29.1 C
Bhubaneswar
Friday, April 26, 2024
Homeଖେଳ୪୬ ରନ୍‌ରେ ହାରିଲା ରାଜସ୍ଥାନ

୪୬ ରନ୍‌ରେ ହାରିଲା ରାଜସ୍ଥାନ

ନୂଆଦିଲ୍ଲୀ : ଦିଲ୍ଲୀ କ୍ୟାପିଟାଲ୍‌ସ ଓ ସପ୍ତମରେ ଥିବା ରାଜସ୍ଥାନ ରୟାଲ୍‌ସ ମୁହାଁମୁହିଁ ହୋଇଥିଲେ। ଦିଲ୍ଲୀ ଦଳ ଅପରିବର୍ତିତ ରହିଥିଲା ବେଳେ ରାଜସ୍ଥାନ ଦୁଇଟି ପରିବର୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। ଅଙ୍କିତ ରାଜପୁତ ଓ ଟମ୍‌ କରନ୍‌ଙ୍କ ସ୍ଥାନରେ ପ୍ରଥମ ଥର ଲାଗି ଦ୍ରୁତ ବୋଲର ବରୁଣ ଆରୋନ୍‌ ଓ ଅଲ୍‌ରାଉଣ୍ଡର ଆଣ୍ଡ୍ରିଉ ଟାଇ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଥିଲେ। ଦଳ ଦିଲ୍ଲୀଠାରୁ ୪୬ ରନ୍‌ରେ ହାରିଗଲା। ଦିଲ୍ଲୀର ୧୮୪/୮ ଜବାବରେ ରାଜସ୍ଥାନ ପାଳି ୧୩୮ ରନ୍‌ରେ ସଫା ହୋଇଯାଇଥିଲା। ଫଳରେ ନିଜର ଷଷ୍ଠ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ସହ ରୟାଲ୍‌ସ ପଏଣ୍ଟ ତାଲିକାରେ ଅପରିବର୍ତିତ ରହିବାକୁ ବାଧ୍ୟ ହୋଇଥିଲା ବେଳେ ଦିଲ୍ଲୀ କିନ୍ତୁ ୬ ମ୍ୟାଚ୍‌ର ପଞ୍ଚମ ବିଜୟ ସହ ଶୀର୍ଷକୁ ପୁଣି ଫେରିଛି। ୧୮୫ ରନ୍‌ର ପିଛା କରିଥିବା ରାଜସ୍ଥାନର ୱିକେଟ୍‌ ପତନ ଧାରା ତୃତୀୟ ଓଭରରୁ ହିଁ ଆରମ୍ଭ ହୋଇଯାଇଥିଲା। ଅକ୍ଷର ପଟେଲ ସବୁଠୁ କଞ୍ଜୁସ୍‌ ବୋଲିଂ କରିଥିଲା ବେଳେ କାଗିସୋ ରବାଦାଙ୍କ ୩, ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଏବଂ ଅଲ୍‌ରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇ ରାଜସ୍ଥାନର ବିପର୍ଯ୍ୟୟ ଘଟାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking