ଚିରନ୍ତନୀ କାର୍ଯ୍ୟାଳୟରେ କରୋନା ସଚେତନତାର ଦ୍ଵିଶତତମ ଦିବସ ପାଳନ

ଯାଜପୁର: ସମଗ୍ର ବିଶ୍ୱ ମହାମାରୀ କରୋନାର କବଳରେ ପଡି ତ୍ରାହି ତ୍ରାହି ଡାକୁଥିବା ବେଳେ ନିଜ ଜୀବନକୁ ବାଜି ଲଗାଇ ନିରସ୍ତ୍ର ସୈନିକ ଭାବେ ମାର୍ଚ୍ଚ ୨୨ତାରିଖରୁ ଅଦ୍ୟାବଧି ନିରବଚ୍ଛିନ୍ନ ଭାବେ ଦୀର୍ଘ ୨୦୦ଦିନ ଧରି ସମଗ୍ର ଭାରତ ବର୍ଷର ବିଭିନ୍ନ ସ୍ଥାନ ମାନଙ୍କରେ ସେବାକାର୍ଯ୍ୟ ଯୋଗାଇ ଆସିଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁର ସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ମଙ୍ଗଳ ପୁରସ୍ଥ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ।ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ଯାଜପୁର ଜିଲ୍ଲାର ବ୍ୟାସନଗରସ୍ଥିତ ଚିରନ୍ତନୀ କାର୍ଯ୍ୟାଳୟ ପରିସରରେ ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ଦୁଇଶହ ଦିବସ ପାଳନ ଓ ସମ୍ବର୍ଦ୍ଧନା ସଭା କୋଭିଡ଼ ନିୟମାନୁଯାୟୀ ସାମାଜିକ ଦୂରତା ରକ୍ଷା ସହ ପାଳିତ ହୋଇଯାଇଅଛି।ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ପତି, ଚିରନ୍ତନୀ ପତ୍ରିକାର ସମ୍ପାଦିକା ଶ୍ରୀମତୀ ସଂଯୁକ୍ତା ମହାପାତ୍ର, ସଞ୍ଚାଳକଭାବେ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର, ସାହିତ୍ୟିକା ଶ୍ରୀମତୀ ଦିପ୍ତୀ ମାଳା ସାମଲ,ବରିଷ୍ଠ ସାହିତ୍ୟିକା ତଥା ଶିକ୍ଷାବିତ ଶ୍ରୀମତୀ ସନ୍ଧ୍ୟାରାଣୀ ଘଡେ଼ଇ,ପତଞ୍ଜଳି ଯୋଗ ପ୍ରଚାର ସମିତିର ଗଣମାଧ୍ୟମ ପ୍ରଭାରୀ ଶ୍ରୀଯୁକ୍ତ ପ୍ରସନ୍ନସାହୁ,ଯୁବ ସଂଗଠକ ସୌଭାଗ୍ୟ ରଞ୍ଜନ ପତି,ଶିବ ପ୍ରସାଦ ଦାସ,ଓନା ଖବରର ସାମ୍ବାଦିକ ଅଭିମନ୍ୟୁ ମିଶ୍ର ଆଦି ଯୋଗଦାନ କରିଥିଲେ।ଉକ୍ତ ସଭାରେ କରୋନା ସଚେତନତା ଓ ଏହାର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନ ପକ୍ଷରୁ ଶ୍ରୀଯୁକ୍ତ ଅଭିମନ୍ୟୁ ମିଶ୍ରଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here