38.1 C
Bhubaneswar
Tuesday, April 23, 2024
Homeଓଡିଶାମିଳିଲାନି ଆଡ୍‌ମିଟ କାର୍ଡ: ୧୧ ଜଣ ଛାତ୍ରଛାତ୍ରୀ ଦେଇପାରିଲେନି ମାଟ୍ରିକ ପରୀକ୍ଷା

ମିଳିଲାନି ଆଡ୍‌ମିଟ କାର୍ଡ: ୧୧ ଜଣ ଛାତ୍ରଛାତ୍ରୀ ଦେଇପାରିଲେନି ମାଟ୍ରିକ ପରୀକ୍ଷା

କଟକ : ଅଫ୍‌ଲାଇନ୍ ମାଟ୍ରିକ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଥିଲା ବେଳେ ଆଡ୍‌ମିଟ୍ କାର୍ଡ ମିଳି ନଥିବାରୁ କଟକର ୧୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷାରୁ ବଞ୍ôଚତ ହୋଇଛନ୍ତି । କଟକ ଭଳି ଅନ୍ୟସ୍ଥାନରେ ମଧ୍ୟ ଅନେକ ଛାତ୍ରଛାତ୍ରୀ ଆଡ଼ମିଟ କାର୍ଡ଼ ନପାଇ ପରୀକ୍ଷା ଦେବାକୁ ବଞ୍ଚିତ ହୋଇଥିବାର ଜଣପଡ଼ିଛି । କଟକ କଲେଜଛକ ସରସ୍ୱତୀ ଶିଶୁ ମନ୍ଦିରରର ୫ଜଣ ଓ ଜଗତପୁର ଶିଶୁ ବିଦ୍ୟାମନ୍ଦିରର ୬ଜଣ ଛାତ୍ରଛାତ୍ରୀ ମାଟ୍ରିକ ଅଫଲାଇନ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଛାତ୍ରଛାତ୍ରୀମାନେ ଫର୍ମ ଫିଲଅପ କରିଥିଲେ ସୁଦ୍ଧା କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିର କର୍ତ୍ତୃପକ୍ଷ ସବୁ ତଥ୍ୟ ବୋର୍ଡ଼କୁ ଦେଇନଥିବାରୁ ସେମାନଙ୍କ ଆଡ଼ମିଟ କାର୍ଡ଼ ମିଳିପାରିନଥିôବା ଅଭିଯୋଗ ହୋଇଛି । ପରୀକ୍ଷା କେନ୍ଦ୍ର ନିକଟରେ ଆଡ଼ମିଟ କାର୍ଡ଼ ଦିଆଯିବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଥିଲେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଆଡ଼ମିଟ କାର୍ଡ଼ ମିଳିନଥିଲା । ଯାହାଫଳରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାର ନିରାଶ ହୋଇଛନ୍ତି । ଏଣୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମାଲଗୋଦାମ ଥାନାରେ କଲେଜ ଛକ ଶିଶୁମନ୍ଦିର ଜଣେ ଗୁରୁଜୀଙ୍କ ନାମରେ ଏନେଇ ଅଭିଯୋଗ କରିଥିଲେ । ପୁଲିସ ସମ୍ପୃକ୍ତ ଗୁରୁଜୀଙ୍କୁ ଥାନାରେ ଡ଼କାଇ ପଚରାଉଚରା କରି ଛାଡ଼ି ଦେଇଥିବା ସୂଚନା ମିଳିଛି । ଏହାଛଡ଼ା କଳାହାଣ୍ଡି ଧର୍ମଗଡ଼ ସବଡ଼ିଭିଜନ ପର୍ଲା ଏପି ଦାସ ନୋଡ଼ାଲ ହାଇସ୍କୁଲରେ ୩ ଛାତ୍ର ସ୍କୁଲ କର୍ତ୍ତୃପକ୍ଷଙ୍କ ତ୍ରୁଟିପୂର୍ଣ୍ଣ ଫର୍ମ ଫିଲଅପ ଯୋଗୁ ଆଡ଼ମିଟ କାର୍ଡ଼ ପାଇବାରୁ ବଞ୍ଚିତ ହୋଇଛନ୍ତି । ସୂଚନା ଥାଉକି, ଅଫଲାଇନ ମାଟ୍ରିକ ପରୀକ୍ଷାରେ ୫୦୪ ଟି କେନ୍ଦ୍ରରେ ବିଭିନ୍ନ କାଟୋଗରୀରେ ମୋଟ ୧୫ ହଜାର ୧୫୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking