28.1 C
Bhubaneswar
Saturday, April 27, 2024
Homeଓଡିଶା*ମାନବ ଜୀବନର ଲକ୍ଷ ଉପରେ ଆନ୍ତର୍ଜାତିକ ୱେବ ଆଲୋଚନା ଚକ୍ର ଆୟୋଜିତ*

*ମାନବ ଜୀବନର ଲକ୍ଷ ଉପରେ ଆନ୍ତର୍ଜାତିକ ୱେବ ଆଲୋଚନା ଚକ୍ର ଆୟୋଜିତ*

ଟରୋଣ୍ଟୋର/ଲଣ୍ଡନ/ଦୁବାଇ/କାଠମାଣ୍ଡୁ/ଆବୁଧାବୀ/ବେଙ୍ଗାଲୁରୁ /ଭୁବନେଶ୍ୱର.: ପରୋପକାର ମାନବ ର ପରମ ଓ ଚରମ ଲକ୍ଷ ହେବା ଦରକାର ବୋଲି ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ମତ ପ୍ରକାଶ କରିଛନ୍ତି | ଜନସେବା କୁ ଜୀବନର ଧେୟ ଓ ପାଥେୟ କଲେ ମଣିଷ ଜନ୍ମ ଧନ୍ୟ ହୋଇଥାଏ ଓ ଆତ୍ମାକୁ ମୋକ୍ଷ ଏବଂ ସ୍ୱର୍ଗ ପ୍ରାପ୍ତି ହୋଇଥାଏ ବୋଲି ସ୍ୱାମୀଜୀ ସୁଚାଇଥିଲେ |ଥିଙ୍କର୍ସ କ୍ଲବ ଓ ବିଶ୍ୱ ଓଡ଼ିଆ ସଂଗଠନ ଗୁଡିକ ର ମିଳିତ ସହଯୋଗ ରେ ଆୟୋଜିତ ‘ଜୀବନର ଲକ୍ଷ’ ଶୀର୍ଷକ ଏକ ଭାର୍ଚୁଆଲ ଆଲୋଚନା ଚକ୍ରକୁ ମୁଖ୍ୟ ବକ୍ତା ଭାବରେ ସମ୍ବୋଧନ କରି ଶ୍ରୀ ସରସ୍ୱତୀ, ଅର୍ଥ, ପଦାର୍ଥ ଏବଂ ସାମର୍ଥ୍ୟ ଭଳି ବସ୍ତୁବାଦୀ ମାନସିକତା କୁ ଦୁରେଇ ଦେଇ ନିସ୍ଵାର୍ଥପର ପରୋପକାର ଏବଂ ଈଶ୍ୱରଙ୍କୁ ନିଷ୍କାମ ଭକ୍ତି କଲେ ଚିରନ୍ତନ ଶାନ୍ତି ଏବଂ ଐଶ୍ୱରିକ ଆନନ୍ଦ ପ୍ରାପ୍ତି ହୋଇ ଥାଏ ବୋଲି ଦର୍ଶାଇଥିଲେ | ବତ୍ତର୍ମାନର କରୋନା ସଂକଟ କାଳରେ ସମଗ୍ର ବିଶ୍ୱର ଜନସାଧାରଣ ହନ୍ତସନ୍ତ ହୋଇ ତ୍ରାହି,ତ୍ରାହି ଡାକୁଥିବା ବେଳେ ସେଥିରୁ ମୁକ୍ତି ପାଇବାକୁ ହେଲେ ମନରୁ ହତାଶାବୋଧ କୁ ଦୂରେଇଦେଇ ଭୋଗ ବଦଳରେ ତ୍ୟାଗକୁ ଆପଣେଇବାକୁ ସ୍ୱାମୀଜୀ ପରାମର୍ଶ ଦେଇଥିଲେ |
ଦୀର୍ଘ ଚାରି ଘଣ୍ଟା ଧରି ଚାଲିଥିବା ଏହି ଲାଇଭ ଷ୍ଟ୍ରିମିଙ୍ଗ ମାନସ ମନ୍ଥନ ଅଧିବେଶନକୁ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ବରଦା ଦାସ ସଂଯୋଜନା ଓ ପରିଚାଳନା କରିଥିଲେ। ଭିଡିଓ କନଫରେସିଂ ଜରିଆରେ ଏହି ଅନଲାଇନ ସଭାରେ ସ୍ବାଗତ ଭାଷଣ ପ୍ରଦାନ କରି ବିଶ୍ଵ ଓଡ଼ିଶା ସମାଜର ଅଧକ୍ଷ କିଶୋର ଦ୍ଵିବେଦୀ କରୋନା ମହାମାରୀ ଜୀବନର ସଂଜ୍ଞା କୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଥିବା ଉଲ୍ଲେଖ କରି ଜୀବନର ଅମୂଲ୍ୟତା , ପୁର୍ନଜନ୍ମର ପ୍ରାସଙ୍ଗିକତା ଏବଂ ମୋହ ମାୟାର ଔଚିତ୍ୟତା ନେଇ ସଧାରଣରେ ରହିଥିବା ଦ୍ଵନ୍ଦ ଗୁଡିକ ଉପରେ ଆଲୋକପାତ କରିଥିଲେ। ଡିଜିଟାଲ ମଞ୍ଚକୁ ବିଭୁଦତ୍ତ ମହାନ୍ତି ଓ ନନ୍ଦନ ଦ୍ଵିବେଦୀ ଦକ୍ଷତାର ସହ ନିୟନ୍ତ୍ରଣ କରିଥିଲେ। ଏହି ୱେବିନାରରେ କଟକରୁ ଡଃ ଅରୁନ୍ଧତୀ ଦେବୀ, କାଠମାଣ୍ଡୁରୁ ସଞ୍ଜୟ ଦାସ, ଆବୁଧାବୀରୁ ସିଦ୍ଧାର୍ଥ ଦାସ,ଭୁବନେଶ୍ବରରୁ ପୀତବାସ ମିଶ୍ର, ଲଣ୍ଡନରୁ କଳ୍ପନା ମିଶ୍ର, ଭୁବନେଶ୍ବରରୁ କୃପାନିଧି ବିଶ୍ବାଳ, ଭୁବନେଶ୍ବରରୁ ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା, ଥାଇଲାଣ୍ଡରୁ ଡଃ ଆଦ୍ରିଶ ବହ୍ମଦତ୍ତ,ଚେନ୍ନାଇରୁ ଶାନ୍ତନୁ ଜେନା,ଗାଜିଆବାଦରୁ ଲିପସା ପଟ୍ଟନାୟକ ମହାନ୍ତି, ଦୁବାଇ ରୁ ପ୍ରିତିଶ ଦାଶ, ବେଙ୍ଗାଲୁରରୁ ମନୋଜ ପାତ୍ର, ନୂଆଦିଲ୍ଲୀ ରୁ ବିନାୟକ ଦାସ,ମୁମ୍ବାଇରୁ ଡଃ ବି କେ ମହାରଣା, ନୂଆଦିଲ୍ଲୀରୁ ପୁଷ୍ପାଞ୍ଜଳି ବାରିକ,ଭୁବନେଶ୍ୱରରୁ ଗୀତାଞ୍ଜଳୀ ବିଶ୍ଵାଳ, ନୂଆଦିଲ୍ଲୀରୁ ପ୍ରମୋଦ ସୁତାର, ଭୁବନେଶ୍ବରରୁ ହୃଷୀକେଶ ପାତ୍ର ଓ ଟରୋଣ୍ଟୋ ରୁ ଡଃ ତନ୍ମୟ ପଣ୍ଡା ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।
ବୈଠକରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଙ୍କ ମଧ୍ୟରେ ଆମଷ୍ଟର୍ଡ଼ମରୁ ଦୀପକ ପରିଡ଼ା, କୋଲକାତା ରୁ ପିତାମ୍ବର ବାରିକ ଓ ଅହଲ୍ୟା ବାରିକ, ମୁମ୍ବାଇରୁ ଲୋପିତା ହୋତା, ଭୁବନେଶ୍ୱରରୁ ଆର କେ ଇଣ୍ଡିଆନ, ନୂଆଦିଲ୍ଲୀରୁ ରିତା ପାତ୍ର, ଭୁବନେଶ୍ୱରରୁ କୃଷ୍ଣ ନାୟକ, ନୂଆଦିଲ୍ଲୀରୁ ଆଇନଜୀବୀ ସସ୍ମିତା ତ୍ରିପାଠୀ, କୁଏତରୁ ତୁଷାର ମିଶ୍ର, ଭୁବନେଶ୍ୱରରୁ ଡଃ ରବିନରାୟଣ ବେହେରା ଓ ନୋଏଡାରୁ ଶ୍ରାବଣୀ ସ୍ୱାଇଁ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking