28.1 C
Bhubaneswar
Saturday, April 27, 2024
Homeଓଡିଶା୨୫ ପୋଲିସ ଅଧିକାରୀଙ୍କୁ ପଦୋନ୍ନତି ସହ ବଦଳି

୨୫ ପୋଲିସ ଅଧିକାରୀଙ୍କୁ ପଦୋନ୍ନତି ସହ ବଦଳି

କଟକ : ରାଜ୍ୟ ପୋଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ ନିଷ୍ପତ୍ତି ଅନୁଯାୟୀ ୨୫ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପଦୋନ୍ନତି ଦିଆଯିବା ସହିତ ଅନ୍ୟତ୍ର ବଦଳି କରାଯାଇଛି । ଇନ୍‌ସ୍‌ପେକ୍ଟର ପଦରୁ ଡିଏସ୍‌ପିକୁ ପଦୋନ୍ନତି ପାଇଥିବା ୮ ଜଣଙ୍କ ମଧ୍ୟରେ ସୁରେନ୍ଦ୍ରନାଥ ରାୟଗୁରୁଙ୍କୁ ଭିଜିଲାନ୍ସ ଡିଏସ୍‌ପି, ଜୟଶ୍ରୀ ପ୍ରଧାନଙ୍କୁ ରାୟଗଡ଼ାରୁ କେନ୍ଦୁଝର ମୁଖ୍ୟାଳୟ, ଅଜୟ କୁମାର ମିଶ୍ରଙ୍କୁ ଗଞ୍ଜାମ ଡିଆଇବି, ମନୋଜ କୁମାର ସାମନ୍ତଙ୍କୁ କ୍ରାଇମବ୍ରାଞ୍ଚ୍‌, ରଞ୍ଜନ କୁମାର ଦେଙ୍କୁ ଏସ୍‌ଡିପିଓ କାମାକ୍ଷାନଗର, ଚିନ୍ତାମଣି ପ୍ରଧାନଙ୍କୁ ସମ୍ବଲପୁରରୁ ବଲାଙ୍ଗୀର ଆଇୟୁସିଏଡବ୍ଲ୍ୟୁ, ବିଚିତ୍ରାନନ୍ଦ ସାମଲ ଏବଂ ଭଦ୍ରକରୁ ନବକୃଷ୍ଣ ନାୟକଙ୍କୁ ଏସିପି କମିସନରେଟ୍ ପୁଲିସକୁ ବଦଳି ହୋଇଛି । ସେହିପରି ୭ ଜଣ ଡିଏସ୍‌ପି ପଦବୀରେ ପ୍ରଶାନ୍ତ କୁମାର ମେହେରଙ୍କୁ ସୁନ୍ଦରଗଡ଼ରୁ ରାଇରଖୋଲ ଏସ୍‌ଡିପିଓ, ଏଚ୍‌ଆର୍‌ପିସି ଡିଏସ୍‌ପି ହୃଷିକେଶ ମେହେରଙ୍କୁ କଣ୍ଟାବାଞ୍ଜି ଏସ୍‌ଡିପିଓ, ପଦ୍ମପୁର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁଙ୍କୁ ସଦର ସମ୍ବଲପୁର ଏସ୍‌ଡିପିଓ, ଅନିଲ କୁମାର ବେଉରିଆଙ୍କୁ ଢେଙ୍କାନାଳରୁ ଆନନ୍ଦପୁର ଏସ୍‌ଡିପିଓ, ସୁଦର୍ଶନ ଦାସଙ୍କୁ ନୟାଗଡ଼ରୁ ବେତନଟି ଏସ୍‌ଡିପିଓ, ଖୋର୍ଦ୍ଧାରୁ କୃଷ୍ଣଚନ୍ଦ୍ର ପଲାଇ ଓ ଗଞ୍ଜାମରୁ ଶିବଶଙ୍କର ମହାପାତ୍ରଙ୍କୁ କମିଶନରେଟ୍ ପୁଲିସ ଏସିପି ଭାବେ ବଦଳି କରାଯାଇଛି । ଡିଏସପିରୁ ଅତିରିକ୍ତ ଏସ୍‌ପି ପଦକୁ ପଦୋନ୍ନତି ପାଇଥିବା ୧୦ ଜଣ ଅଧିକାରୀଙ୍କର ମଧ୍ୟ ବଦଳି ହୋଇଛି । ପ୍ରଫୁଲ କୁମାର ମିଶ୍ରଙ୍କୁ ଯାଜପୁର ଡିଆଇବିରୁ ଭିଜିଲାନ୍ସ, ହେମନ୍ତ କୁମାର ପାଢ଼ୀଙ୍କୁ କନ୍ଧମାଳରୁ ସୋନପୁର, ବିମଳେନ୍ଦୁ ଶତପଥୀଙ୍କୁ ଓଏଚ୍‌ଆର୍‌ସିରୁ ଭିଜିଲାନ୍ସ, ରମେଶ ଚନ୍ଦ୍ର ସେଠୀଙ୍କୁ ଭବାନୀପାଟଣାରୁ ଗଞ୍ଜାମ, ଲମ୍ବୋଦର ବୁଦାଙ୍କୁ ରାଉରକେଲାରୁ ଝାରୁସୁଗୁଡ଼ା, ଉତ୍କଳ କେଶରୀ ଦାସଙ୍କୁ ସୋନପୁରରୁ କୋରାପୁଟକୁ ବଦଳି ହୋଇଛି । ଏଥିସହ ଭିଜିଲାନ୍ସ ଡିଏସ୍‌ପି ଦେବଦତ୍ତ ସେଠ, ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ମାଲକାନଗିରି ଡିଏସ୍‌ପି ବଳଭଦ୍ର ଦୀପ ଏବଂ କମିସନ୍‌ରେଟ୍ ପୁଲିସ ଏସିପି ତରୁଣ କୁମାର ଦାସଙ୍କୁ ପଦୋନ୍ନତି ଦିଆଯାଇ ସେହି ସ୍ଥାନରେ ଅବସ୍ଥାପିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking