26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶରୋଗୀଙ୍କ ସୁନ୍ଦରତାରେ ଫିଦା ହେଲେ ଡାକ୍ତର, ଆଉ ତା’ପରେ

ରୋଗୀଙ୍କ ସୁନ୍ଦରତାରେ ଫିଦା ହେଲେ ଡାକ୍ତର, ଆଉ ତା’ପରେ

ନୂଆଦିଲ୍ଲୀ : ବ୍ରିଟେନର ଜଣେ ଡାକ୍ତର ନିଜ ରୋଗୀଙ୍କ ସୁନ୍ଦରତାରେ ଏମିତି ଫିଦା ହୋଇଥିଲେ ଯେ ସବୁକିଛି ଭୁଲି ତାଙ୍କ ପଛରେ ପଡ଼ି ଯାଇଥିଲେ । ଡାକ୍ତର ଯୁବତୀଙ୍କୁ କେତେକ ମେସେଜ ମଧ୍ୟ ପଠାଇଥିଲେ, ଯାହାକି ବହୁତ ଆପତ୍ତିଜନକ ରହିଥିଲା । ପରେ ପୀଡ଼ିତା ଏ ନେଇ ମେଡିକାଲ ପ୍ରାକ୍ଟିଶନର୍ସ ଟ୍ରିବ୍ୟୁନାଲଙ୍କ ପାଖରେ ଅଭିଯୋଗ କରିଥିଲେ । ଏବେ ଟ୍ରିବ୍ୟୁନାଲ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ତାଙ୍କ ପ୍ରାକ୍ଟିସ୍ ଉପରେ ରୋକ୍ ଲଗାଇ ଦେଇଛନ୍ତି । ସୂଚନା ଅନୁଯାୟୀ, ଅଭିଯୁକ୍ତ ଡାକ୍ତରଙ୍କ ନା’ନେନାଡ ଡୋରଡେଭିକ୍‌, ଯିଏ କ୍ୱୀନ୍ ମଦର ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସେ ଆହତ ଅବସ୍ଥାରେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ପ୍ରଥମେ ଡାକ୍ତର ତାଙ୍କୁ ବହୁତ ଭଲ ମଣିଷ ଲାଗିଥିଲେ । କିନ୍ତୁ ପରେ ତାଙ୍କର ଅସଲ ଚେହେରା ସାମ୍ନାକୁ ଆସିଥିଲା । ଡାକ୍ତର ପୀଡ଼ିତାଙ୍କୁ କହିଥିଲେ କି, ସେ ଏବେ ଯୁବା ଅଛନ୍ତି ଏବଂ ତାଙ୍କୁ ନୂଆ ନୂଆ ଜିନିଷ ଆପଣାଇବା ଉଚିତ । ପୀଡ଼ିତାଙ୍କ ଘା’କୁ ଡ୍ରେସିଂ କରିବା ପରେ ଡାକ୍ତର ତାଙ୍କୁ ଡ୍ରିଙ୍କ୍‌ରେ ଯିବାକୁ ପଚାରିଥିଲେ, କିନ୍ତୁ ଏ ନେଇ କୌଣସି ଉତ୍ତର ଦେଇ ନ ଥିଲେ ପୀଡ଼ିତା । ଡାକ୍ତରଙ୍କ ଏଭଳି ବ୍ୟବହାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ତୁରନ୍ତ ସେଠାରୁ ଚାଲି ଆସିଥିଲେ । ଏହାପରେ ବି ଡାକ୍ତର ତାଙ୍କ ପିଛା ଛାଡ଼ି ନ ଥିଲେ । ଡାକ୍ତର ମେଡିକାଲ ରେକର୍ଡରୁ ରୋଗୀଙ୍କ ଫୋନ ନମ୍ବର ବାହାର କରିଥିଲେ ଏବଂ ତାଙ୍କୁ ଅଶ୍ଳୀଳ ମେସେଜ ପଠାଇବାକୁ ଲାଗିଥିଲେ । ତେବେ ଡାକ୍ତର ଜଣକ ପୂର୍ବରୁ ମଧ୍ୟ ଅନ୍ୟ ମହିଳାମାନଙ୍କ ସହିତ ଏମିତି ବ୍ୟବହାର କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking