32.1 C
Bhubaneswar
Saturday, May 4, 2024
Homeଓଡିଶାଆଜି ହେଉଛି ରୁକ୍ମଣୀ ହରଣ ଏକାଦଶୀ.. 

ଆଜି ହେଉଛି ରୁକ୍ମଣୀ ହରଣ ଏକାଦଶୀ.. 

ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀକ୍ଷେତ୍ର ମାନବୀୟ ନୀଳା କରୁଥିବା ବେଳେ ଆଜି ହେଉଛି ମହାପ୍ରଭୁ ଙ୍କ ବାହାଘର | ମା’ ରୁକ୍ମଣୀ ଙ୍କ ସହ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଜେଷ୍ଠଏକାଦଶୀ ତିଥିରେ ମହାପ୍ରଭୁଙ୍କ ରୁକ୍ମଣୀ ହରଣ ନିତି ଅନୁଷ୍ଠିତ ହୋଇଥାଏ |. ସୂଚନାଯୋଗ୍ୟ ଯେ ମହାପ୍ରଭୁଙ୍କ ମଧ୍ୟାନ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞା ମାଳ ପାଇଁ ଶ୍ରୀ ମଦନମୋହନ ଏବଂ ମା’ ଲକ୍ଷ୍ମୀ ଶ୍ରୀ ଜୀଉ ଙ୍କର ବାମ ଭୁଜରୁ ଆଜ୍ଞାମାଳ ପାଇ ଲକ୍ଷ୍ମୀ ମନ୍ଦିରରେ ଥିବା ଜଗମୋହନ ଅନ୍ୟପଟେ ଚଢ଼ଉ କରଣ ଏକ ତାଳ  ପତ୍ର ରେ ଏକ ଚିଠି ଲେଖିକି ମା ଲକ୍ଷ୍ମୀ ଙ୍କ ଶ୍ରୀହସ୍ତ ସ୍ପର୍ଶ କରି ଭିତରଛ ଜୟବିଜୟ ଦ୍ୱରା ନିକଟରେ ପହଂଚି  ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନମୋହନ ଙ୍କ ନିକଟରେ ମା ଲକ୍ଷ୍ମୀ ଦେଇଥିବା ଚିଠି  ପାଠ କରାଯାଇଥାଏ |
ଉକ୍ତ ଚିଠି ରେ ମା ଲକ୍ଷ୍ମୀ ଯେତେବେଳେ ମା ବିମଳା ଙ୍କ ଦର୍ଶନ ପାଇଁ ଯିବେ ସେହି ସମୟରେ ମତେ ଆପଣ ନେଇଯିବେ ବୋଲି ଉଲେଖ ରହିଛି.| ମହାପ୍ରଭୁ ଉକ୍ତ ସ୍ଥାନ ରୁ ମା ରୁକ୍ମଣୀ ଙ୍କୁ ହରଣ କରିବା ବେଳେ ଶିଶୁପାଳ ସହ ଯୁଦ୍ଧ କରିଥାନ୍ତି ଏବଂ ଯୁଦ୍ଧ ରେ ଶିଶୁପାଳ ଙ୍କୁ ପରାସ୍ତ କରି ତାଙ୍କୁ ବନ୍ଦୀ କରିଥାନ୍ତି | ଅନ୍ୟପଟେ ଶ୍ରୀମନ୍ଦିର ପୁରହିତଙ୍କ ଦ୍ୱାର ମହାପ୍ରଭୁଙ୍କ ବିବାହ ନୀତି ଅନୁଷ୍ଠିତ ହୋଇଥାଏ.| ଏହାକୁ ରୁକ୍ମଣୀ ହରଣ ଏକାଦଶୀ ମଧ୍ୟ କୁହାଯାଏ. | ସେପଟେ କୋଭିଡ କଟକଣା ଯୋଗୁ ଶ୍ରୀ ମନ୍ଦିର ରେ ଆଜି ଏହି ପରମ୍ପରା ନୀଡ଼ମ୍ବର ଭାବେ ଦେବ ବିବାହ ନୀତି ସମ୍ପନ୍ନ ହୋଇଛି.|
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking