26.1 C
Bhubaneswar
Friday, March 29, 2024
Homeଅପରାଧସୈତାନ୍ ସ୍ୱାମୀର ଲୋମହର୍ଷଣକାରୀ କାଣ୍ଡ

ସୈତାନ୍ ସ୍ୱାମୀର ଲୋମହର୍ଷଣକାରୀ କାଣ୍ଡ

ନୂଆଦିଲ୍ଲୀ : ବିହାରର ଗୟାରୁ ଏମିତି ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ । ନିଜ ପତ୍ନୀଙ୍କ ଶରୀରକୁ ବ୍ଲେଡ୍‌ରେ କାଟି ଲହୁଲୁହାଣ କରିପକାଇଲା ଡାକ୍ତର ସ୍ୱାମୀ । ବନ୍ଧୁମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମହିଳାଙ୍କୁ ବାଧ୍ୟ କରୁଥିଲା ଡାକ୍ତର ସ୍ୱାମୀ । ମନା କରିବାରୁ ସ୍ତ୍ରୀର ଛାତି ଏବଂ ହାତକୁ ବ୍ଲେଡ୍‌ରେ କାଟି ଗୁରୁତର କରିପକାଇଲା ନିର୍ଦ୍ଦୟ ସ୍ୱାମୀ ।

ସୂଚନା ଅନୁଯାୟୀ, ସ୍ୱାମୀର ବନ୍ଧୁମାନଙ୍କ ସହ ଯୌନ ସମ୍ବନ୍ଧ ରଖିବାକୁ ମନା କରିବାରୁ ମହିଳାଙ୍କ ଉପରେ ଆକ୍ରମଣ ହୋଇଛି । ପୀଡ଼ିତାଙ୍କ ଛାତି ଏବଂ ହାତରେ ଆଘାତହୋଇଥିବା ବେଳେ ତାଙ୍କୁ ନାଳନ୍ଦା ଜିଲ୍ଲା ସହର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ନିକଟରେ ଅଭିଯୋଗ କରିଥିବା ମହିଳାଙ୍କର ବିବାହ ୨୦୦୬ରେ ସମ୍ପୃକ୍ତ ଡାକ୍ତର ସହ ହୋଇଥିଲା । ଉଭୟଙ୍କର ୧୩ ବର୍ଷର ଝିଅ ଏବଂ ୧୧ ବର୍ଷର ଗୋଟିଏ ପୁଅ ମଧ୍ୟ ଅଛନ୍ତି । ପୂର୍ବରୁ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା ବୋଲି ପୀଡ଼ିତା କହିଛନ୍ତି । ତେବେ ଗୟାରେ ଚାକିରୀ ପରଠୁ ତାଙ୍କ ସ୍ୱାମୀଙ୍କ ବ୍ୟବହାରରେ ପରିବର୍ତ୍ତନ ହୋଇଥିଲା ଏବଂ ସେ ପ୍ରାୟ ସମୟରେ ଘରକୁ ନିଜର ବନ୍ଧୁମାନଙ୍କୁ ଡାକୁଥିଲା । ଏପରିକି ସେମାନଙ୍କ ସହ ବେଡ୍ ସେୟାର କରିବାକୁ ସ୍ୱାମୀ ବାଧ୍ୟ କରୁଥିବା ନେଇ ମହିଳା ଅଭିଯୋଗ କରିଛନ୍ତି । ନିଜର ବନ୍ଧୁମାନଙ୍କ ସହ ସ୍ତ୍ରୀର ଆପତ୍ତିଜନକ ଭିଡିଓ ସୁଟ୍ କରିବାକୁ ମଧ୍ୟ ଚାହୁଁଥିଲା ସ୍ୱାମୀ । ଏହା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ନିର୍ଦ୍ଦୟ ସ୍ୱାମୀ ସ୍ତ୍ରୀକୁ ବ୍ଲେଡ୍‌ରେ ଆକ୍ରମଣ କରିଥିଲା । ଅନ୍ୟପଟେ ଅଭିଯୋଗ ପାଇବା ପରେ ଅଭିଯୁକ୍ତ ବିରୋଧରେ ହତ୍ୟା ଉଦ୍ୟମ ନେଇ ମାମଲା ରୁଜୁ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking