34.1 C
Bhubaneswar
Friday, March 29, 2024
Homeଓଡିଶାଜିଲ୍ଲାପାଳଙ୍କର ସୁକିନ୍ଦା ବ୍ଲକ ରେ ରନ୍ଧା ଖାଦ୍ୟ ପରିଦର୍ଶନ

ଜିଲ୍ଲାପାଳଙ୍କର ସୁକିନ୍ଦା ବ୍ଲକ ରେ ରନ୍ଧା ଖାଦ୍ୟ ପରିଦର୍ଶନ

ଯାଜପୁର : ଆଜି ଯାଜପୁର ଜିଲ୍ଲା ପାଳ ରଞ୍ଜନ କୁମାର ଦାସ ସୁକିନ୍ଦା ବ୍ଲକ ରେ ପାଞ୍ଚ ଟି ପଂଚାୟତ ରେ ବିଭିନ୍ନ ସ୍ଥାନ ରେ ପ୍ରଶାସନ ପକ୍ଷ ରୁ ଗରିବ ନିରାଶ୍ରୟୀ, ଶ୍ରମଜୀବି, ଅନାଥ ମାନଙ୍କ ପାଇଁ ବିଭିନ୍ନ ସ୍ଥାନ ରେ ରାନ୍ଧ ଖାଦ୍ୟ ଯୋଗାଇ ଦିଆଯାଇଛି, ଖାଦ୍ୟ ର ମାନ କୁ ଯାଞ୍ଚ କରିବା ସହ ଲୋକ ମାନଙ୍କୁ କିପରି ଭାବେ ଖାଦ୍ୟ ଯୋଗାଇ ଦିଆଯାଉଛି ପଚାରି ବୁଝିଥିଲେ !ଠିକ ଠାକ ପରିବେଷଣ କରୁଥିବାରୁ ଜିଲ୍ଲା ପାଳ ଶ୍ରୀ ଦାସ ସନ୍ତୁଷ୍ଟି ପ୍ରକାଶ କାରି ଥିଲେ !ଏହି ଗସ୍ତ ରେ ଜିଲ୍ଲା ପାଳ ଙ୍କ ସହ କଳିଙ୍ଗ ନଗର ର ଅତିରିକ୍ତ ଜିଲ୍ଲା ପାଳ  ଶ୍ରୀ ସନ୍ତୋଷ କୁମାର ମିଶ୍ର, ଡି. ପି. ରୋ ଶ୍ରୀ ସନ୍ତୋଷ କୁମାର ସେଠୀ, ସୁକିନ୍ଦା ବି. ଡି. ଓ  ଅନ୍ୟ ଅଫିସର ମାନେ ପରିଦର୍ଶନ କରିଥିଲେ !
 

ସମାଜର ଉନ୍ନତି ପାଇଁ ନିଜର ପେନସନ  ଏବଂ କଷ୍ଟ ଅର୍ଜିତ ଅର୍ଥ ଦାନ

ଯାଜପୁର:କୋରୋନା ଭଳି ମହାବିପତି ସମୟରେ ସମସ୍ତେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେବା ପରେ ଏଥିରେ ପ୍ରଭାବିତ ହୋଇଛନ୍ତି ବରିଷ୍ଠ ନାଗରିକ । ଏମାନେ ଯଦିଓ ବୟସର ଅପରାହ୍ନରେ ପହଂଚିଯାଇଛନ୍ତି ତଥାପି ଭୁଲି ନାହାଁନ୍ତି ସେମାନଙ୍କ ଦାୟିତ୍ୱ ବୋଧକୁ । ସମାଜର ଉନ୍ନତି ପାଇଁ ନିଜର ପେନସନ ଅର୍ଥ ଏବଂ କଷ୍ଟ ଅର୍ଜିତ ଅର୍ଥକୁ ଦାନ କରି ସାଜିଛନ୍ତି ଏକ ଉଦାହରଣ । କୋରୋନା ମୁକାବିଲା ପାଇଁ ଦାନ କରିଛନ୍ତି ୫୧ ହଜାର ଟଙ୍କା । ଯାଜପୁର ଜିଲା ପାଣିକୋଇଲି ବରିଷ୍ଠ ନାଗରିକ ମଂଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପଂଣ୍ଡକୁ ଜିଲାପାଳଙ୍କ ମାଧ୍ୟମରେ ୫୧ ହଜାର ଟଙ୍କା ପ୍ରଦାନ କରି ସୃଷ୍ଟି କରିଛନ୍ତି ଉଦାହରଣ । ଖାଲି ଏତିକି ନୁହେଁ ଦୁଃଖି ଦରିଦ୍ରଙ୍କୁ ମଧ୍ୟ ରନ୍ଧା ଖାଦ୍ୟ ବଂଟନ କରି ଭୋକିଲା ମୁହଁରେ ଆହାର ଦେଇଛନ୍ତି । ମଂଚର ସଭାପତି ନୃସିଂହ ଚରଣ ଦଳେଇ ଏବଂ ସଂପାଦକ ସୁରେନ୍ଦ୍ର କୁମାର ରାୟ ଯାଜପୁର ଜିଲାପାଳ ରଂଜନ କୁମାର ଦାସଙ୍କୁ ଚେକ୍ ପ୍ରଦାନ କରି କୋରୋନା ଲଢ଼େଇ ପାଇଁ ଏହି ଖର୍ଚ୍ଚ କରିବାକୁ ଅନୁରୋଧ କରିଛନ୍ତି ।
–  ରିପୋର୍ଟ ଅଭିମନ୍ୟୁ ମିଶ୍ର
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking