26.1 C
Bhubaneswar
Wednesday, May 8, 2024
Homeଓଡିଶାଆସନ୍ତାକାଲି ଜଗା ଦର୍ଶନ ବନ୍ଦ

ଆସନ୍ତାକାଲି ଜଗା ଦର୍ଶନ ବନ୍ଦ

ପୁରୀ : ଅନେକ ବାଦ ବିବାଦ ପରେ ଶ୍ରୀମନ୍ଦିରରେ ବୁଧବାର ହିଁ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଆସନ୍ତାକାଲି ଶ୍ରାବଣ-ମଳ କୃଷ୍ଣ ନବମୀ ତିଥି ଅବସରରେ ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ରୁ ରାତ୍ର ଘ.୧୧..୦୦ ଟିକା ପର୍ୟ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ।

ସୂଚନା ଯୋଗ୍ୟ, ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଥିବା ବିବାଦର ଅନ୍ତ ହୋଇଛି। ୯ ତାରିଖରେ ଶ୍ରୀଜୀଉଙ୍କ ବନକଲାଗି ନୀତି ନେଇ ଅଗଷ୍ଟ୧ରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଥିଲା।

ବନକଲାଗି ନୀତିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ବିବାଦ ପରେ ଶ୍ରୀମନ୍ଦିରରେ ଏକପ୍ରକାର ଅଚଳାବସ୍ଥା ଦେଖାଦେଇଥିଲା। ନୀଳାଦ୍ରି ବିଜେକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ମହାପ୍ରଭୁଙ୍କ ବନକଲାଗି ହୋଇପାରିନଥିଲା। ବୁଧବାର ବନକଲାଗି ଶାସ୍ତ୍ରସମତ ଦର୍ଶାଇ ପ୍ରଶାସନ ସେହି ବାରରେ କରିବାକୁ ଚାହୁଁଥିବା ବେଳେ ଦତ୍ତ ମହାପାତ୍ର ସେବକ ଗୁରୁବାର ବନକଲାଗି ନୀତି କରିବାକୁ ଜିଦ୍‌ ଧରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking