33.1 C
Bhubaneswar
Saturday, April 27, 2024
Homeଓଡିଶା‘ଗୀତ ଶ୍ରୀଜଗନ୍ନାଥ’ର ସଂସ୍କୃତ ଅନୁବାଦ ପୁସ୍ତକକୁ ଉନ୍ମୋଚନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

‘ଗୀତ ଶ୍ରୀଜଗନ୍ନାଥ’ର ସଂସ୍କୃତ ଅନୁବାଦ ପୁସ୍ତକକୁ ଉନ୍ମୋଚନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ : ମହାପ୍ରଭୁଙ୍କ ୧୦୮ଟି ଭକ୍ତିପୂର୍ଣ୍ଣ ଗୀତକୁ ନେଇ ରଚିତ ‘ଗୀତ ଶ୍ରୀଜଗନ୍ନାଥ’ ଆଧ୍ୟାତ୍ମିକ ପୁସ୍ତକର ସଂସ୍କୃତ ଅନୁବାଦ ପ୍ରକାଶ ପାଇଛି । ପୁରୀ ଗୋବର୍ଦ୍ଧନ ପୀଠରେ ଶ୍ରୀମଦ୍ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ଏହାକୁ ଗୁରୁବାର ଦିନ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକର ମୂଳ ରଚୟିତା ହେଉଛନ୍ତି ଶ୍ରୀଅଖଣ୍ଡ । ୨୦୧୮ରେ ଏହି ପୁସ୍ତକ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଲୋକାର୍ପଣ ହୋଇଥିଲା । ଏହାକୁ ସଂସ୍କୃତ ଅନୁବାଦ କରିଛନ୍ତି ପଣ୍ଡିତ ଡକ୍ଟର ପ୍ରକାଶ ଚନ୍ଦ୍ର ମିଶ୍ର । ଶ୍ରୀ ମିଶ୍ର ଛାତ୍ର ଜୀବନରୁ ସଂସ୍କୃତରେ ହିଁ ବାର୍ତାଳାପ ଓ କଥୋପକଥନ କରିଆସୁଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ଅନେକ ସଂସ୍କୃତ ପୁସ୍ତକ ରଚନା କରିଛନ୍ତି । ଦାୟଭାଗେ ଉତରାଧିକାରୀକ୍ରମଃ, ଗୁରୁକୂଳ ଆଶ୍ରମପ୍ରାର୍ଥନା, ପ୍ରଥମାତୃତୀୟପତ୍ରମ୍‌, ଧର୍ମଶାସ୍ତ୍ରସ୍ୟ ସଂକ୍ଷିପ୍ତପରିଚୟଃ, ଶଙ୍ଖସ୍ମୃତିଃ, ଶ୍ରାଦ୍ଧବିମର୍ଶଃ, ସମୟପ୍ରକାଶଃ ପ୍ରମୁଖ ପୁସ୍ତକ ସଂସ୍କୃତ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । ପିପିଲି ନିକଟ ବାଗେଶ୍ୱରପୁର ବାସିନ୍ଦା ଡକ୍ଟର ଶ୍ରୀମିଶ୍ର ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ସଂସ୍କୃତ ପ୍ରଚାର କାର୍ଯ୍ୟ କରୁଛନ୍ତି । ‘ଗୀତ ଶ୍ରୀଜଗନ୍ନାଥ’ ପୁସ୍ତକରେ ୧୫ଟି ଅଧ୍ୟାୟ ରହିଛି ଓ ପ୍ରତି ଅଧ୍ୟାୟରେ ୭ଟି ଲେଖାଁଏ ଗୀତ ରହିଛି । ପ୍ରଥମ ତିନିଟି ଗୀତକୁ ମିଶାଇ ଶ୍ରୀଜଗନ୍ନାଥଙ୍କ ମହିମା ସମ୍ପର୍କିତ ୧୦୮ଟି ଗୀତ ରହିଛି । ଏହି ପୁସ୍ତକରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମ-ରୂପ-ଲୀଳା-ଧାମ ଆଦିର ସରସ ବର୍ଣ୍ଣନା ହୃହୟଙ୍ଗମ କରିବାଯୋଗ୍ୟ ଅଟେ । ଲୋକାର୍ପଣ ଉତ୍ସବରେ ପୁସ୍ତକର ମୂଳ ରଚୟିତା ଶ୍ରୀ ଅଖଣ୍ଡ, ଅନୁବାଦକ ପଣ୍ଡିତ ଡକ୍ଟର ପ୍ରକାଶ ଚନ୍ଦ୍ର ମିଶ୍ର ଓ ଗୋବର୍ଦ୍ଧନ ପୀଠର କର୍ମକର୍ତାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking