27.1 C
Bhubaneswar
Tuesday, May 7, 2024
Homeଓଡିଶାଯାଜପୁର ରୋଡ ଆଦର୍ଶ ଥାନା ପକ୍ଷରୁ ନାଇଟ କରଫୁ କଡା କଡୀ କରା ଗଲା ପୋଲିସ...

ଯାଜପୁର ରୋଡ ଆଦର୍ଶ ଥାନା ପକ୍ଷରୁ ନାଇଟ କରଫୁ କଡା କଡୀ କରା ଗଲା ପୋଲିସ ଗାଡି ର ସାଇରନ ଶବ୍ଦ ରେ ଅମାନିଆ ଙ୍କ ଆଡା ଭାଂଗିଲା 

 

ଯାଜପୁର.  : ଯାଜପୁର ରୋଡ ଆଦର୍ଶ ଥାନା ର ପୋଲିସ ପକ୍ଷରୁ ସମଗ୍ର ଯାଜପୁର ରୋଡ ସହର ରେ ନାଇଟ କରଫୁ କୂ କଡା କଡ଼ି ଭାବରେ ପାଳନ କରାଯଇଛି ଆଇନ ଭାଙ୍ଗୁ ଥିବା ଅନାମିଆ ଙ୍କ ହୋସ ବୁଡି ଯାଇଛି lସମଗ୍ର ଦେଶ ତଥା ଆମ ରାଜ୍ୟ ଓଡ଼ିଶାରେ ୨ୟ ଲହର ‘କରୋନା’ ପଚଣ୍ଡ ଉଗ୍ର ରୂପ ମାଡି ଚାଲିଛି କରୋନା ପରିସ୍ଥିତି କୂ ଆୟତ୍ତ କରିବା ପାଇଁ ନାଇଟି କରଫୁ ଉପରେ ରେ ଗୁରୁତ୍ୱଦିଆ ଯାଉଛି  କରୋନା କୂ  ଚେନ ବ୍ରେକ୍ ପାଇଁ ପୁଣି କଟକଣା ଲାଗିଛି । ସମଗ୍ର ଯାଜପୁର ଜିଲ୍ଲାରେ ଆଜି ଠାରୁ ରାତ୍ର ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫୁ ଘୋଷିତ ହୋଇଛି । ଏହାକୁ ପାଳନ କରିବା ପାଇଁ ଯାଜପୁରରୋଡ ଆଦର୍ଶ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ସ୍କୁl ର୍ଡ଼ ଗଠନ କରି ସମଗ୍ର ସହର ରେ କୋବିଦ ଆଇନ କୂ ଭାଙ୍ଗୁ ଥିବା ବ୍ୟକ୍ତି ବିଶେଷ ଙ୍କ ଉପରେ କାର୍ଯ୍ୟ ନୁଷ୍ଠାନ ଗ୍ରହଣ କରୁଛନ୍ତି l ଥାନା ଅଧିକାରୀ ଶ୍ରୀ ମହାନ୍ତି ପୋଲିସ  ଟିମକୁ ତତ୍ପର କରି ସହରର ମୁଖ୍ୟ ଛକମାନଙ୍କରେ ପ୍ରାଟ୍ରୋଲିଂ ଆରମ୍ଭ କରିଦେଇଥିବାର ଦେଖାଦେଇଛି । ରାତ୍ର ୯ଟା ପୂର୍ବରୁ ନିଜ ନିଜ ଘରକୁ ଫେରିଯିବାକୁ ସଂନ୍ଧ୍ୟାରେ ସମସ୍ତଙ୍କୁ ସଚେତନ କରାଇଛନ୍ତି । ଆଦର୍ଶ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ପୋଲିସ ଅଧିକାରୀ ପବିତ୍ର କୁମାର ମହାରଣା ପ୍ରମୁଖ ସହରରେ କଟକଣା ଲାଗୁ କରିବା ପାଇଁ ଲାଗି ପଡ଼ିଛନ୍ତି । ଅଯଥା ବୁଲାବୁଲି ନ କରି ସାବଧାନତା ଅବଲମ୍ବନ କରିବା ପାଇଁ ପୂର୍ବରୁ ସୂଚନା ଦିଆଯାଇଛି । ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ କ୍ଷେତ୍ରରେ ଆଇନ ଅମାନ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆଭାସ ମିଳୁଛି । ଗତ ବର୍ଷ ଥାନା ଅଧିକାରୀ ଶ୍ରୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରୋନା କଟକଣାକୁ ସହରରେ ସଫଳତାର ସହ ଲାଗୁ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking