34.1 C
Bhubaneswar
Wednesday, May 1, 2024
Homeଓଡିଶାସିଦ୍ଧେଶ୍ବର ପୀଠ ରେ ଅଶୋକାଷ୍ଟମୀ ମେଳା

ସିଦ୍ଧେଶ୍ବର ପୀଠ ରେ ଅଶୋକାଷ୍ଟମୀ ମେଳା

ଯାଜପୁର : କଥାରେ ଅଛି ସାତ ଥର ଯିବୁ ପୁରୀ ଥରେ ମାତ୍ର ଯିବୁ ରସିକା କଢ଼ି ଏହାର ମର୍ମ ପୁରୀ ପାରେ ରଶିକା କଢି ନ ଗଲେ ପ୍ରୁଣ୍ଣ୍ ମିଳେ ନାହିଁ l ଯାଜପୁର ଦଶରଥପୁର ବ୍ଲକର ପ୍ରସିଦ୍ଧ ଶୈବ କ୍ଷେତ୍ର ସିଦ୍ଧେଶ୍ବର ପୀଠ ରେ ଅଶୋକାଷ୍ଟମୀ ମେଳା ଆରମ୍ଭ ହୋଇଛି। ପ୍ରଭାତ ରୁ ଶହଶହ ଶ୍ରଦ୍ଧାଳୁ ବୈତରଣୀ ନଦୀ ରେ ବୁଡ଼ ପକାଇ ବାବା ସିଦ୍ଧେଶ୍ବରଙ୍କ ଦର୍ଶନ କରିବା ସହ କୃପା ଲାଭ କରିଛନ୍ତି । କଥା ଅଛି “ସାତ ଥର ଯିବୁ ପୁରୀ ଥରେ ଯିବୁ ରସିକା କଢି ସବୁ ପାପ ଯିବ ଛାଡ଼ି “ଏହି ଅଶୋକାଷ୍ଟମୀ ମେଳା କୁ ରସିକା କଢି ମେଳା ବୋଲି କୁହାଯାଇଥାଏ। ରାଜ୍ୟ ର କୋଣ ଅନୁକୋଣ ରୁ ଭକ୍ତ ମାନେ ଏଠାରେ ଏହି ମେଳା ରେ ସାମିଲ ହୋଇ ପିତୃପୁରୁଷ ଙ୍କୁ ବୈତରଣୀ ନଦୀ ରେ ବୁଡ଼ ପକାଇ ପିଣ୍ଡ ଦାନ କରିଥାନ୍ତି । ନଦୀ ଏ ଠାରେ ଉତ୍ତର ବାହିନୀ ହୋଇଥିବା ରୁ ନିଜ ପିତୃ ପୁରୁଷ ଙ୍କ ଅସ୍ତି ବିସର୍ଜନ କଲେ ଆତ୍ମା ସ୍ୱର୍ଗ ପ୍ରାପ୍ତି ହୁଏ ବୋଲି ପ୍ରବାଦ ରହିଛି। ଆଜି ଠାରୁ ଏହି ମେଳା ଆରମ୍ଭ ହୋଇ ଆସନ୍ତା ୭ ଦିନ ଧରି ଚାଳିବ। ଏହି ମେଳା ବୁଲିବାକୁ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥାଏ । ଶ୍ରଦ୍ଧାଳୁମାନଙ୍କ ଭିଡ କୁ ଲକ୍ଷ୍ୟ ରଖୀ ମନ୍ଦିର ପ୍ରସାଶନ ଓ ବ୍ଲକ ପ୍ରସାଶନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking