କୋକସରା ପୋଲିସର ସଫଳତା : ବନ୍ଧକ ଦାଦନ ୭ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର

କଳାହାଣ୍ଡି : କୋକସରା ଥାନା ଅନ୍ତର୍ଗତ ଦଣ୍ଡପାଟ ଅଞ୍ଚଳ ରଏନଗୁଡା ଗାଁର ଦୁଇ ଭାଇ ସମେତ ଆମପାଣି ଥାନା ଦାବ୍ରିଗୁଡାର ୫ ଜଣ ଦାଦନ ଶ୍ରମିକଙ୍କୁ ଛତାଗୋଇରା ଗାଁର ଦାଦନ ଦଲାଲ କୃଷ୍ଣ ଦୁର୍ଗା ଅଧିକ ପାରିଶ୍ରମିକର ପ୍ରଲୋଭନ ଦେଖାଇ ପଡୋଶୀ ରାଜ୍ୟ ମଧ୍ୟପ୍ରଦେଶର ରତଲାମ ଜିଲ୍ଲା ତାଳ ଥାନା ଅନ୍ତର୍ଗତ ଖନବାର ଅଞ୍ଚଳର ଜଣେ ବୋରିଂ ଠିକାଦାର ନିକଟରେ ବନ୍ଧକ ପକାଅ ଦେଇଥିଲା । ଯେତେବେଲେ ବନ୍ଧକ ଥିବା ଶ୍ରମିକଙ୍କ ଉପରେ ନିର୍ଯ୍ୟାତନା ଦେବା ସହ ମଜୁରୀ ବାବଦକୁ ଟଙ୍କା ନ ଦେବାରୁ ରଏନଗୁଡାରୁ ଯାଇଥିବା ଦୁଇ ଭାଇ ଭରତ ମାଝୀ ଓ ଚତୁର ମାଝୀ ଫୋନ କରି ନିଜ ଘରକୁ କୃଷ୍ଣ ଦୁର୍ଗା ସେମାନଙ୍କୁ ବନ୍ଧକ ପକାଇ ୮୦ ହଜାର ଟଙ୍କା ଠିକାଦାରରୁ ନେଇ ଯାଇଛି । ଏବେ ଆମକୁ ଠିକାଦାର ଛାଡୁନାହିଁ କି ମଜୁରୀ ଦେଉନାହିଁ ବୋଲି କହିବା ପରେ ପରିବାର ପକ୍ଷରୁ ଦୁଇ ଭାଇଙ୍କ ମା ଅନାଦି ମାଝୀ କୋକସରା ଥାନାରେ ଏ ନେଇ ଅଭିଯୋଗ କରିବା ସହ ଦୁଇ ପୁଅଙ୍କୁ ଉଦ୍ଧାର କରିବା ପାଇଁ ପୋଲିସର ସହାୟତା ଲୋଡିଥିଲେ । ଘଟଣାକୁ ଅତି ଗୁରୁତ୍ୱ ଦେଇ କୋକସରା ପୋଲିସ ମଧ୍ୟପ୍ରଦେଶ ରତଲାମ ଜିଲ୍ଲା ପୋଲିସ ସହ ସମ୍ପର୍କ କରି ଏକ ବ୍ଲୁପ୍ରିଣ୍ଟ ତିଆରି କରି ଏକ ପୋଲିସ ଟିମକୁ କୋକସରା ଏ.ଏସ.ଆଇ ଜନ୍ମେଜୟ ବାଗଙ୍କ ନେତୃତ୍ୱରେ ଗତ ୧ ତାରିଖ ଦିନ ମଧ୍ୟପ୍ରଦେଶ ପଠାଇଥିଲେ ସେଠାରେ ପହଞ୍ଚି ସ୍ଥାନୀୟ ପୋଲିସଙ୍କ ସହାୟତାରେ ଦୁଇ ଭାଇ ଭରତ ମାଝୀ ଓ ଚତୁର ମାଝୀଙ୍କ ସମେତ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଦାବ୍ରିଗୁଡା ଗାଁ ର ଅନ୍ୟ ୫ ଦାଦନ ଶ୍ରମିକ ଯୁଧିଷ୍ଠିର ନାଏକ କୁମୁଦ ମାଝୀ ସତ୍ୟ ନାଏକ ବାଳକୃଷ୍ଣ ନାଏକ ତୋଫାନ ପାତ୍ରଙ୍କୁ ମଧ୍ୟ ଉଦ୍ଧାର କରିଥିଲେ ଓ ସମସ୍ତ ଶ୍ରମିକଙ୍କୁ ଏକ ଗାଡିରେ କଳାହାଣ୍ଡି କୋକସରା ଥାନାକୁ ଆଣି ତାଙ୍କ ପରିବାର ଉପସ୍ଥିତରେ ହସ୍ତାନ୍ତର କରିଛନ୍ତି ଏହା ସହ ଦାଦନ ଦଲାଲ କୃଷ୍ଣ ନାଗକୁ ଅଟକ ରଖି ତଦନ୍ତ ଜାରିରହିଛି । ବୁଧବାର କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ଏକ ପ୍ରେସ ମିଟ ଡାକି ଗଣମାଧ୍ୟମ ପ୍ରତିନିଧିଙ୍କୁ ସମସ୍ତ ସୁଚନା ଦେଇଛନ୍ତି ପୋଲିସ ପ୍ରଶାସନର ତ୍ୱରିତ ପଦକ୍ଷେପକୁ ସାଧାରଣରେ ପ୍ରସଂଶା କରାଯାଇଛି ।

LEAVE A REPLY

Please enter your comment!
Please enter your name here