24.1 C
Bhubaneswar
Thursday, May 9, 2024
Homeଆଇପିଏଲ୍‌-୨୦୨୪ଆଇପିଏଲ ୨୦୨୪ : ଏଥର ଖେଳିବେନି ଏହି ସବୁ ଖେଳାଳି...

ଆଇପିଏଲ ୨୦୨୪ : ଏଥର ଖେଳିବେନି ଏହି ସବୁ ଖେଳାଳି…

ନୂଆଦିଲ୍ଲୀ : ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ ମହାକୁମ୍ଭ। ଏହାପୂର୍ବରୁ ଜଣଙ୍କ ପରେ ଜଣେ ଖେଳାଳି ବ୍ୟକ୍ତିଗତ କାରଣ ଦର୍ଶାଇ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଉଛନ୍ତି। ପୂର୍ବରୁ ଏକାଧିକ ଖେଳାଳି ଆଇପିଏଲରୁ ଓହରି ଥିବା ବେଳେ ଏହି ତାଲିକାରେ ଏବେ ହ୍ୟାରୀ ବ୍ରୁକ ଯୋଡ଼ି ହୋଇ ଯାଇଛନ୍ତି। ଜେଜେ ମା’ଙ୍କ ମୃତ୍ୟୁ ଯୋଗୁ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ଏପରି ସ୍ଥିତିରେ ସେ ପରିବାର ଲୋକଙ୍କ ସହ ରହିବାକୁ ଚାହୁଁଛନ୍ତି। ତେଣୁ ଶେଷ ମୁହୂର୍ତ୍ତରେ ସେ ଆଇପିଏଲରୁ ନିଜର ନାଁ ପ୍ରତ୍ୟାହାର କରି ନେଇଛନ୍ତି। ହ୍ୟାରୀ ବ୍ରୁକଙ୍କ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଓପନର ଡେଭୋନ କନୱେ ଆହତ ସମସ୍ୟା ଯୋଗୁ ଆଇପିଏଲରୁ ବାଦ ପଡ଼ିଥିଲେ। ଗୁଜରାଟ ଟାଇଟନ୍ସକୁ ଏଥର ମହମ୍ମଦ ଶାମିଙ୍କ ସେବା ମିଳିବ ନାହିଁ। ଗୋଇଠି ସମସ୍ୟା ଯୋଗୁ ଶାମିଙ୍କ ସର୍ଜରୀ ହୋଇଛି। ସେ ଫିଟ ହେବାକୁ ବେଶ କିଛି ସମୟ ଲାଗିବ। କୋଲକାତା ନାଇଟ ରାଇଡର୍ସର ଦୁଇ ଖେଳାଳି ଜେସନ ରୟ ଓ ଗସ ଅଟକିନସନ ମଧ୍ୟ ଆଇପିଏଲରୁ ଓହରି ଯାଇଛନ୍ତି। ପୂର୍ବବର୍ଷ ମଧ୍ୟ ଜେସନ ରୟ ସମାନ ପଦକ୍ଷେପ ନେଇଥିଲେ। ଏଥର ଅଟକିନସନ ଆଇପିଏଲରେ ଡେବ୍ୟୁ କରିବାର ଥିଲା। କିନ୍ତୁ ସେ ଶେଷ ମୁହୂର୍ତ୍ତରେ ଆଇପିଏଲ ଖେଳିବେ ନାହିଁ ବୋଲି କହିଛନ୍ତି। ଏହି ଦୁଇ ଖେଳାଳିଙ୍କ ବଦଳରେ କେକେଆର ଫିଲ ସଲ୍ଟ ଓ ଶ୍ରୀଲଙ୍କାର ଦୁଷ୍ମନ୍ତ ଚାମିରାଙ୍କୁ ନିଜ ସହ ସାମିଲ କରିଛି। ରାଜସ୍ଥାନ ରୟାଲ୍ସର ପ୍ରମୁଖ ସଦସ୍ୟ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଆଇପିଏଲ ଖେଳିବେ ନାହିଁ। ରଣଜୀ ଟ୍ରଫି ଖେଳିବା ବେଳେ ସେ ଜଙ୍ଘ ଜନିତ ସମସ୍ୟାରେ ପଡ଼ିଥିଲେ। ଫେବୃଆରୀ ମାସରେ ତାଙ୍କର ସର୍ଜରୀ ହୋଇଥିଲା। ତେଣୁ ଗତବର୍ଷ ଭଳି ଏଥର ମଧ୍ୟ ପ୍ରସିଦ୍ଧ ଆଇପିଏଲରେ ନଜର ଆସିବେ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking