29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶୱାକଫ୍ ବୋର୍ଡ ନିଯୁକ୍ତି ଦୁର୍ନୀତି ମାମଲା; ଆପ ନେତା ଅମାନତୁଲ୍ଲା ଖାନ୍ ଗିରଫ

ୱାକଫ୍ ବୋର୍ଡ ନିଯୁକ୍ତି ଦୁର୍ନୀତି ମାମଲା; ଆପ ନେତା ଅମାନତୁଲ୍ଲା ଖାନ୍ ଗିରଫ

ନୂଆଦିଲ୍ଲୀ: ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଥିବା ବେଳେ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ଉପରେ ଇଡି ନାମକ ଚଡ଼କ ପଡ଼ିବା ଅବ୍ୟାହତ ରହିଛି । ଗୁରୁବାର ଆପ୍ ନେତା ତଥା ବିଧାୟକ ଅମାନତୁଲ୍ଲା ଖାନ୍‌ଙ୍କୁ ଇଡି କର୍ତ୍ତୃପକ୍ଷ ଗିରଫ କରିଛି । ୨୦୨୨ରେ ସାମ୍ନାକୁ ଆସିଥିବା ଦିଲ୍ଲୀ ୱାକଫ୍ ବୋର୍ଡ ନିଯୁକ୍ତି ଦୁର୍ନୀତିରେ ସହ ସମ୍ପୃକ୍ତ ଥିବା ଅଭିଯୋଗରେ ଇଡି ତାଙ୍କୁ ପିଏମ୍‌ଏଲ୍‌ଏ ଆଇନ୍ ଅନ୍ତର୍ଗତ ଗିରଫ କରିଥିବା ସୂଚନା ମିଳିଛି ।
ରିପୋର୍ଟ ଅନୁସାରେ ଅମାନ୍‌ତୁଲ୍ଲାଙ୍କୁ ଇଡି କର୍ତ୍ତୃପକ୍ଷ ଆଜି ପ୍ରାୟ ୯ ଘଣ୍ଟା ଧରି ଜେରା କରିଥିଲେ ଏବଂ ପରେ ଗିରଫ କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଧାୟକ ଅମାନତୁଲ୍ଲା ଗୁରୁବାର (ଏପ୍ରିଲ ୧୮) ଇଡି ନିକଟରେ ଜେରା ପାଇଁ ହାଜର ହୋଇଥିଲେ । ପ୍ରକାଶ, ଅମାନତୁଲ୍ଲାଙ୍କ ବିରୋଧରେ ବେଆଇନ ଭାବେ ଦିଲ୍ଲୀ ୱାକଫ ବୋର୍ଡର ଅଧ୍ୟକ୍ଷ ଭାବେ ୩୨ ଜଣଙ୍କୁ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି । ଏହା ସହ ସେମାନେ ବେଆଇନ ଭାବେ ଦିଲ୍ଲୀ ୱାକଫ ବୋର୍ଡର ଅନେକ ସମ୍ପତ୍ତିକୁ ଭଡ଼ାରେ ଦେଇ ସେ ବିପୁଳ ପରିମାଣର ଅର୍ଥକୁ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି । ଏପରି କି ସେ ଦିଲ୍ଲୀ ୱାକଫ୍ ବୋର୍ଡର ପାଣ୍ଠିର ଅପବ୍ୟବହାର ମଧ୍ୟ କରିଥିବା ନେଇ ଅଭିଯୋଗ ହୋଇଛି । ଦିଲ୍ଲୀ ୱାକଫ୍ ବୋର୍ଡର ତତ୍କାଳୀନ ସିଇଓ ଏଭଳି ବେଆଇନ ନିଯୁକ୍ତି ବିରୋଧରେ ଏକ ବିବୃତି ଜାରି କରିଥିଲେ । ଏହା ପରେ ଇଡି ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲା । ଏହାପୂର୍ବରୁ ଅମାନ୍‌ତୁଲ୍ଲାଙ୍କୁ ଏକାଧିକ ଥର ଜେରା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking