28.1 C
Bhubaneswar
Saturday, April 27, 2024
Homeଓଡିଶାଯାଜପୁର ରୋଡ ସହରରେ ମାର୍କେଟ୍ କେବେ କାର୍ଯ୍ୟକାରୀ ହେବ ?

ଯାଜପୁର ରୋଡ ସହରରେ ମାର୍କେଟ୍ କେବେ କାର୍ଯ୍ୟକାରୀ ହେବ ?

ଯାଜପୁର (ଓ.ଏନ୍‌.ଏ) : କ୍ରର୍ମ ବଧିଷ୍ଣୁ ଯାଜପୁର ରୋଡ ସହର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । କଳିଙ୍ଗ ନଗର ଶିଳ୍ପ ହବ୍‌ର ଏହି ସହର ମୁଖ ଶାଳା ଯାଜପୁର ଜିଲ୍ଲାରେ ଏହି ସହର ପ୍ରଧାନ ବାଣିଜ୍ୟ କେନ୍ଦ୍ର କିନ୍ତୁ ଏହି ସହରରେ ପୌର ପରିଷଦ ପକ୍ଷରୁ ପରିବା ମାର୍କେଟ୍ ମାଛ ମାର୍କେଟ୍ ନଥିବାରୁ ପରିବା ବ୍ୟବସାୟୀ ମାନେ ରେଳ ଲେବଲ୍ କ୍ରସିଂ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତା ୨ପାଶ୍ୱର୍ରେ ପରିବା ଓ ଫଳ ଦୋକାନ କରୁଛନ୍ତି । ଫଳରେ ରାସ୍ତା ସଂଙ୍କୁଚିତ ହେଉଛି । ଯାନ ବାହାନ ଯାତାୟତରେ ବାଧାପ୍ରାପ୍ତ ହେବା ସଂଗେ ଦୈନିକ ଛୋଟ ବଡ ଦୁର୍ଘଟଣା ଘଟୁଛି । ପୌର ପରିଷଦ ପକ୍ଷରୁ ୨୦୦୮ ମସିହାରେ ତତ୍‌କାଳୀନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚଦ୍ର ଘଡାଇ ୨୦୦୭ ମସିହାରେ ତତ୍ କାଳୀନ ଜିଲ୍ଲାପାଳ ଅରବିନ୍ଦ ପାଢୀ ଚୋର୍ଦ୍ଦା ଓ ଗୋଶାଳା ଠାରେ ପରିବା ମାର୍କେଟ୍ ନିର୍ମାଣ ପାଇଁପୃଥକ ପୃଥକ ଶିଳାନ୍ୟାସ କରିଥିଲେ । କିନ୍ତୁ କାର୍ଯ୍ୟକାରୀ ହେଲା ନାହିଁ କେବଳ ନାମ ଫଳକରେ ସୀମିତ ରହିଛି । ଫୁଣି ଚୋର୍ଦ୍ଦା ଛକଠାରେ ୨୦୧୯ ମସିହାରେ ତତ୍ କାଳୀନ ପୌର ଅଧ୍ୟକ୍ଷା ସବିତା ରାଉତ୍ ୨୦ ଲକ୍ଷ ଟଙ୍କା ବ୍ୟୟରେ ସେଠାରେ ମାଛ ମାର୍କେଟ୍ ପାଇଁ ଭିତିପସ୍ତର ସ୍ଥାପନା କରିଥିଲେ । ଠିକାଦାର କାର୍ଯ୍ୟାଦେଶ ନେଇ ଅଧାପାନ୍ତାରିଆ ଉପରେ ପଡି ରହିଛି । ପୌର ପରିଷଦର ଏଥିପ୍ରତି ନଜର ନାହିଁ । ଫୁଣି ୨୦୧୯ ମସିହାରେ ସ୍ୱାୟତ ଶାସନ ଅବସରରେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଓ ପୌର ପ୍ରଶାସକ ତଥା ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ନହକା ଛକ ଠାରେ ମାର୍କେଟ୍ କମ୍ପେ୍ଲକ୍ସ୍ ର ଶୁଭ ଉଦ୍‌ଘାଟନ କରିଛନ୍ତି । ଶୁଭ ଉଦ୍‌ଘାଟନ ଫଳକରେ ସୀମିତ ରହିଛି । ଏହି ଯାଏଁ ଟେଣ୍ଡର ହୋଇନାହିଁ । ମାର୍କେଟ୍ କମ୍ପେ୍ଲକ୍ସ୍ ନିର୍ମାଣ ରାଜନେତା ଓ ଜିଲ୍ଲା ପ୍ରଶାସନ ନାମ ଫଳକରେ ରହିଛି । ପରିବା ବ୍ୟବାସାୟୀ ମାନେ ଓ ମାଛ ମାଂସ ବେପାରି ମାନେ ନିଜର ପେଟ ପୋଷିବା ପାଇଁ ଡାକ ବଂଗଳା ଛକ, ଚୋର୍ଦ୍ଦା ଛକ, ଲକ୍ଷ୍ମୀ ମାର୍କେଟ୍‌, ତାରିଣୀ ମାର୍କେଟ୍ କଡରେ ବସି ପରିବା ବିକ୍ରୀ କରୁଛନ୍ତି । ସେମାନଙ୍କର ପରିବା ବର୍ଯ୍ୟ ବସ୍ତୁ ଗୁଡିକୁ ଡ୍ରେନ୍‌ରେ ଫିଙ୍ଗି ଦେଉଛନ୍ତି ଓ ରାସ୍ତା ଉପରେ ପକାଉଛନ୍ତି । ସେଥିରୁ ଦୁର୍ଗନ୍ଧ ବାହରି ପରିବେଷକୁ ଦୂଷିତ କରୁଛି । ପ୍ରଦୂଷଣ ହାର ହ୍ରାସ ପାଇଁ ପୌର ପରିଷଦ ପକ୍ଷରୁ ଓ ଜିଲ୍ଲାପାଳ ମାନେ ସେମାନଙ୍କୁ ତାଗିଦ୍ କରିଥିଲା ମଧ୍ୟ କିଛି ଫଳ ମିଳୁନାହିଁ । ପୌର ପରିହଦ ଜିଲ୍ଲା ପ୍ରଶାସନ ରେଳବାଇ ପୋଲିସ ଆ.ପି.ଏଫ୍ ପକ୍ଷରୁ ବାଞ୍ଜଞ୍ଜରମ୍ବାର ଉଚ୍ଛେଦ କରଯାଉଛି । କିନ୍ତୁ ଉଚ୍ଛେଦ ପରେ ପରିବା ବେପାରୀସେମାନଙ୍କଠାରୁବଟି ନିଆଯାଇ ବସା ଯାଉଛି । ପୌର ପରିଷଦ ପକ୍ଷରୁ ମଧ୍ୟ ଟ୍ୟାକ୍ସ ନିଆଯାଉଛି । ରାସ୍ତା କଡରେ କେତେ ଦିନ ଧରି ପରିବା ବ୍ୟବସାୟ କରିବେ ପ୍ରଶ୍ନ ବାଚୀ ସୃଷ୍ଟି ହେଇଛି । ଚୋରଦା ଗୋଶାଳା ଓ ନହକା ଛକ ଟାରେ କେବେ ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣ ହେବ ତା ସପ୍ନ ସପ୍ନବତ୍ ପରି ରହିଯାଉଚି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking