29.1 C
Bhubaneswar
Saturday, April 27, 2024
Homeଆଇପିଏଲ୍ -2022ଦ୍ୱିତୀୟ ବିଜୟ ସହ ଟପ୍‌ରେ ମୁମ୍ବାଇ

ଦ୍ୱିତୀୟ ବିଜୟ ସହ ଟପ୍‌ରେ ମୁମ୍ବାଇ

ଚେନ୍ନାଇ : ଚଳିତ ଆଇପିଏଲ୍‌ର ଚତୁର୍ଦ୍ଦର୍ଶ ସଂସ୍କରଣରେ ଶନିବାର ନବମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ତା’ର ଦ୍ୱିତୀୟ ବିଜୟ ଅର୍ଜନ କରିଛି । ଅନ୍ୟପକ୍ଷରେ ହାଇଦ୍ରାବାଦ କ୍ରମାଗତ ଭାବେ ତୃତୀୟ ମ୍ୟାଚ୍‌ରେ ପରାଜୟ ବରଣ କରି ପଏଣ୍ଟ୍‌ଶୂନ୍ୟ ରହିବା ସହ ଟେବଲର ସର୍ବନିମ୍ନ ସ୍ଥାନରେ ରହିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୫ ୱିକେଟ୍‌ରେ ୧୫୦ ରନ୍ କରିଥିଲା । ଦଳ ପକ୍ଷରୁ ଶୀର୍ଷ ୫ ବ୍ୟାଟ୍ସମ୍ୟାନ୍ ଭଲ ଷ୍ଟାର୍ଟ ପାଇଥିଲେ ହେଁ ଏହାକୁ ବଡ଼ ସ୍କୋର୍‌ରେ ପରିଣତ କରପାରିନ ଥିଲେ । ତଥାପି ଦଳର ବୋଲର୍‌ମାନେ ପ୍ରତିପକ୍ଷ ଟିମ୍‌ର ଇନିଂସକୁ ୧୯.୩ ଓଭର୍‌ରେ ୧୩୭ ରନ୍ ସୀମିତ ରଖିଥିଲେ । ଏଥିସହ ଦ୍ୱିତୀୟ ବିଜୟ ପାଇଁ ମୁମ୍ବାଇ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ପଛରେ ପକାଇ ଟେବଲ୍ ଟପ୍ପର ହୋଇଛି ।
ମୁମ୍ବାଇର ଦୁଇ ଓପନର ଅଧିନାୟକ ରୋହିତ ଓ କ୍ୱ୍ୱିଣ୍ଟନ୍ ଡି\’କକ୍ ୫୫ ରନ୍ ଯୋଡ଼ିଥିଲେ । ଏଥି ମଧ୍ୟରୁ ରୋହିତଙ୍କ ଅବଦାନ ଥିଲା ୪୦ ରନ୍ । ସେ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ୨ଟି ଲେଖାଏଁ ଚୌକା ଓ ଛକା ଲଗାଇଥିଲେ । ତେବେ ବ୍ୟକ୍ତିଗତ ଭାବେ ୨୫ ବଲରେ ୩୨ ରନ୍ କରି ସେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ । ତାଙ୍କ ସ୍ଥାନରେ ଆସିଥିବା ସୂର୍ଯ୍ୟକୁମାର ମାତ୍ର ୬ଟି ବଲ୍ ଖେଳି ଗୋଟିଏ ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୧୦ ରନ୍ କରି ସାମୟିକ ସମୟ ପାଇଁ ଚମକିଥିଲେ । ତାଙ୍କ ପରେ ଡି ‘କକ୍ ବି ୩୯ ବଲରେ ୫ ଚୌକା ସହ ୪୦ ରନ କରି ଆଉଟ୍ ହେବା ଫଳରେ କୌଣସି ବଡ଼ ପାର୍ଟନରଶିପ୍ ହୋଇପାରିନ ଥିଲା । ପରବର୍ତ୍ତୀ ସମୟରେ ଅବଶ୍ୟ ପୋଲାର୍ଡ ୨୨ ବଲ୍ ଖେଳି ଗୋଟିଏ ଚୌକା ଓ ୩ଟି ଛକା ଅପରାଜିତ ୩୫ ରନ୍ କରି ଦଳୀୟ ସ୍କୋର୍‌କୁ ୧୫୦ରେ ପହଞ୍ଚାଇଥିଲେ । ତାଙ୍କ ବ୍ୟତୀତ ଈଶାନ୍ କିଶନ୍ ୧୨, ହାର୍ଦ୍ଦିକ ପାଣ୍ଡ୍ୟା ୭ ଓ କୃନାଲ୍ ପାଣ୍ଡ୍ୟା ଅପରାଜିତ ୩ ରନ୍ କରିଥିଲେ । ସନ୍‌ରାଇଜର୍ସ ପକ୍ଷରୁ ବିଜୟ ଶଙ୍କା ଓ ମୁଜିବ୍‌-ଉର୍‌-ରହମାନ୍ ୨ଟି ଲେଖାଏଁ ଏବଂ ଖାଲିଦ୍ ଅହମ୍ମଦ ଗୋଟିଏ ୱିକେଟ୍ ନେଇଥିଲେ ।
ଜବାବରେ ହାଇଦ୍ରାବାଦ ଦୁଇ ଓପନରଙ୍କଠାରୁ ୬୭ ରନ୍‌ର ଯୋଗଦାନ ପାଇଥିଲା । ବିଶେଷକରି ଜନ୍ନି ବେୟାର୍‌ଷ୍ଟୋ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୨ ବଲ୍‌ରେ ୩ଟି ଚୌକ ଓ ୪ଟି ଛକା ସହ ୪୩ ରନ୍ କରିଥିଲେ । ତାଙ୍କ ପରେ ମନୀଷ ପାଣ୍ଡେ ମାତ୍ର ୨ ଓ ବିରାଟ ସିଂ ୧୧ ରନ୍ କରି ଆଉଟ୍ ହୋଇଥିଲେ । ଓପନର ତଥା ଅଧିନାୟକ ଡେଭିଡ୍ ୱାର୍ଣ୍ଣର୍ ୩୪ ବଲ୍ ଖେଳି ୨ଟି ଲେଖାଏଁ ଚୌକା ଓ ଛକା ଜରିଆରେ ୩୬ ରନ୍ କରିଥିଲେ । କିନ୍ତୁ ସେ ଆଉଟ୍ ହେବା ପରେ ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇବାରେ ଅନ୍ୟ ବ୍ୟାଟ୍ସମ୍ୟାନ୍‌ମାନେ ବିଫଳ ହୋଇଥିଲେ । କେବଳ ବିଜୟ ଶଙ୍କର ୨୫ ବଲ୍ ଖେଳି ୨ଟି ଛକା ସହାୟତାରେ ୨୮ ରନ୍ କରି କିଛି ସମୟ ପାଇଁ ବିଜୟ ସକାଶେ ଉଦ୍ୟମ କରିଥିଲେ । କିନ୍ତୁ ତାଙ୍କୁ କେହି ସହଯୋଗ ନ କରିବାରୁ ଶେଷରେ ହାଇଦ୍ରାବାଦ ୧୯.୪ ଓଭର୍‌ରେ ୧୩୭ ରନ୍ କରି ଆଉଟ୍ ହୋଇ ୧୩ ରନ୍‌ରେ ପରାସ୍ତ ହୋଇଥିଲା । ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ୍ ବୋଲ୍ଟ ଓ ଦୀପକ ଚହର୍ ୩ଟି ଲେଖାଏଁ ଏବଂ ଜସପ୍ରୀତ୍ ବୁମରା ଓ କୃନାଲ୍ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking