24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଅଗଷ୍ଟ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ଯାତ୍ରା ଉପରେ କଟକଣା ଲାଗୁ

ଅଗଷ୍ଟ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ଯାତ୍ରା ଉପରେ କଟକଣା ଲାଗୁ

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନାର ୨ୟ ଲହର ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗୁ କଟକଣା ଆଉ ଏକ ମାସ ପାଇଁ ବଢାଇ ଦିଆଯାଇଛି । ପୂର୍ବରୁ ଜାରି କଟକଣା ଜୁଲାଇ ୩୧ରେ ସମାପ୍ତ ହେଉଥିବାବେଳେ ତାହାକୁ ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ତେବେ ବିଦେଶକୁ ସ୍ୱତନ୍ତ୍ର ବିମାନ ସେବା ଓ କାର୍ଗୋ ବିମାନ ଚଳାଚଳ ଜାରି ରହିଛି । ତେବେ ଗତବର୍ଷ ମେ ମାସରେ ଘରୋଇ ଗନ୍ତବ୍ୟରେ ବିମାନ ସେବା ପୁଣି ଚଳାଚଳ ଆରମ୍ଭ କରାଯାଇଥିବା ବେଳେ ଏବେ ଦେଶ ଭିତରେ ବିଭିନ୍ନ ଗନ୍ତବ୍ୟରେ ବିମାନ ଚଳାଚଳ ସ୍ୱଭାବିକ ହୋଇଛି । ତେବେ ଦେଶରେ କୋଭିଡ-୧୯ର ସଂକ୍ରମଣ ସ୍ତର ଉଚ୍ଚ ରହୁଥିବାରୁ ଅନ୍ତର୍ଜାତୀୟ ବିମାନ ଉଡାଣ ନେଇ କଟକଣା ବଳବତ୍ତର ରହିଛି ।

ଶୁକ୍ରବାର ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଜାରି ସର୍କୁଲାର ଅନୁସାରେ ଭାରତରୁ ଚଳାଚଳ କରୁଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳ ଅଗଷ୍ଟ ୩୧ ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ବନ୍ଦ ରହିବ । ତେବେ କେତେକ ସ୍ବତନ୍ତ୍ର କ୍ଷେତ୍ରରେ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ଦିଆଯାଇପାରିବ । ସୂଚନା ଯେ, ଦେଶରେ କରୋନା ସଂକ୍ରମଣ ବ୍ୟାପିବା ପରେ ଗତ ବର୍ଷ ମାର୍ଚ୍ଚ ୨୩ରୁ ଭାରତରୁ ଅନ୍ତର୍ଜାତୀୟ ସିଡ୍ୟୁଲଡ୍ ବିମାନ ଚଳାଚଳ ବନ୍ଦ ରହିଛି । ତେବେ ୨୦୨୦ ମେ ମାସଠାରୁ ବନ୍ଦେ ଭାରତ ମିଶନ ଅଧିନରେ କେତେକ ବିମାନ ଚଳାଚଳ ହେଉଛି ଓ ୨୦୨୦ ଜୁଲାଇ ମାସଠାରୁ ଏୟାର ବବଲ ମାଧ୍ୟମରେ କେତେକ ଦେଶ ସହ ସ୍ବତନ୍ତ୍ର ବିମାନ ଚଳାଚଳ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking