32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବଧୁହତ୍ୟା ଅଭିଯୋଗ

ବଧୁହତ୍ୟା ଅଭିଯୋଗ

ଯାଜପୁର : ଯାଜପୁର ଟାଉନ ଥାନା ରାମମନ୍ଦୀର ନୂଆଗାଁ ଅଂଚଳରେ । ମୃତକ ହେଲେ ଦିପ୍ତରଂଜନ ପାତ୍ରଙ୍କ ପତ୍ନି ଜ୍ୟୋତିରାଣି । ଜ୍ୟୋତିରାଣି ୩ ବର୍ଷ ତଳେ ବିବାହ କରିଥିଲେ । ବିବାହ ସମୟରେ ଶାଶୁ ଘର ଲୋକେ ନାନା ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା । ବିବାହ ପରେ ଅଧିକ ଯୌତୁକ ପାଇଁ ଶାଶୁ ଘର ଲୋକେ ଶାରିରିକ ଓ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ । ଏହାକୁ ନେଇ ଅନେକ ସମୟରେ ଝଗଡା ହୋଇଥିଲା । ଏଥିପାଇଁ ଜ୍ୟୋତିରାଣୀ ନିଜ ବାପ ଘରକୁ କିଛି ମାସ ତଳେ ପଳାଇ ଆସିଥିଲେ । କିନ୍ତୁ ଶାଶୁ ଘର ଲୋକେ ପୁଣି ବୁଝାସୁଝା କରି ଘରକୁ ଆଣିଥିଲେ । କିନ୍ତୁ ନିର୍ଯ୍ୟାତନା କମିନଥିଲା । ହଠାତ୍ ତାଙ୍କର କାଲି ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏ ନେଇ ଜ୍ୟୋତିରାଣିଙ୍କ ବାପ ଘର ପକ୍ଷରୁ ଥାନାରେ ଏକ ହତ୍ୟା ମୋକଦ୍ଧମା ରୁଜୁ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ସ୍ୱାମୀ ଦିପ୍ତିରଂଜନଙ୍କୁ ଅଟକ ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking