37.1 C
Bhubaneswar
Thursday, March 28, 2024
Homeଓଡିଶାଅସ୍ଥିତ୍ୱହୀନ ଆର୍ଥିକ ସଂସ୍ଥାଗୁଡିକ ପ୍ରତି ସତର୍କ ରହିବାକୁ ଯାଜପୁର ଜିଲ୍ଲା ପ୍ରଶାସନର ପରାମର୍ଶ

ଅସ୍ଥିତ୍ୱହୀନ ଆର୍ଥିକ ସଂସ୍ଥାଗୁଡିକ ପ୍ରତି ସତର୍କ ରହିବାକୁ ଯାଜପୁର ଜିଲ୍ଲା ପ୍ରଶାସନର ପରାମର୍ଶ

ଯାଜପୁର : ଲୋକମାନଙ୍କୁ ଅଧିକ ରିଟର୍ଣ୍ଣ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ୮ ଗୋଟି ସଂସ୍ଥା ଲୋକମାନଙ୍କ ଠାରୁ ଅର୍ଥ ସଂଗ୍ରହ କରୁଥିବା ସଂପର୍କରେ ଅର୍ଥ ବିଭାଗ ନିକଟରେ ଅଭିଯୋଗ ମିଳିଚ୍ଥି । ଏହି ସଂସ୍ଥା ଗୁଡିକ ଭାରତୀୟ ରିଜର୍ଭ ବ୍ୟାଙ୍କର ପଞ୍ଜିକୃତ ସଂସ୍ଥା ବୋଲି ମଧ୍ୟ ମିଥ୍ୟା ତଥ୍ୟ ଲୋକଙ୍କ ନିକଟରେ ଉପସ୍ଥାପନ କରି ଉକ୍ତ ସଂସ୍ଥା ସାଧାରଣ ଲୋକମାନଙ୍କୁ ଏକ ପ୍ରକାର ଠକାମୀର ଶିକାର କରୁଚ୍ଥନ୍ତି । ତେଣୁ ଏହି ସଂସ୍ଥାଗୁଡିକ ପ୍ରତି ସତର୍କ ରହିବାକୁ ଅର୍ଥ ବିଭାଗର ଡେପୁଟୀ ସେକ୍ରେଟାରୀ ଏକ ପତ୍ର ମାଧ୍ୟମରେ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଳା ଏସ୍‌.ପି ମାନଙ୍କୁ ସୂଚନା ଦେଇଚ୍ଥନ୍ତି । ଉପ- ସଚିବଙ୍କ ପତ୍ର ଅନୁସାରେ ଏମେକ୍ସ ପଂଣ୍ଡାମେଣ୍ଟାଲ ଟ୍ରାଜେଡକ୍ସ ମାର୍କେଟିଂ ଇଣ୍ଟନନ୍ୟାସନାଲ ପ୍ରାଇଭେଟ ଲିମିଟେଡ, ବିତ୍‌ବେ ଆସେଟସ୍ ମାନେଜମେଣ୍ଟ ଲିମିଟେଡ, ସେଭ୍ ବିସି ପ୍ରାଇଭେଟ ଲିମିଟେଡ୍‌, ମାଇ ଟାଟା କ୍ୟାପିଟାଲ, ଡିଜିଟାଲ ଇନ୍‌କମ୍‌, ଆଧାର କ୍ୟାସ୍‌, ଡାରୱିନ୍ ପ୍ଳାଟପଂର୍ମ ରିପାଇନେରିଜ୍ ଲିମିଟେଡ୍ ଓ ଅନ୍‌ଲାଇନ୍‌ଡିପେଟ୍‌ଅରିଜର୍ଭ ବ୍ୟାଙ୍କିଂ ଇଣ୍ଡିଆ ଓ ଆଜି ଭଳି ଆଠଟି ସଂସ୍ଥା ଏଭଳି କାରବାର କରୁଥିବା ଜଣାଯାଇଚ୍ଥି । ତେଣୁ ଜନସାଧାରଣ ଏ ସଂପର୍କରେ ସଚେତନ ହୋଇ ଏଭଳି ସଂସ୍ଥାମାନଙ୍କ ଠାରୁ ଦୂରରେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଚ୍ଥି ।

ରିପୋର୍ଟ -ଅଭିମନ୍ୟୁ ମିଶ୍ର, ଓଏନଏ ,ଯାଜପୁର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking