30.1 C
Bhubaneswar
Friday, April 26, 2024
Homeଓଡିଶାରାତି ଅଧରେ ମହିଳାଙ୍କ ଘରେ ଥାନା ବାବୁ : ‘ଦବ ଯଦି ଦିଅ ନହେଲେ ମୁଁ...

ରାତି ଅଧରେ ମହିଳାଙ୍କ ଘରେ ଥାନା ବାବୁ : ‘ଦବ ଯଦି ଦିଅ ନହେଲେ ମୁଁ ଯାଉଛି’

ତାଳଚେର : ‘ଦବ ଯଦି ଦିଅ ନହେଲେ ମୁଁ ଯାଉଛି’… ରାତି ୩ ଟାରେ ମହିଳାଙ୍କ ଘରେ ପଶି କିଛି ଏମିତି କହିଲେ ଖାକି ବର୍ଦ୍ଦିରେ ଥିବା ପୋଲିସ ବାବୁ । ରକ୍ଷକ ହୋଇ ଭକ୍ଷକ ସାଜିବା ମହଙ୍ଗା ପଡ଼ିଛି ଜଣେ ପୁଲିସ କର୍ମଚାରୀଙ୍କୁ । ରାତିରେ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ଠିକାଭିତ୍ତିରେ ନିଯୁକ୍ତି ପାଇଥିବା ସବ୍‌ଇନ୍‌ସପେକ୍ଟରଙ୍କୁ ଗିରଫ କରିଛି ପୋଲିସ । ଗିରଫ ପୋଲିସ କର୍ମଚାରୀ ଜଣଙ୍କ ହେଉଛନ୍ତି ନୀଳମଣି ମହାନ୍ତି । ସୂଚନା ଅନୁଯାୟୀ, ଶ୍ରୀ ମହାନ୍ତି ସେନା ବାହିନୀରୁ ଅବସର ନେବା ପରେ ପୁଲିସ ବିଭାଗରେ ଠିକା ନିଯୁକ୍ତି ପାଇଥିଲେ । ସବ୍‌ଇନସପେକ୍ଟର ଭାବରେ ବଅଁରପାଳ ଥାନାରେ ନିଯୁକ୍ତି ପାଇଥିବା ବେଳେ ତାଙ୍କୁ ହାଇୱେ ପାଟ୍ରୋଲିଂ ଦାୟିିତ୍ୱ ଦିଆଯାଇଥିଲା । ବୁଧବାର ରାତି ପ୍ରାୟ ସାଢ଼େ ୩ଟା ବେଳେ ପାଟ୍ରୋଲିଂରେ ଥିବା ପୋଲିସ ବାବୁ ଜଣଙ୍କ ତାଳଚେର ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ଘରେ ପଶିଥିଲେ । କବାଟ ବାଡ଼େଇ ମହିଳାଙ୍କୁ ଉଠାଇବା ସହ ଘରେ ପଶି ମହିଳାଙ୍କୁ କହିଲେ “ଦବ ଯଦି… ରହିବି” ଶୁଣିକି ଆସିଛି… ନହେଲେ ଚାଲିଯିବି…ପାଟି କରନି, କାହାକୁ ସୁଭିଯିବ ।

ତେବେ ଏହି ଘଟଣାକୁ ମୋବାଇଲରେ ରେକର୍ଡ କରିଥିଲେ ମହିଳା । ଯେଉଁଥିରେ ସେ ଜଣେ ମହିଳାଙ୍କ ଘରକୁ ରାତିରେ ଯିବା ସହ ଅଶ୍ଳୀଳ କଥା କହିବା ସହ ଅସଦାଚରଣ କରୁଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ସମ୍ପୃକ୍ତ ମହିଳା ପୋଲିସ ବାବୁଙ୍କ ନା’ରେ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ କରିବା ପରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରିବା ସହ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking