାମନବମୀ ଉତ୍ସବ ଓ ଯୋଗଗୁରୁ ପରମ ପୂଜ୍ୟ ସ୍ଵାମୀ ରାମଦେବଙ୍କ ୩୦ ତମ ସନ୍ନ୍ୟାସ ଦୀକ୍ଷା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ପ୍ରଥମେ ପ୍ରାତଃ ୫.୦୦ ରେ ସମନ୍ଵିତ ଯୋଗ କରାଯାଇଥିଲା। ୫.୪୫ ରେ ବିଶ୍ବ କଲ୍ୟାଣ ପାଇଁ ଯଜ୍ଞ ଆୟୋଜନ କରାଯାଇଥିଲା। ଏଥିରେ ସମସ୍ତ ଯୋଗୀ ଭାଇ ଭଉଣୀ ମାନେ ଆହୂତି ପ୍ରଦାନ କରିଥିଲେ। ଆଜି ଦିନରେ ହିଁ ପ୍ରଖ୍ୟାତ ଯୋଗଗୁରୁ ବାବା ରାମଦେବ ଜୀ ସନ୍ନ୍ୟାସୀ ବ୍ରତ ଅବଲମ୍ବନ କରିଥିଲେ। ଆଜି ଥିଲା ୩୦ତମ ସନ୍ନ୍ୟାସ ଦିବସ। ଏହି ଉପଲକ୍ଷେ ଏକ ଗୁରୁଦକ୍ଷିଣା କାର୍ଯ୍ୟକ୍ରମ କରାଯାଇଥିଲା। ସମସ୍ତ ଯୋଗୀ ଭାଇ ଭଉଣୀମାନେ ନିଜର ଶକ୍ତି ମତେ ଦାନ କରିଥିଲେ। ବକ୍ତା ମାନେ କ’ଣ କଲେ ମଣିଷ କୁ ମାନସିକ ଶାନ୍ତି ମିଳିବ ଓ ବିଶ୍ଵର କଲ୍ୟାଣ ହେବ ତା ଉପରେ ଆଲୋକପାତ କରିଥିଲେ। ଶେଷରେ ସ୍ବଳ୍ପାହାର ଓ ମିଷ୍ଟାନ୍ନ ବଣ୍ଟନ କରାଯାଇ କାର୍ଯ୍ୟକ୍ରମ କୁ ସମାପନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking