29.1 C
Bhubaneswar
Saturday, April 27, 2024
HomeUncategorizedଡାଟା ଅଟୋମେସନ ସିଷ୍ଟମ ବୋର୍ଡ ବୈଠକ ଅନୁଷ୍ଠିତ

ଡାଟା ଅଟୋମେସନ ସିଷ୍ଟମ ବୋର୍ଡ ବୈଠକ ଅନୁଷ୍ଠିତ

ଯାଜପୁର ; ଯାଜପୁର ଜିଲ୍ଳ୍‌ାପାଳଙ୍କ ସମ୍ମିଳନୀ କକ୍ଷରେ ଡାଟା ଅଟୋମେସନ ସିଷ୍ଟମ ବା ଡ୍ୟାସ(ଊଇଝ) ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ  କାର୍ଯ୍ୟ, ପ୍ରକଳ୍ପ ବା ଅଭିଯୋଗକୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ବୈଷୟିକ ଉପଯୋଗ ସହ ବିଜ୍ଞାନ ସମ୍ମତ ଭାବେ କରାଯାଇପାରିବ ସେ ସଂପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା ।  ପାରମ୍ପାରିକ ଭାବେ ଅପଂ୍ ଲାଇନରେ ବିଭିନ୍ନ କାର୍ଯ୍ୟ କଲାବେଳେ ସାଧାରଣତଃ ଅଧିକ ସମୟ, ଅଧିକ ଲୋକ ଲାଗିବା ସହ ତୃଟିର ସମ୍ଭାବନା ରହିଥାଏ ।  ତେବେ ଏହି ଡାଟା ଅଟୋମେସନ ସିଷ୍ଟମ ବା ଡ୍ୟାସ୍ ମାଧ୍ୟମରେ ଏହା ଅଧିକ କ୍ରିୟାଶୀଳ ଓ ସ୍ୱଚ୍ଚ୍ଥତାର ସହ ହୋଇପାରିବ ବୋଲି ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ  କହିଥିଲେ ।  ତେଣୁ ପ୍ରତ୍ୟେକ ବିଭାଗର ଡାଟା ଏଣ୍ଟ୍ରି ଅପରେଟର, କମ୍ପ୍ୟୁଟର ପ୍ରୋଗ୍ରାମର ଓ କର୍ମଚାରୀମାନେ ଏହାକୁ ବିଷଦ ଭାବେ ଅବଗତ ହେବାକୁ ଜିଲ୍ଳ୍‌ାପାଳ ଶ୍ରୀ ଦାସ ପରାମର୍ଶ ଦେଇଥିଲେ ।  ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଜିଲ୍ଳ୍‌ାକୁ ପ୍ରୋବେସନର ଭାବେ ଆସିଥିବା ଟ୍ରେନିଂ ଆଇ.ଏ.ଏସ୍‌. ଅପିଂସର ପାୱାର ସଚିନ ପ୍ରକାଶ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍‌ାପାଳ ସନ୍ତୋଷ କୁମାର ମିଶ୍ର, ରାଜସ୍ୱ ଅତିରିକ୍ତ ଜିଲ୍ଳ୍‌ାପାଳ ଅକ୍ଷୟ କୁମାର ମଲ୍ଲିକ, ଉପଜିଲ୍ଳ୍‌ାପାଳ ନାରାୟଣ ଚନ୍ଦ୍ର ଧଳ, ସି.ଡି.ଏମ୍‌.ଓ.  ଡା. ସୁଧାଂଶୁ ଶେଖର ବଳ ସମେତ ବିଡିଓ ଏବଂ ତହସିଲଦାର ମାନେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ଦାନ


 

ଯାଜପୁର ; କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ଦାନ କଲେ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ । ଯାଜପୁର ବାଳିକା ହାଇସ୍କୁଲର ପୁରାତନ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ୧୮ ହଜାର ଟଙ୍କା ଜିଲାପାଳ ରଂଜନ କୁମାର ଦାସଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ଦାନ କରିଛନ୍ତି । ପୁରାତନ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ଏହି ଅର୍ଥକୁ ଯାଜପୁର ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ରେ ପ୍ରଦାନ କରିଥିଲେ । ସାରା ଦେଶରେ କୋରୋନା ପାଇଁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ଏତିକି ବେଳେ ସହାୟତା ଯୋଗାଇବାକୁ ଆସିଥିବା ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ଜିଳାପାଳ ଶୁଭେଚ୍ଛା ଜଣାଇଥିଲେ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking