40.1 C
Bhubaneswar
Thursday, April 25, 2024
Homeଓଡିଶାବିଦ୍ୟା ଷ୍ଟଡି ପଏଂଟ ଆନୁକୂଲ୍ୟରେ ଗୋପବନ୍ଧୁଙ୍କ ୧୪୩ତମ ଜୟନ୍ତୀ

ବିଦ୍ୟା ଷ୍ଟଡି ପଏଂଟ ଆନୁକୂଲ୍ୟରେ ଗୋପବନ୍ଧୁଙ୍କ ୧୪୩ତମ ଜୟନ୍ତୀ

ରାଉରକେଲା : ଆଜି ସଂଧ୍ୟାରେ ଦକ୍ଷିଣ ରାଉରକେଲା ସାରନଗରୀ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡି ପଏଂଟ ଆନୁକୂଲ୍ୟରେ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ୧୪୩ତମ ଜୟନ୍ତୀ କୋଭିଡ଼ କଟକଣାରେ କାର୍ଯ୍ୟାଳୟ ପରିସର ମଧ୍ୟରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ହରିହର ବେହେରା, ସାମାଜିକ କର୍ମୀ ଚିତ ରଂଜନ ନନ୍ଦ, ସଂଜୟ ଦାସ, ଯୋଗ ଦେଇଥିଲେ । ପଣ୍ଡିତ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ଅତିଥିବୃନ୍ଦ, ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟର କର୍ମକର୍ତା, ବିଦ୍ୟା ଷ୍ଟଡ଼ି ପଏଂଟର କର୍ମକର୍ତା ମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗୋପବନ୍ଧୁ ଜଣେ ବୈରାଗୀ,ସନ୍ଥ, ମହାତ୍ମା ଓ ପୁଣ୍ୟାତ୍ମା ଥିଲେ । ତାଙ୍କୁ ଓଡିଶାର ଗାନ୍ଧି କୁହାଯାଉଥିଲା । ପଣ୍ଡିତ ଗୋପବନ୍ଧୁ ଦାସ ଓଡିଶାର ଜାତୀୟ ଜୀବନରେ ଏକ ତ୍ୟାଗପୁତ ଜୀବନାଦର୍ଶର ବୀଜବପନ କରିଛନ୍ତି । ସେ ଉତ୍କଳର ମହାନିଶାର ଧ୍ରୁବ ଜ୍ୟୋତି ଥିଲେ ବୋଲି ଅତିଥି ମାନେ ନିଜ ସୁଚିନ୍ତିତ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ଘରୋଇ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବେହେରା କହିଲେ ଯେ, କୋଭିଡ଼ କଟକଣା ଯୋଗୁ ଚଳିତ ବର୍ଷ ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀରେ ବିଦ୍ୟାର୍ଥୀଙ୍କ ଯୋଗଦାନ ସମ୍ଭବପର ହୋଇ ପାରିଲା ନାହିଁ । ଗୋପବନ୍ଧୁ କୋଟି ଓଡିଆର ମଉଡମଣି ଥିଲେ ।
ଶିକ୍ଷା କ୍ଷେତ୍ରରେ ପଣ୍ଡିତ ଗୋପବନ୍ଧୁଙ୍କ ଅବଦାନ ଅତୁଳନୀୟ ଥିଲା । ପଣ୍ଡିତ ଗୋପବନ୍ଧୁ ସତ୍ୟବାଦୀ ଠାରେ ଖୋଲା ମୁକ୍ତାକାଶ ତଳେ ବନ ବିଦ୍ୟାଳୟ ସ୍ଥାପନ କରି ନୂତନ କିର୍ତିମାନ ସୃଷ୍ଟି କରାଯାଇଥିଲା । ଗୋପବନ୍ଧୁଙ୍କ ଅବର୍ତମାନରେ ତାଙ୍କ ଆଦର୍ଶରେ ଆଜି ମଧ୍ୟ ଛାତ୍ର ସମାଜ ଅନୁପ୍ରାଣିତ ହେଉଛି ବୋଲି ସେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେକ୍ଟର-୨୨ ଏମ୍ପୋଲ୍‌ଇଜ୍ ୱେଲଫେୟାର ଟ୍ରଷ୍ଟର ସଭାପତି ଶିବଶଙ୍କର ନାୟକ, ସାଧାରଣ ସଂପାଦକ କ୍ଷୀରୋଦ ପଶାୟତ, ସୁକନାଥ ବିଶୋଇ, ନରେନ୍ଦ୍ର ମଲ୍ଲିକ, ସୁକାନ୍ତ ମହାନ୍ତି, ଅଜୟ ରାୟ, ପଦ୍ମଲୋଚନ ଡୋରା, ରାମଚନ୍ଦ୍ର ଗିରି ଉପସ୍ଥିତ ଥିଲେ । ସେହିପରି ବିଦ୍ୟା ଷ୍ଟଡି ପଏଂଟର ଅଧ୍ୟାପକ ଗୌରାଙ୍ଗ ବଢେଇ, ରବିନ୍ଦ୍ର ନାରାୟଣ ମିଶ୍ର,ସୁନୀଲ ସାମଲ ଗୋପବନ୍ଧୁ ଜୟନ୍ତୀ କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ସାହିତ୍ୟିକ ହରିହର ବେହେରା ଗୋପବନ୍ଧୁଙ୍କ ଜୀବନୀ ଉପରେ ଏକ ଆବେଗଭରା କବିତା ପାଠ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking