29.1 C
Bhubaneswar
Saturday, April 27, 2024
Homeଓଡିଶାଇନ୍ଦ୍ରଧନୁ ମାର୍କେଟ ୩ ଦିନ ପାଇଁ ସିଲ୍

ଇନ୍ଦ୍ରଧନୁ ମାର୍କେଟ ୩ ଦିନ ପାଇଁ ସିଲ୍

ଭୁବନେଶ୍ୱର : କରୋନାର ସଂକ୍ରମଣ ରାଜଧାନୀ ଭୁବନେଶ୍ୱରର କୋଣ ଅନୁକୋଣରେ ପ୍ରବେଶ କରିବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ଭିଏସଏସ ନଗର, ମାର୍କେଟ୍ ବିଲଡିଂକୁ ବନ୍ଦ କରାଯାଇଥିଲା । ତେବେ ସଂକ୍ରମଣ ବୃଦ୍ଧି ଓ ନିୟମ ଉଲ୍ଲଂଘନ ଯୋଗୁଁ ଇନ୍ଦ୍ରଧନୁ ମାର୍କେଟକୁ ଆଜି ୩ ଦିନ ପାଇଁ ସିଲ୍ କରାଯାଇଛି । ରାଜଧାନୀର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟକୁ ୨୪ ଘଣ୍ଟା ପାଇଁ ସିଲ୍ କରାଯାଇଥିବା ଜଣାପଡ଼ିଛି । ଆସନ୍ତା ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ରହିଛି । ତେଣୁ ଆଗାମୀ ୩ ଦିନ ପାଇଁ ଇନ୍ଦ୍ରଧନୁ ମାର୍କେଟ୍ ବନ୍ଦ ରହିବ । ଆସନ୍ତା ସୋମବାର ଇନ୍ଦ୍ରଧନୁ ମାର୍କେଟ୍ ଖୋଲିବ । ଏହି ମାର୍କେଟରେ ଲୋକଙ୍କ ଗହଳି ଜମିବା ସହ ଲୋକମାନେ କୋଭିଡ୍ ନିୟମକୁ ପାଳନ କରୁନାହାନ୍ତି । ତେଣୁ ଏହି ପଦକ୍ଷେପ ନିଆଯାଇଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking