32.1 C
Bhubaneswar
Friday, April 26, 2024
Homeଅପରାଧମା’ କିଣୁଥିଲା ରାସନ: ଟଙ୍କା ବଦଳରେ ଝିଅକୁ ଦୋକାନୀ....

ମା’ କିଣୁଥିଲା ରାସନ: ଟଙ୍କା ବଦଳରେ ଝିଅକୁ ଦୋକାନୀ….

ନୂଆଦିଲ୍ଲୀ: କର୍ଣ୍ଣାଟକର ମହୀଶୂର ଗଣଦୁଷ୍କର୍ମ ମାମଲା ଲୋକଙ୍କ ମନରୁ ଲିଭିନଥିବା ବେଳେ ଚେନ୍ନାଇରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦୁଇ ଜଣ ମହିଳା ରାସନ ସାମଗ୍ରୀ ଆଣୁଥିବା ଦୋକାନୀକୁ ନିଜ ଝିଅକୁ ଦୁଷ୍କର୍ମ କରିବାର ସୁଯୋଗ ଦେଉଥିଲେ । ଦୁଇ ମହିଳା ସମ୍ପର୍କରେ ଭଉଣୀ ବୋଲି ଜଣାପଡିଛି । ଉଭୟଙ୍କର ଦୁଇ ଝିଅ ସମେତ ସମୁଦାୟ ୫ ଜଣ ନାବାଳିକାଙ୍କୁ ଦୋକାନୀ ଜଣକ ଯୌନଶୋଷଣ କରୁଥିବା ଜଣାପଡ଼ିଛି । ଏପରିକି ଦୋକାନୀ ଦୁଷ୍କର୍ମର ଭିଡିଓ ମଧ୍ୟ ନିଜ ଫୋନରେ ସୁଟିଂ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଦୋକାନୀ ଉପରେ ପୋଲିସ ରେଡ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଦୋକାନୀର ନାମ ପେରୁମଲ ବୋଲି ଜଣାପଡିଛି । ନିଶାଦ୍ରବ୍ୟ ରଖିଥିବା ଅଭିଯୋଗରେ ଫୋନ ସିଜ ହୋଇଥିବା ବେଳେ ସେଥିରେ ୫୦ରୁ ଅଧିକ ଭିଡିଓ ରହିଥିଲା । ଫୋନ ଦେଖି ପୋଲିସ ବାଲାଙ୍କ ମଧ୍ୟ ହୋସ ଉଡିଯାଇଥିଲା । ଫୋନରେ ୫୦ ରୁ ଅଧିକ ଶିଶୁଙ୍କ ଯୌନଶୋଷଣ ଭିଡିଓ ରହିଥିଲା । ଭିଡିଓରେ ପେରୁମଲ ରହିଥିବା ଜଣାପଡିବା ପରେ ପୋଲିସ ତାକୁ ଗିରଫ କରିଥିଲା । ୬ ମାସ ତଳେ ସେ ଏହି ୫ ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ସ୍ୱୀକାର କରିଥିଲା ପେରୁମଲ । ଏହା ପରେ ଉକ୍ତ ଦୁଇ ଭଉଣୀ ମଧ୍ୟ ଅପରାଧରେ ସାମିଲ ଥିବା କହିଥିଲା ପେରୁମଲ । ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ପେରୁମଲ ସହିତ ଅବୈଧ ସମ୍ବନ୍ଧ ରଖିଥିବା ବେଳେ ମାଗଣା ରାସନ ପାଇଁ ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରିବାକୁ ଦେଉଥିଲେ । ଦୁଇ ନାବାଳିକାଙ୍କ ୩ ଜଣ ସାଙ୍ଗ ମଧ୍ୟ ଏହି ଯୌନ ରାକ୍ଷସର ଶିକାର ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking