31.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶ‘ଇଦ’ ସମ୍ବୋଧନରେ ଇରାନ ମୁଖ୍ୟଙ୍କ ଖୋଲା ଚେତାବନୀ, ‘ଇସ୍ରାଏଲ ଦଣ୍ଡ ପାଇବା ଉଚିତ ଓ ନିଶ୍ଚିତ...

‘ଇଦ’ ସମ୍ବୋଧନରେ ଇରାନ ମୁଖ୍ୟଙ୍କ ଖୋଲା ଚେତାବନୀ, ‘ଇସ୍ରାଏଲ ଦଣ୍ଡ ପାଇବା ଉଚିତ ଓ ନିଶ୍ଚିତ ପାଇବ’

ନୂଆଦିଲ୍ଲୀ : ଚରମ ତିକ୍ତତା ଆଡକୁ ଗତି କରୁଛି ଇସ୍ରାଏଲ ଓ ଇରାନ ମଧ୍ୟରେ ଦେଖାଯାଇଥିବା ବିବାଦ । ସିରିୟାରେ ଇରାନର ଦୂତାବାସ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିବା ପରେ ପ୍ରତିଶୋଧ ମୁଖା ହୋଇଉଠିଛି ଇରାନ । ଏହି ଆକ୍ରମଣରେ ଏକାଧିକ ଇରାନୀୟ ସାମରିକ ଅଧିକାରୀଙ୍କ ସମେତ ଅଧିକାରୀଙ୍କ ପ୍ରାଣହାନୀ ଘଟିଛି । ଇସ୍ରାଏଲକୁ ଏଥିପାଇଁ ଦଣ୍ଡ ମିଳିବ ଉଚିତ ଓ ଏହା ଖୁବଶୀଘ୍ର ମିଳିବ ମଧ୍ୟ କହିଛନ୍ତି ଇରାନର ସର୍ବୋଚ୍ଚ ଶାସକ ଅଜାତୁଲ୍ଲା ଅଲି ଖାମେନେଇ । ‘ଇଦ’ ଉପଲକ୍ଷେ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ସେ ଏହି ପ୍ରସଙ୍ଗରେ ଇସ୍ରାଏଲକୁ କଡା ଚେତାବନୀ ସହ ଆକ୍ରମଣ ଧମକ ମଧ୍ୟ ଦେଇଛନ୍ତି ।

ଇସଲାମର ପବିତ୍ରମାସ ରମାଜନର ଏକ ପ୍ରାର୍ଥନା କାର୍ଯ୍ୟକ୍ରମରେ ଯୋଗଦେଇ ଖାମେନେଇ କହିଛନ୍ତି, ଚଳିତମାସ ପ୍ରାରମ୍ଭରେ ଇସ୍ରାଏଲ ସିରିୟାରେ ଥିବା ଇରାନ ଦୂତାବାସ ଉପରେ ଆକ୍ରମଣ କରିଛି । ଏଥିରେ ଏକାଧିକ ଇରାନୀୟ କମାଣ୍ଡର ଶହୀଦ ହୋଇଛନ୍ତି । ସେ କହିଛନ୍ତି, ଦୂତାବାସ ଉପରେ ଆକ୍ରମଣ କରିବାର ଅର୍ଥ ହେଉଛି, ଇରାନର ଅଞ୍ଚଳରେ ଆକ୍ରମଣ କରିବା । ଏହା ଇସ୍ରାଏଲର ଏକ ବଡ ଭୁଲ ।

ସେଥିପାଇଁ ଇସ୍ରାଏଲକୁ ନିଶ୍ଚିତ ଦଣ୍ଡ ମିଳିବା କଥା ଓ ଅବଶ୍ୟ ଦିଆଯିବ ମଧ୍ୟ । ତେବେ ଚଳିତମାସ ପ୍ରାରମ୍ଭରେ ଇସ୍ରାଏଲ ଇରାନ ଦୂତାବାସ ଉପରେ କରିଥିବା ଏୟାର ଷ୍ଟ୍ରାଇକରେ ପ୍ରାୟ ୧୨ଜଣଙ୍କର ପ୍ରାଣହାନୀ ହୋଇଥିଲା । ଏଥିମଧ୍ୟରେ ଇରାନ ରିଭୋଲୁସନାରୀ ଗାର୍ଡର ୭ଜଣ ଯବାନ ଓ ସେନାଧିକାରୀ ମଧ୍ୟ ଥିଲେ । ତେବେ ଏହି ଅଭିଯୋଗକୁ ଇସ୍ରାଏଲ ସ୍ୱୀକାର କରିନି । କିନ୍ତୁ ପୂର୍ବରୁ ଗାଜା ଆକ୍ରମଣ ପରଠାରୁ ଇସ୍ରାଏଲ ଓ ଇରାନ ମଧ୍ୟରେ ସମ୍ପର୍କ ତିକ୍ତତାପୂର୍ଣ୍ଣ ଥିବା ବେଳେ ଏବେ ଏହା ଆହୁରି ଜଟିଳ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking