32.1 C
Bhubaneswar
Friday, April 26, 2024
Homeଅପରାଧରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଙ୍ଗବଦ୍ଧ ଆକ୍ରମଣ ଘଟଣାରେ ଆଉ ୫ଜଣ ଗିରଫ

ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଙ୍ଗବଦ୍ଧ ଆକ୍ରମଣ ଘଟଣାରେ ଆଉ ୫ଜଣ ଗିରଫ

ଯାଜପୁର : ଗତକାଲି କୁଆଖିଆ ଥାନା ଗୋପୀନାଥପୁର ଗାଁରେ ରସୁଲପୁର ବିଡିଓ
ଓ ତହସିଲଦାରଙ୍କୁ ସଂଗବଦ୍ଧ ଆକ୍ରମଣ ଘଟଣାରେ ସଂପୃକ୍ତ ଆଉ ୫ଜଣଙ୍କୁ ଗିରଫ କଲା କୁଆଖିଆ ପୋଲିସ । ଗତକାଲି ଏହି ଘଟଣାରେ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏପଟେ ଗୋପୀନାଥପୁର ଗାଁର ମୁସଲିମ ସାହିରେ ୧୪୪ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଖାଁ ଖାଁ ଗାଁ ପରିବେଶ । ଘରୁ କେହି ବାହାରକୁ ନବାହାରିବାକୁ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ପ୍ରଚାର କରାଯାଇଛି । ଗତକାଲି ରସୁଲପୁର ବ୍ଲକର ଲକଡାଉନ ସ୍ଥିତିର ଅନୁଧ୍ୟାନ କରିବାକୁ ଜିଲ୍ଲାପାଳଙ୍କ ସହ ରସୁଲପୁର ବିଡିଓ ତହସିଲଦାର ମଧୁବନ ଅଂଚଳକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ମାସ୍କ ବ୍ୟବହାର ନକରି ୩ଜଣ ଯୁବକ ବାଇକରେ ଯାଉଥିବା ଦେଖି ତାଙ୍କୁ ଅଟକାଇ ଥିଲେ ।
ଫଳରେ ଅମାନ୍ୟ କରି ସେମାନେ ଗୋପୀନାଥପୁର ଗାଁକୁ ଚାଲିଯାଇଥିଲେ । ସେଠାରେ ପ୍ରଶାସନିକ ଅଧିକାରୀମାନେ ପହଂଚିବା ପରେ ସେମାନଙ୍କୁ ଗ୍ରାମବାସୀମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏପରିକି ଜିଲ୍ଲାପାଳଙ୍କୁ ଦୁର୍ବବ୍ୟବହାର କରିବାକୁ ବି ପଛେଇନଥିଲେ । ପରେ ଯାଜପୁର ଏସପି ଘଟଣାସ୍ଥଳରେ ପହଂଚି ଫ୍ଲାଗ୍ ମାର୍ଚ୍ଚ କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

ଯାଜପୁର ରୋଡ ପୋଲିସ 51ଟି ମୋଟର ସାଇକେଲ ସିଜ

ଯାଜପୁର : ପୋଲିସ ପକ୍ଷ ରୁ ଲକ ଡାଉନ କୁ କଡ଼ା କଡ଼ି ପାଳନ କରାଯାଉଥିବା ବେଳେ  ଏହି ଆଇନ କୁ ଭାଙ୍ଗୁ ଥିବା ଅଭିଯୋଗ ରେ 51 ଟି ମୋଟର ସାଇକେଲ ସିଜ କରାଯାଇ 12 ହଜାର ଟଙ୍କା ଫାଇନ ଆକାରେ ଆଦାୟ କରାଯାଇଥିଲା !ଯେଉଁ ମାନେ ମାସ୍କ ନ ପିନ୍ଧିଥିବା ବ୍ୟକ୍ତି ବିଶେଷ ଙ୍କ ଠାରୁ ଦୁଇ ହଜାର ଟଙ୍କା ଫାଇନ ଆଦାୟ କରାଯାଇ ଥିଲା !ପୋଲିସ ବାହିନୀ ପକ୍ଷ ରୁ ତିନୋଟି ଗ୍ରାମ ଯଥା  ଶୋଲେଇ, ପହଙ୍ଗ ଓ ଶୋଵରା ରେ ଝାଡ଼ଖଣ୍ଡ ବିହାର ରାଜ୍ୟ ରୁ  ଫସି ଥିବା ଶ୍ରମଜୀବୀ ଓ ଗୁପ ଚୁପ, ଚାଟ ବିକାଳୀ ମାନଙ୍କୁ ରାସନ ବଣ୍ଟନ କରାଯାଇଛି !ଯାଜପୁର ରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ସୂଚନା ଦେଇଛନ୍ତି ! -ରିପୋର୍ଟ ଅଭିମନ୍ୟୁ ମିଶ୍ର
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking